Categories: ଜାତୀୟ

ମହିଳାମାନଙ୍କୁ ନେଇ ଏଭଳିି କହିଲେ ସେନାମୁଖ୍ୟ

ପୁଣେ,୨୯।୧୦: ପୁଣେର ଏନଡିଏ ୧୪୧ତମ ପାଠ୍ୟକ୍ରମ ପରେଡ ସମୀକ୍ଷା ବୈଠକରେ ସେନାମୁଖ୍ୟ କ୍ୟାଡେଟ୍‌ମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ନ୍ୟାଶନାଲ ଡିଫେନ୍ସ ଏକାଡେମୀ ମୁଖ୍ୟ ଜେନେରାଲ ଏମ୍‌ଏମ୍‌ ନରୱଣେ ମହିଳାମାନଙ୍କୁ କିଛି ବର୍ଷ ପରେ ନିଜ ପଦବୀରେ ଦେଖିବେ ବୋଲି କହିଛନ୍ତି। ଲିଙ୍ଗଗତ ଦୃଷ୍ଟିରୁ ଏହା ପ୍ରଥମ ପଦକ୍ଷେପ ହେବା ଆବଶ୍ୟକ।
ଏଥିପାଇଁ ମହିଳାମାନଙ୍କୁ ସ୍ବତନ୍ତ୍ର ତାଲିମର ଆବଶ୍ୟକତା ରହିଛି। ସେମାନଙ୍କୁ ସଶକ୍ତ ଓ ସୁଦୃଢ଼ କରି ଗଢ଼ି ତୋଳିବା ଦରକାର। ଏହା ଦ୍ୱାରା ସେମାନେ ଆଗକୁ ବଢ଼ିପାରିବେ। ସେମାନଙ୍କୁ ସଶସ୍ତ୍ର ବାହିନୀରେ ମଧ୍ୟ ନିୟୋଜିତ କରାଯିବ ବୋଲି ସେ କହିଛନ୍ତି। ମହିଳା କ୍ୟାଡେଟ୍‌ ପାଇଁ ଏନଡିଏର ପୋର୍ଟାଲ ଖୋଲାଯିବ। ଏହି କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ଼ କରାଯିବ।

Share