ଚନ୍ଦ୍ର ଅଭିଯାନର ବର୍ଷ

ମହାକାଶ ଅଭିଯାନ କ୍ଷେତ୍ରରେ ୨୦୨୧ ମସିହାରେ ମଙ୍ଗଳ ଗ୍ରହର ପ୍ରାଧାନ୍ୟ ରହିଥିଲା। ସେହିବର୍ଷ ଫେବୃୟାରୀରେ ସଂଯୁକ୍ତ ଆରବ ରାଷ୍ଟ୍ରର ହୋପ୍‌ ଯାନ ମଙ୍ଗଳ କକ୍ଷରେ ଏବଂ ଚାଇନାର ଟିଆନଓ୍ବେନ୍‌-୧ ଓ ଯୁକ୍ତରାଷ୍ଟ୍ର ଆମେରିକା ମାର୍କ ପର୍ଜଭେରନ୍‌ସ ଯାନ ମଙ୍ଗଳ ପୃଷ୍ଠରେ ପହଞ୍ଚତ୍ଥିଲା। କିନ୍ତୁ ୨୦୨୨ ମସିହା ହେବ ଚନ୍ଦ୍ର ଅଭିଯାନର ବର୍ଷ। ବାସ୍ତବରେ ମହାକାଶ ଅଭିଯାନ ଆରମ୍ଭ ହେବା ପରେ ପରେ ଚନ୍ଦ୍ରକୁ ଯିବା ଲକ୍ଷ୍ୟ ରହିଥିଲା। ସେତେବେଳେ ଦୁଇଟି ଦେଶ ରୁଷ ଓ ଆମେରିକା ମହାକାଶ ଅଭିଯାନରେ ବ୍ୟାପ୍ଳୁତ ଥିଲେ। ଏଥିପାଇଁ ଏହି ଦୁଇଦେଶ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଲାଗିଥିଲା। ରୁଷ ୧୯୫୭ ମସିହାରେ ପ୍ରଥମ ମହାକାଶ ଯାନ ସ୍ଫୁଟନିକ୍‌-୧ ଓ ୧୯୬୧ ମସିହାରେ ପ୍ରଥମ ମହାକାଶଚାରୀ ୟୁରି ଗାଗାରିନ୍‌ଙ୍କୁ ମହାକାଶକୁ ପଠାଇବା ପରେ ଆମେରିକା ଅପମାନିତ ବୋଧ କଲା ଭଳି ଜଣାପଡ଼ିଲା ଏବଂ ଏହା ସହିତ ଏହାର ପ୍ରତିଯୋଗିତା ମନୋବୃତ୍ତି ବଢ଼ିଗଲା। ଆମେରିକା ରାଷ୍ଟ୍ରପତି ୧୯୬୧ ମସିହାରେ ଏକ ଭାଷଣରେ ଦଶବର୍ଷ ମଧ୍ୟରେ ମନୁଷ୍ୟକୁ ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ଆହ୍ବାନ ଦେଲେ। ଉଭୟ ରୁଷ ଓ ଆମେରିକା ଚନ୍ଦ୍ର କକ୍ଷକୁ ଓ ପୃଷ୍ଠକୁ ମହାକାଶଯାନ ପଠାଇଲେ। ମାତ୍ର ଆମେରିକା ୧୯୬୯ ମସିହା ଜୁଲାଇ ୨୦ ତାରିଖରେ ପ୍ରଥମେ ଚନ୍ଦ୍ରପୃଷ୍ଠରେ ଦୁଇଜଣ ମହାକାଶଚାରୀ ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌ ଓ ଏଡ୍‌ଉଇନ୍‌ ଆଲ୍‌ଡ୍ରିନ୍‌ଙ୍କୁ ଓହ୍ଲାଇଲା। ଆପୋଲୋ ଅଭିଯାନରେ ଆମେରିକା ଚନ୍ଦ୍ରପୃଷ୍ଠକୁ ଛଅ ଥରରେ ୧୨ଜଣ ମହାକାଶଚାରୀଙ୍କୁ ପଠାଇଛି। ସର୍ବଶେଷ ଅଭିଯାନ ୧୯୭୨ ମସିହା ଡିସେମ୍ବରରେ ହୋଇଥିଲା। ଗତ କେତେ ବର୍ଷର ଚେଷ୍ଟା ପରେ ପୁଣି ସାତଟି ଦେଶ ଏହି ବର୍ଷ ଚନ୍ଦ୍ର ଅଭିଯାନ ପାଇଁ ପ୍ରସ୍ତୁତି କରୁଛନ୍ତି। ଏହି ଦେଶଗୁଡ଼ିକ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ, ଚାଇନା, ଭାରତ, ଜାପାନ, ଦକ୍ଷିଣ କୋରିଆ ଓ ଇସ୍ରାଏଲ। ଜାପାନର ‘ଲୁନାର-ଏ’ ଅଭିଯାନରେ ଚନ୍ଦ୍ରର ଅଭ୍ୟନ୍ତର ସମ୍ବନ୍ଧରେ ଅନୁସନ୍ଧାନ କରାଯିବ। ଚାଇନା ଚାଙ୍ଗେ-୭ ଓ ଚାଙ୍ଗେ-୬ ମହାକାଶ ଯାନ ଏହି ବର୍ଷ ଚନ୍ଦ୍ରପୃଷ୍ଠକୁ ପଠାଇବ। ଚାଇନା ଓ ରୁଷିଆ ମିଳିତ ଭାବେ ୨୦୨୭ ମସିହା ସୁଦ୍ଧା ଚନ୍ଦ୍ରପୃଷ୍ଠରେ ଗୋଟିଏ ଗବେଷଣା କେନ୍ଦ୍ର ସ୍ଥାପନ କରିବା ପାଇଁ ଯୋଜନା କରିଛନ୍ତି ଏବଂ ଏଥିପାଇଁ ଏହି ବର୍ଷ କାର୍ଯ୍ୟ ଆରମ୍ଭ ହୋଇଛି। ଦକ୍ଷିଣ କୋରିଆ ଏହି ବର୍ଷ ଚନ୍ଦ୍ରକକ୍ଷକୁ ‘କୋରିଆ ପାଥ୍‌ଫାଇଣ୍ଡର ଲୁନାର ଅରବିଟର’ ପଠାଇବ। ରୁଷିଆ ଏହିବର୍ଷ ୟୁରୋପୀୟ ମହାକାଶ ସଂଘ ସହିତ ମିଳିତ ଭାବେ ଲୁନା-୨୫ ଯାନକୁ ଜୁଲାଇରେ ପଠାଇବା ପାଇଁ ସ୍ଥିର କରିଥିଲା। ମାତ୍ର ୟୁକ୍ରେନ୍‌ ଯୁଦ୍ଧ ପରେ ଏହା ବର୍ତ୍ତମାନ ଏକୁଟିଆ ଏହାକୁ ପଠାଇବ। ଏହା ମଧ୍ୟ ୨୦୨୪ ମସିହାରେ ଲୁନା-୨୬ ଓ ୨୦୨୫ ମସିହାରେ ଲୁନା-୨୭ ପଠାଇବା ପାଇଁ ଘୋଷଣା କରିଛି। ଇସ୍ରାଏଲ୍‌ ୨୦୧୯ ମସିହାରେ ଏହାର ପ୍ରଥମ ଚନ୍ଦ୍ର ଅଭିଯାନ କରିଥିବା ବେଳେ ୨୦୨୪ ମସିହାରେ ପରବର୍ତ୍ତୀ ଅଭିଯାନ ପାଇଁ ଚେଷ୍ଟା କରୁଛି। ଅଧିକାଂଶ ଅଭିଯାନରେ ମହାକାଶଚାରୀ ଯିବେ ନାହିଁ ଏବଂ ଏହାର ଉଦ୍ଦେଶ୍ୟ ହେଉଛି ଚନ୍ଦ୍ରରେ ବାସ କରିବା ପାଇଁ ଆବଶ୍ୟକ ବସ୍ତୁ ସେଠାକୁ ପଠାଇବ, ଯାହାଫଳରେ ଦଶବର୍ଷ ମଧ୍ୟରେ ମନୁଷ୍ୟ ସେଠାକୁ ଯାଇ ରହିପାରିବ।
ଏହି ବର୍ଷର ସମସ୍ତ ଚନ୍ଦ୍ର ଅଭିଯାନ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାର ‘ଆରଟେମିସ୍‌ କାର୍ଯ୍ୟକ୍ରମ’ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଥିରେ ଚନ୍ଦ୍ରପୃଷ୍ଠରେ ମହାକାଶଚାରୀଙ୍କୁ ଅବତରଣ କରାଇବାର ଯୋଜନା ଅଛି। ଏହି ଖର୍ଚ୍ଚବହୁଳ କାର୍ଯ୍ୟକ୍ରମରେ ଆମେରିକା ସହିତ ୨୦ଟି ଦେଶ ସାମିଲ ହୋଇଛନ୍ତି। ଏହାର ଉତ୍‌କ୍ଷେପଣ ପାଇଁ ଶକ୍ତିଶାଳୀ ‘ସ୍ପେସ୍‌ ଲଞ୍ଚ ସିଷ୍ଟମ୍‌’ ରକେଟର ବିକାଶ କରାଯାଇଛି। ଏହାର ଚାରିଟି ଇଞ୍ଜିନ ଅଛି। ଯେଉଁ ଯାନରେ ମହାକାଶଚାରୀମାନେ ଚନ୍ଦ୍ରପୃଷ୍ଠକୁ ଯିବେ, ତାହାର ନାମ ହେଉଛି ‘ଓରିଅନ୍‌’। ଓରିଅନ୍‌ ବା କାଳପୁରୁଷ ନକ୍ଷତ୍ର ମଣ୍ଡଳ ନାମରେ ଏହାର ନାମକରଣ ହୋଇଛି। ଏଥିରେ ସର୍ବାଧିକ ଛଅଜଣ ମହାକାଶଚାରୀ ଏକା ସାଥିରେ ଯାଇ ନିମ୍ନ ପୃଥିବୀ କକ୍ଷରେ ୨୧ ଦିନ ପର୍ଯ୍ୟନ୍ତ ଅବସ୍ଥାନ କରିପାରିବେ। ସୂର୍ଯ୍ୟାଲୋକରୁ ବିଦ୍ୟୁତ୍‌ ଆହରଣ ପାଇଁ ଏଥିରେ ସୌରଫଳକ ଖଞ୍ଜାଯାଇଛି।
ଆରଟେମିସ୍‌ ଅଭିଯାନକୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଚନ୍ଦ୍ର କକ୍ଷରୁ ଓରିଅନ୍‌ ଯାନକୁ ପଠାଯିବ, କିନ୍ତୁ ଏଥିରେ ମହାକାଶଚାରୀ ଯିବେ ନାହିଁ, ଏହା ଏକ ପରୀକ୍ଷଣମୂଳକ ଅଭିଯାନ ହେବ। ଏହା ଚନ୍ଦ୍ରକୁ ପ୍ରାୟ ତିନି ସପ୍ତାହ ପରିଭ୍ରମଣ କରି ପୃଥିବୀପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିବ। ଏହି ଅଭିଯାନ ଏହି ବର୍ଷ ଶେଷ ଆଡ଼କୁ ହେବାକୁ ସ୍ଥିର କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଓରିଅନ୍‌ ଯାନରେ ଚାରିଜଣ ମହାକାଶଚାରୀ ଚନ୍ଦ୍ରକକ୍ଷକୁ ଯାଇ ଚନ୍ଦ୍ରକୁ ପରିକ୍ରମଣ କରିବେ। ଏମାନଙ୍କ ମଧ୍ୟରେ କାନାଡାର ଜଣେ ମହାକାଶଚାରୀ ରହିବେ। ୧୯୭୨ ମସିହା ପରେ ଚନ୍ଦ୍ରକକ୍ଷକୁ ମହାକାଶଚାରୀମାନେ ଯିବାରେ ଏହା ପ୍ରଥମ ହେବ। ସେମାନେ ଚନ୍ଦ୍ରପୃଷ୍ଠରେ ଅବତରଣ ନ କରି ଦଶଦିନ ପରେ ପୃଥିବୀକୁ ଫେରିଆସିବେ। ୨୦୨୪ ମସିହାରେ ଏହି ପର୍ଯ୍ୟାୟ କାର୍ଯ୍ୟକାରୀ ହେବ। ତୃତୀୟ ପର୍ଯ୍ୟାୟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଥିରେ ଜଣେ ମହିଳାଙ୍କ ସମେତ ମୋଟ ଚାରିଜଣ ମହାକାଶଚାରୀ ଚନ୍ଦ୍ରପୃଷ୍ଠରେ ଅବତରଣ କରିବେ। ସେମାନେ ସେଠାରେ ଛଅଦିନ ରହି ବିଭିନ୍ନ ପରୀକ୍ଷା କରି ପୃଥିବୀ ପୃଷ୍ଠକୁ ଫେରିବେ। ଏହା ୨୦୨୫ ମସିହା ପାଇଁ ସ୍ଥିରୀକୃତ ହୋଇଛି।
ଆମେରିକା ମଧ୍ୟ ଚନ୍ଦ୍ର କକ୍ଷରେ ଗୋଟିଏ ଛୋଟ ମହାକାଶ କେନ୍ଦ୍ର ଅବସ୍ଥାପିତ କରିବା ପାଇଁ ଯୋଜନା କରିଛି। ଏହାର ନାମ ‘ଗେଟ୍‌ଓ୍ବେ’ ରଖାଯାଇଛି। ଯୋଜନା ଅନୁଯାୟୀ ଭବିଷ୍ୟତରେ ଚନ୍ଦ୍ର ଅଭିଯାନରେ ମହାକାଶଚାରୀମାନେ ଓରିଅନ୍‌ ଯାନରେ ଯାଇ ଏହି ମହାକାଶ କେନ୍ଦ୍ର ସହିତ ଯୋଡ଼ିହେବେ ଏବଂ ସେଠାରୁ ଅନ୍ୟ ଏକ ଯାନରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବେ। ପୁନଶ୍ଚ ଚନ୍ଦ୍ରପୃଷ୍ଠରେ ଗୋଟିଏ ସ୍ଥାୟୀ ଘାଟି ପ୍ରତିଷ୍ଠା କରିବା ପାଇଁ ଆମେରିକାର ପ୍ରସ୍ତାବ ଅଛି ଏବଂ ଏହି ଘାଟିରୁ ସୁଦୂର ମହାକାଶ ଅଭିଯାନ ସହଜ ହୋଇପାରିବ ବୋଲି ଆଶା କରାଯାଉଛି।
ଚନ୍ଦ୍ର ଆମର ନିକଟତମ ଜ୍ୟୋତିର୍ବିଦୀୟ ପିଣ୍ଡ ହୋଇଥିଲେ ସୁଦ୍ଧା ଏହାର ସୃଷ୍ଟି ଓ ଗଠନ ସମ୍ବନ୍ଧରେ ବିଶଦ ବିବରଣୀ ଜଣାନାହିଁ। ଏଣୁ ଏହି ଅଭିଯାନଗୁଡ଼ିକ ଚନ୍ଦ୍ରର ରହସ୍ୟକୁ ଉନ୍ମୋଚନ କରିବ ବୋଲି ଆଶା।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀସାଗର,
ଫେଜ୍‌-୧, ଭୁବନେଶ୍ୱର
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri