ପାଟଣା ୨୮।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷା ଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ବେଜ (୮୫) ଙ୍କ ସୋମବାର ବିଳମ୍ବିତ ରାତ୍ରରେ ସର୍ପ ଦଂଶନରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି। ଅବସର ପରେ ସେ ନିଜକୁ ବହୁବିଦ୍ଧ ସାମାଜିକ କଲ୍ୟାଣରେ ନିୟୋଜିତ କରିଥିଲେ। ସେ ଜଣେ ଦକ୍ଷ ସଂଗଠକ ଥିଲେ। ତାଙ୍କ ଉଦ୍ୟମରେ ମଲ୍ଲିପୋଷି ହାଇସ୍କୁଲ , ବ୍ୟାଙ୍କପ୍ରତିଷ୍ଠା,ଲକ୍ଷ୍ମୀ ପୂଜା, ନାମ ଯଜ୍ଞ, ପାଟଣାରେ ଶିକ୍ଷକ ସଂଘ ଭବନ ନିର୍ମାଣ ଆଦି ବହୁ ମୁଖୀ ଉନ୍ନୟନ କାର୍ଯ୍ୟ ସମ୍ଭବ ହୋଇଥିଲା। ତାଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ଶିକ୍ଷାବିତ ପାର୍ଥ ସାରଥୀ ଉପସ୍ଥିତ ଅଛନ୍ତି। ମଲ୍ଲି ପୋଷି ଗାଁ ଶ୍ମଶାନରେ ଅନ୍ତେଷ୍ଟି କ୍ରିୟା ସଂପନ୍ନ ହେବ ବୋଲି ପୁଅ ପାର୍ଥ ସୂଚନା ଦେଇଛନ୍ତି।
ତାଙ୍କ ଦେହାନ୍ତରେ ଅଞ୍ଚଳ ଜଣେ ମୂରବୀଙ୍କୁ ହରାଇଲା ବୋଲି ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ କହିଛନ୍ତି । ତାଙ୍କ ଦେହାନ୍ତରେ ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ, ବ୍ଲକ ଅଧ୍ୟକ୍ଷା ବୀଣା ପାଣି ନାୟକ,ନିଖିଳ ଉତ୍କଳ ଜିଲା ଶିକ୍ଷକ ସଂଘ ସଂପାଦକ କମଳା କାନ୍ତ ପତି, ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ଇଂ ବିଦ୍ୟାଧର ଦାଶ, ବିଶନାଥ ନାୟକ,ସାମାଜିକ କର୍ମୀ ଅଜୟ କୁମାର୍ ଦାଶ , ସନାତନ ଦାଶ, ଅରୁଣ କୁମାର ମିଶ୍ର,ପାଟଣା ସୁରକ୍ଷା ମଞ୍ଚ ଆବାହକ ବିଜୟ ରତ୍ନ ପତି, ମୂଷା ଖିରୀ ସରପଞ୍ଚ ଭାମା ମଣି ଦାସ, କଂଗ୍ରେସ ନେତା ଇଂ ବିନୋଦ ବିହାରୀ ନାଏକ,ଅରୁଣ କୁମାର ବେଜ, ଅନାଦୀ ମହାନ୍ତ, ସୁରେଶ ଚନ୍ଦ୍ର ନାୟକ, ସମବାୟବିତ୍ ଦିନ ବନ୍ଧୁ ମିଶ୍ର , ଶିଳ୍ପପତି ବିବେକା ନନ୍ଦ ଦାଶ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।