ଚନ୍ଦ୍ର ଅଭିଯାନର ବର୍ଷ

ମହାକାଶ ଅଭିଯାନ କ୍ଷେତ୍ରରେ ୨୦୨୧ ମସିହାରେ ମଙ୍ଗଳ ଗ୍ରହର ପ୍ରାଧାନ୍ୟ ରହିଥିଲା। ସେହିବର୍ଷ ଫେବୃୟାରୀରେ ସଂଯୁକ୍ତ ଆରବ ରାଷ୍ଟ୍ରର ହୋପ୍‌ ଯାନ ମଙ୍ଗଳ କକ୍ଷରେ ଏବଂ ଚାଇନାର ଟିଆନଓ୍ବେନ୍‌-୧ ଓ ଯୁକ୍ତରାଷ୍ଟ୍ର ଆମେରିକା ମାର୍କ ପର୍ଜଭେରନ୍‌ସ ଯାନ ମଙ୍ଗଳ ପୃଷ୍ଠରେ ପହଞ୍ଚତ୍ଥିଲା। କିନ୍ତୁ ୨୦୨୨ ମସିହା ହେବ ଚନ୍ଦ୍ର ଅଭିଯାନର ବର୍ଷ। ବାସ୍ତବରେ ମହାକାଶ ଅଭିଯାନ ଆରମ୍ଭ ହେବା ପରେ ପରେ ଚନ୍ଦ୍ରକୁ ଯିବା ଲକ୍ଷ୍ୟ ରହିଥିଲା। ସେତେବେଳେ ଦୁଇଟି ଦେଶ ରୁଷ ଓ ଆମେରିକା ମହାକାଶ ଅଭିଯାନରେ ବ୍ୟାପ୍ଳୁତ ଥିଲେ। ଏଥିପାଇଁ ଏହି ଦୁଇଦେଶ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଲାଗିଥିଲା। ରୁଷ ୧୯୫୭ ମସିହାରେ ପ୍ରଥମ ମହାକାଶ ଯାନ ସ୍ଫୁଟନିକ୍‌-୧ ଓ ୧୯୬୧ ମସିହାରେ ପ୍ରଥମ ମହାକାଶଚାରୀ ୟୁରି ଗାଗାରିନ୍‌ଙ୍କୁ ମହାକାଶକୁ ପଠାଇବା ପରେ ଆମେରିକା ଅପମାନିତ ବୋଧ କଲା ଭଳି ଜଣାପଡ଼ିଲା ଏବଂ ଏହା ସହିତ ଏହାର ପ୍ରତିଯୋଗିତା ମନୋବୃତ୍ତି ବଢ଼ିଗଲା। ଆମେରିକା ରାଷ୍ଟ୍ରପତି ୧୯୬୧ ମସିହାରେ ଏକ ଭାଷଣରେ ଦଶବର୍ଷ ମଧ୍ୟରେ ମନୁଷ୍ୟକୁ ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ଆହ୍ବାନ ଦେଲେ। ଉଭୟ ରୁଷ ଓ ଆମେରିକା ଚନ୍ଦ୍ର କକ୍ଷକୁ ଓ ପୃଷ୍ଠକୁ ମହାକାଶଯାନ ପଠାଇଲେ। ମାତ୍ର ଆମେରିକା ୧୯୬୯ ମସିହା ଜୁଲାଇ ୨୦ ତାରିଖରେ ପ୍ରଥମେ ଚନ୍ଦ୍ରପୃଷ୍ଠରେ ଦୁଇଜଣ ମହାକାଶଚାରୀ ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌ ଓ ଏଡ୍‌ଉଇନ୍‌ ଆଲ୍‌ଡ୍ରିନ୍‌ଙ୍କୁ ଓହ୍ଲାଇଲା। ଆପୋଲୋ ଅଭିଯାନରେ ଆମେରିକା ଚନ୍ଦ୍ରପୃଷ୍ଠକୁ ଛଅ ଥରରେ ୧୨ଜଣ ମହାକାଶଚାରୀଙ୍କୁ ପଠାଇଛି। ସର୍ବଶେଷ ଅଭିଯାନ ୧୯୭୨ ମସିହା ଡିସେମ୍ବରରେ ହୋଇଥିଲା। ଗତ କେତେ ବର୍ଷର ଚେଷ୍ଟା ପରେ ପୁଣି ସାତଟି ଦେଶ ଏହି ବର୍ଷ ଚନ୍ଦ୍ର ଅଭିଯାନ ପାଇଁ ପ୍ରସ୍ତୁତି କରୁଛନ୍ତି। ଏହି ଦେଶଗୁଡ଼ିକ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ, ଚାଇନା, ଭାରତ, ଜାପାନ, ଦକ୍ଷିଣ କୋରିଆ ଓ ଇସ୍ରାଏଲ। ଜାପାନର ‘ଲୁନାର-ଏ’ ଅଭିଯାନରେ ଚନ୍ଦ୍ରର ଅଭ୍ୟନ୍ତର ସମ୍ବନ୍ଧରେ ଅନୁସନ୍ଧାନ କରାଯିବ। ଚାଇନା ଚାଙ୍ଗେ-୭ ଓ ଚାଙ୍ଗେ-୬ ମହାକାଶ ଯାନ ଏହି ବର୍ଷ ଚନ୍ଦ୍ରପୃଷ୍ଠକୁ ପଠାଇବ। ଚାଇନା ଓ ରୁଷିଆ ମିଳିତ ଭାବେ ୨୦୨୭ ମସିହା ସୁଦ୍ଧା ଚନ୍ଦ୍ରପୃଷ୍ଠରେ ଗୋଟିଏ ଗବେଷଣା କେନ୍ଦ୍ର ସ୍ଥାପନ କରିବା ପାଇଁ ଯୋଜନା କରିଛନ୍ତି ଏବଂ ଏଥିପାଇଁ ଏହି ବର୍ଷ କାର୍ଯ୍ୟ ଆରମ୍ଭ ହୋଇଛି। ଦକ୍ଷିଣ କୋରିଆ ଏହି ବର୍ଷ ଚନ୍ଦ୍ରକକ୍ଷକୁ ‘କୋରିଆ ପାଥ୍‌ଫାଇଣ୍ଡର ଲୁନାର ଅରବିଟର’ ପଠାଇବ। ରୁଷିଆ ଏହିବର୍ଷ ୟୁରୋପୀୟ ମହାକାଶ ସଂଘ ସହିତ ମିଳିତ ଭାବେ ଲୁନା-୨୫ ଯାନକୁ ଜୁଲାଇରେ ପଠାଇବା ପାଇଁ ସ୍ଥିର କରିଥିଲା। ମାତ୍ର ୟୁକ୍ରେନ୍‌ ଯୁଦ୍ଧ ପରେ ଏହା ବର୍ତ୍ତମାନ ଏକୁଟିଆ ଏହାକୁ ପଠାଇବ। ଏହା ମଧ୍ୟ ୨୦୨୪ ମସିହାରେ ଲୁନା-୨୬ ଓ ୨୦୨୫ ମସିହାରେ ଲୁନା-୨୭ ପଠାଇବା ପାଇଁ ଘୋଷଣା କରିଛି। ଇସ୍ରାଏଲ୍‌ ୨୦୧୯ ମସିହାରେ ଏହାର ପ୍ରଥମ ଚନ୍ଦ୍ର ଅଭିଯାନ କରିଥିବା ବେଳେ ୨୦୨୪ ମସିହାରେ ପରବର୍ତ୍ତୀ ଅଭିଯାନ ପାଇଁ ଚେଷ୍ଟା କରୁଛି। ଅଧିକାଂଶ ଅଭିଯାନରେ ମହାକାଶଚାରୀ ଯିବେ ନାହିଁ ଏବଂ ଏହାର ଉଦ୍ଦେଶ୍ୟ ହେଉଛି ଚନ୍ଦ୍ରରେ ବାସ କରିବା ପାଇଁ ଆବଶ୍ୟକ ବସ୍ତୁ ସେଠାକୁ ପଠାଇବ, ଯାହାଫଳରେ ଦଶବର୍ଷ ମଧ୍ୟରେ ମନୁଷ୍ୟ ସେଠାକୁ ଯାଇ ରହିପାରିବ।
ଏହି ବର୍ଷର ସମସ୍ତ ଚନ୍ଦ୍ର ଅଭିଯାନ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାର ‘ଆରଟେମିସ୍‌ କାର୍ଯ୍ୟକ୍ରମ’ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଥିରେ ଚନ୍ଦ୍ରପୃଷ୍ଠରେ ମହାକାଶଚାରୀଙ୍କୁ ଅବତରଣ କରାଇବାର ଯୋଜନା ଅଛି। ଏହି ଖର୍ଚ୍ଚବହୁଳ କାର୍ଯ୍ୟକ୍ରମରେ ଆମେରିକା ସହିତ ୨୦ଟି ଦେଶ ସାମିଲ ହୋଇଛନ୍ତି। ଏହାର ଉତ୍‌କ୍ଷେପଣ ପାଇଁ ଶକ୍ତିଶାଳୀ ‘ସ୍ପେସ୍‌ ଲଞ୍ଚ ସିଷ୍ଟମ୍‌’ ରକେଟର ବିକାଶ କରାଯାଇଛି। ଏହାର ଚାରିଟି ଇଞ୍ଜିନ ଅଛି। ଯେଉଁ ଯାନରେ ମହାକାଶଚାରୀମାନେ ଚନ୍ଦ୍ରପୃଷ୍ଠକୁ ଯିବେ, ତାହାର ନାମ ହେଉଛି ‘ଓରିଅନ୍‌’। ଓରିଅନ୍‌ ବା କାଳପୁରୁଷ ନକ୍ଷତ୍ର ମଣ୍ଡଳ ନାମରେ ଏହାର ନାମକରଣ ହୋଇଛି। ଏଥିରେ ସର୍ବାଧିକ ଛଅଜଣ ମହାକାଶଚାରୀ ଏକା ସାଥିରେ ଯାଇ ନିମ୍ନ ପୃଥିବୀ କକ୍ଷରେ ୨୧ ଦିନ ପର୍ଯ୍ୟନ୍ତ ଅବସ୍ଥାନ କରିପାରିବେ। ସୂର୍ଯ୍ୟାଲୋକରୁ ବିଦ୍ୟୁତ୍‌ ଆହରଣ ପାଇଁ ଏଥିରେ ସୌରଫଳକ ଖଞ୍ଜାଯାଇଛି।
ଆରଟେମିସ୍‌ ଅଭିଯାନକୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଚନ୍ଦ୍ର କକ୍ଷରୁ ଓରିଅନ୍‌ ଯାନକୁ ପଠାଯିବ, କିନ୍ତୁ ଏଥିରେ ମହାକାଶଚାରୀ ଯିବେ ନାହିଁ, ଏହା ଏକ ପରୀକ୍ଷଣମୂଳକ ଅଭିଯାନ ହେବ। ଏହା ଚନ୍ଦ୍ରକୁ ପ୍ରାୟ ତିନି ସପ୍ତାହ ପରିଭ୍ରମଣ କରି ପୃଥିବୀପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିବ। ଏହି ଅଭିଯାନ ଏହି ବର୍ଷ ଶେଷ ଆଡ଼କୁ ହେବାକୁ ସ୍ଥିର କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଓରିଅନ୍‌ ଯାନରେ ଚାରିଜଣ ମହାକାଶଚାରୀ ଚନ୍ଦ୍ରକକ୍ଷକୁ ଯାଇ ଚନ୍ଦ୍ରକୁ ପରିକ୍ରମଣ କରିବେ। ଏମାନଙ୍କ ମଧ୍ୟରେ କାନାଡାର ଜଣେ ମହାକାଶଚାରୀ ରହିବେ। ୧୯୭୨ ମସିହା ପରେ ଚନ୍ଦ୍ରକକ୍ଷକୁ ମହାକାଶଚାରୀମାନେ ଯିବାରେ ଏହା ପ୍ରଥମ ହେବ। ସେମାନେ ଚନ୍ଦ୍ରପୃଷ୍ଠରେ ଅବତରଣ ନ କରି ଦଶଦିନ ପରେ ପୃଥିବୀକୁ ଫେରିଆସିବେ। ୨୦୨୪ ମସିହାରେ ଏହି ପର୍ଯ୍ୟାୟ କାର୍ଯ୍ୟକାରୀ ହେବ। ତୃତୀୟ ପର୍ଯ୍ୟାୟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଥିରେ ଜଣେ ମହିଳାଙ୍କ ସମେତ ମୋଟ ଚାରିଜଣ ମହାକାଶଚାରୀ ଚନ୍ଦ୍ରପୃଷ୍ଠରେ ଅବତରଣ କରିବେ। ସେମାନେ ସେଠାରେ ଛଅଦିନ ରହି ବିଭିନ୍ନ ପରୀକ୍ଷା କରି ପୃଥିବୀ ପୃଷ୍ଠକୁ ଫେରିବେ। ଏହା ୨୦୨୫ ମସିହା ପାଇଁ ସ୍ଥିରୀକୃତ ହୋଇଛି।
ଆମେରିକା ମଧ୍ୟ ଚନ୍ଦ୍ର କକ୍ଷରେ ଗୋଟିଏ ଛୋଟ ମହାକାଶ କେନ୍ଦ୍ର ଅବସ୍ଥାପିତ କରିବା ପାଇଁ ଯୋଜନା କରିଛି। ଏହାର ନାମ ‘ଗେଟ୍‌ଓ୍ବେ’ ରଖାଯାଇଛି। ଯୋଜନା ଅନୁଯାୟୀ ଭବିଷ୍ୟତରେ ଚନ୍ଦ୍ର ଅଭିଯାନରେ ମହାକାଶଚାରୀମାନେ ଓରିଅନ୍‌ ଯାନରେ ଯାଇ ଏହି ମହାକାଶ କେନ୍ଦ୍ର ସହିତ ଯୋଡ଼ିହେବେ ଏବଂ ସେଠାରୁ ଅନ୍ୟ ଏକ ଯାନରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବେ। ପୁନଶ୍ଚ ଚନ୍ଦ୍ରପୃଷ୍ଠରେ ଗୋଟିଏ ସ୍ଥାୟୀ ଘାଟି ପ୍ରତିଷ୍ଠା କରିବା ପାଇଁ ଆମେରିକାର ପ୍ରସ୍ତାବ ଅଛି ଏବଂ ଏହି ଘାଟିରୁ ସୁଦୂର ମହାକାଶ ଅଭିଯାନ ସହଜ ହୋଇପାରିବ ବୋଲି ଆଶା କରାଯାଉଛି।
ଚନ୍ଦ୍ର ଆମର ନିକଟତମ ଜ୍ୟୋତିର୍ବିଦୀୟ ପିଣ୍ଡ ହୋଇଥିଲେ ସୁଦ୍ଧା ଏହାର ସୃଷ୍ଟି ଓ ଗଠନ ସମ୍ବନ୍ଧରେ ବିଶଦ ବିବରଣୀ ଜଣାନାହିଁ। ଏଣୁ ଏହି ଅଭିଯାନଗୁଡ଼ିକ ଚନ୍ଦ୍ରର ରହସ୍ୟକୁ ଉନ୍ମୋଚନ କରିବ ବୋଲି ଆଶା।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀସାଗର,
ଫେଜ୍‌-୧, ଭୁବନେଶ୍ୱର
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri