Categories: ଜାତୀୟ

ମୋଦିଙ୍କ ଶିକାର ହେଲେ ୟେଦୁରପ୍ପା: କଂଗ୍ରେସ

ନୂଆଦିଲ୍ଲୀ,୨୬ ।୭: କର୍ନାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଏସ୍ ୟେଦୁରପ୍ପା । ଏବେ ଏହାକୁ ନେଇ ବିରୋଧି କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି । କଂଗ୍ରେସ କହିଛି ୟେଦୁରପ୍ପା ମୋଦିଙ୍କ ଶିକାର ହେଲେ । ତାଙ୍କୁ ଜବରଦସ୍ତ ସେବାନିବୃତ୍ତି କ୍ଲବରେ ସାମିଲ କରାଗଲା । କଂଗ୍ରେସ ମହାସଚିବ ତଥା କର୍ନାଟକ ପ୍ରଭାରୀ ରଣଦୀପ ସୁରଜେୱାଲା ଏହା ଦାବି କରିଛନ୍ତି ଯେ ଚେହେରା ବଦଳିଲେ କର୍ନାଟକରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଭ୍ରଷ୍ଟ ଚରିତ୍ର କେବେ ବଦଳିବ ନାହିଁ । ସେ ଟୁଇଟ୍ କରି ଏହା କହିଛନ୍ତି । ସତ ହେଉଛି ମୋଦି ବରିଷ୍ଠ ଭାଜପା ନେତାଙ୍କୁ ଅପମାନିତ କରୁଛନ୍ତି ଓ ଇତିହାସର ଅଳିଆ ଗଦାରେ ଫିଙ୍ଗି ଦେଉଛନ୍ତି । ସୁରଜେୱାଲା ଆହୁରି ମଧ୍ୟ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ମୋଦିଙ୍କ ରେକର୍ଡ ରହିଛି ସେ ଲାଲ କୃଷ୍ଣ ଆଡଭାନୀ, ମୁରଲି ମନୋହର ଯୋଶୀ, କେଶୁଭାଇ ପଟେଲ, ଶାନ୍ତା କୁମାର, ୟଶବନ୍ତ ସିହ୍ନା ସମେତ ଆହୁରି କେତେଜଣ ନେତାଙ୍କୁ ଜବରଦସ୍ତ ସେବା ନିବୃତ୍ତି କରାଇ ଦେଲେ । ସେ ଆହୁରି ମଧ୍ୟ କହିଛନ୍ତି ମୋଦିଙ୍କ ଟାର୍ଗେଟରେ ତାଜା ଶିକାର ହେବାକୁ ଯାଉଛନ୍ତି ହର୍ଷବର୍ଦ୍ଧନ,ରବିଶଙ୍କର ପ୍ରସାଦ ଓ ସୁଶୀଲ ମୋଦି ।

Share