Categories: ଖେଳ

ଟିମ ଇଣ୍ଡିଆ ପାଇଁ ଏହି ବର୍ଷ ସର୍ବାଧିକ ଉଇକେଟ୍‌ ନେଇଛନ୍ତି ଜାଡେଜା, ଶ୍ରେଷ୍ଠ ୩ରେ କିଏ କିଏ ସାମିଲ ଜାଣନ୍ତୁ …

ନୂଆଦିଲ୍ଲୀ,୨୯।୧୨: ଟିମ ଇଣ୍ଡିଆ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ରବିନ୍ଦ୍ର ଜାଡେଜା ଭଲ ପ୍ରଦର୍ଶନ କରିଛନ୍ତି। ଜାଡେଜା ବୋଲିଂ କରିବା ସହ ବ୍ୟାଟିଂରେ ମଧ୍ୟ ଅବଦାନ ରହିଛି। ୨୦୨୩ ବର୍ଷ ତାଙ୍କ ପାଇଁ ବହୁତ ଭଲ ଥିଲା । ୨୦୨୩ରେ ଜାଡେଜା ଭାରତ ପାଇଁ ସର୍ବାଧିକ ଉଇକେଟ୍‌ ନେଇଛନ୍ତି। ସେ ୬୬ ଉଇକେଟ୍‌ ନେଇଛନ୍ତି। ଚଳିତ ବର୍ଷ ଭାରତ ପାଇଁ ସର୍ବାଧିକ ଉଇକେଟ୍‌ ନେଇଥିବା ଶ୍ରେଷ୍ଠ ବୋଲରଙ୍କ ତାଲିକାରେ ଦୁଇଜଣ ସ୍ପିନର ଏବଂ ଜଣେ ଦ୍ରୁତ ବୋଲର ଅଛନ୍ତି। ଦ୍ରୁତ ବୋଲର ତାଲିକାରେ ମହମ୍ମଦ ସିରାଜ ଶୀର୍ଷରେ ରହିଛନ୍ତି।

୨୦୨୩ରେ ଜାଡେଜା ଭାରତ ପାଇଁ ସର୍ବାଧିକ ଉଇକେଟ୍‌ ନେଇଛନ୍ତି। ସେ ୩୫ ଟି ମ୍ୟାଚରେ ୬୬ ଉଇକେଟ୍‌ ନେଇ ସଫଳତା ହାସଲ କରିଛନ୍ତି। ଏକ ଇନିଂସରେ ସେ ୪୨ ରନ ଦେଇ ୭ ଉଇକେଟ୍‌ ନେଇଥିଲେ। ଜାଡେଜା ଟେଷ୍ଟରେ ଦିନିକିଆ ଫର୍ମାଟରେ ଚମତ୍କାର ପ୍ରଦର୍ଶନ ପ୍ରଦର୍ଶନ କରିଛନ୍ତି। କୁଳଦୀପ ଯାଦବ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୩୯ ଟି ମ୍ୟାଚରେ କୁଳଦୀପ ୬୩ ଉଇକେଟ୍‌ ନେଇଛନ୍ତି। ଗୋଟିଏ ମ୍ୟାଚରେ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ୧୭ ରନ ଦେଇ ୫ ଉଇକେଟ୍‌ ନେଇଥିଲେ।

ଚଳିତ ବର୍ଷ ଟିମ ଇଣ୍ଡିଆ ପାଇଁ ଅଧିକାଂଶ ଉଇକେଟ୍‌ ନେଇଥିବା ଦୃଷ୍ଟିରୁ ମହମ୍ମଦ ସିରାଜ ଦ୍ରୁତ ବୋଲର ତାଲିକାରେ ଶୀର୍ଷରେ ଅଛନ୍ତି। ୩୪ଟି ମ୍ୟାଚରେ ସିରାଜ ୬୦ ଉଇକେଟ୍‌ ନେଇଛନ୍ତି। ଏଥିସହିତ ମହମ୍ମଦ ଶାମି ଚତୁର୍ଥ ନମ୍ବରରେ ରହିଛନ୍ତି।

କହିବାକୁ ଗଲେ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଜଲଓ୍ବା ରହିଥିଲା। ସେ ୭ ଟି ମ୍ୟାଚରେ ୪୧ ଉଇକେଟ୍‌ ନେଇଥିଲେ। ଦିନିକିଆରେ କୁଳଦୀପ ଶୀର୍ଷରେ ଅଛନ୍ତି। ସେ ୩୦ଟି ମ୍ୟାଚରେ ୪୯ ଉଇକେଟ୍‌ ନେଇଛନ୍ତି।

Share