୨୦୨୨ ଆଇଏମ୍‌ଡିବି ଟପ୍‌-୧୦ ଭାରତୀୟ ଫିଲ୍ମ: ତାଲିକାରେ ମାତ୍ର ୨ ବଲିଉଡ୍‌ ଫିଲ୍ମ

୨୦୨୨ ବର୍ଷ ଫିଲ୍ମ ଜଗତର ତାରକାମାନଙ୍କ ପାଇଁ ଏକ ଖଟା ଏବଂ ମିଠା ଅନୁଭୂତି ଆଣିଦେଇଥିଲା। ବିଶେଷକରି ଚଳିତ ବର୍ଷ ବକ୍ସ ଅଫିସରେ ଜବରଦସ୍ତ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ବର୍ଷ ଶେଷ ହେବାକୁ କେବଳ କିଛି ଦିନ ବାକି ଅଛି। ଏହାପୂର୍ବରୁ ଆଇଏମ୍‌ଡିବି ପକ୍ଷରୁ ବର୍ଷର ଟପ ରେଟେଡ ଫିଲ୍ମର ତାଲିକା ମଧ୍ୟ ପ୍ରକାଶ ପାଇଛି। ଜାଣନ୍ତୁ ବର୍ଷର କେଉଁ ଫିଲ୍ମ ରେଟିଂରେ ଆଗରେ ଥିଲା।

ଆରଆରଆର
୨୦୨୨ରେ ଆରଆରଆର ଫିଲ୍ମ ସର୍ବଶ୍ରେଷ୍ଠ ବିବେଚିତ ହୋଇଥିଲା। ଜୁନିଅର ଏନଟିଆର ଏବଂ ରାମଚରଣଙ୍କ ଅଭିନୀତ ଏହି ଫିଲ୍ମ ଆଏମ୍‌ଡିବି ରେଟିଂରେ ଏକ ନମ୍ବର ସ୍ଥାନରେ ଥିଲା।

ଦ କଶ୍ମୀର ଫାଇଲ୍ସ
ଚଳିତ ବର୍ଷ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କଶ୍ମୀର ଫାଇଲ୍ସ’ ସିନେମା ହଲରେ ବହୁ ଟଙ୍କା ରୋଜଗାର କରିଛି। ଏହି ଫିଲ୍ମରେ ଅନୁପମ ଖେରଙ୍କ ଅଭିନୟକୁ ମଧ୍ୟ ବହୁତ ପ୍ରଶଂସା କରାଯାଇଛି। ଯଦିଓ ଏହି ଫିଲ୍ମଟି ବିବାଦ ଘେରରେ ରହିଆସିଛି, କିନ୍ତୁ ଆଏମ୍‌ଡିବିର ଟପ ୧୦ ତାଲିକାରେ ଏହି ଫିଲ୍ମ ଦୁଇ ନମ୍ବରରେ ସ୍ଥାନ ପାଇଛି।

କେଜିଏଫ୍‌ ୨
୨୦୨୨ ବର୍ଷର ସବୁଠାରୁ ଲୋକପ୍ରିୟ ଫିଲ୍ମ ମଧ୍ୟରୁ ‘କେଜିଏଫ ଚାପ୍ଟର ୨’ ଅନ୍ୟତମ। ଫିଲ୍ମଟି ରିଲିଜ ହେବା ମାତ୍ରେ ପ୍ରେକ୍ଷାଳୟରେ ଧମାଲ କରିଥିଲା। ମୁଖ୍ୟ ଭୂମିକାରେ ଅଭିନେତା ୟଶ ଏବଂ ସଞ୍ଜୟ ଦତ୍ତଙ୍କ ଅଭିନୀତ ଏହି ଫିଲ୍ମଟି ଏକ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ବର୍ଷର ଆଏମଡିବି ତାଲିକାରେ ଏହି ଫିଲ୍ମଟି ତୃତୀୟ ସ୍ଥାନ ପାଇଛି।

ବିକ୍ରମ
ଦକ୍ଷିଣ ଭେଟେରାନ ଅଭିନେତା କମଲ ହାସନଙ୍କ ଆକ୍ସନ ଡ୍ରାମା ଫିଲ୍ମ ‘ବିକ୍ରମ’ ଚଳିତ ବର୍ଷର ସିପରହିଟ୍‌ ଫିଲ୍ମ ଥିଲା। ବକ୍ସ ଅଫିସରେ ଭଲ ରୋଜଗାର କରିବା ବ୍ୟତୀତ ଫିଲ୍ମଟି ଶ୍ରେଷ୍ଠ ୧୦ ଆଇଏମଡିବି ତାଲିକାରେ ଚତୁର୍ଥ ନମ୍ବରରେ ସ୍ଥାନ ପାଇଛି।

କାନ୍ତାରା
ରିଷଭ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ତଥା ଅଭିନୀତ ଫିଲ୍ମ ‘କାନ୍ତାରା’ ଅନ୍ୟ ଫିଲ୍ମ ତୁଳନାରେ ବହୁତ କମ ବଜେଟ ଫିଲ୍ମ ହୋଇଥିଲେ ମଧ୍ୟ ଏହାର ଦୃଢ ଼ କାହାଣୀ ଏବଂ ଜବରଦସ୍ତ ଆକ୍ସନ ଯୋଗୁ ବକ୍ସଅଫିସ୍‌ରେ ଭଲ ରୋଜଗାର କରିଥିଲା। ଆଇଏଡିବିରେ ମଧ୍ୟ ଫିଲ୍ମଟି ୫ ନମ୍ବର ସ୍ଥାନରେ ରହିଛି।

‘ରକେଟ୍ରି ଦି ନାମ୍ବି ଇଫେକ୍ଟ’
ଅଭିନେତା ଆର ମାଧବନଙ୍କ ଫିଲ୍ମ ‘ରକେଟ୍ରି ଦି ନାମ୍ବି ଇଫେକ୍ଟ’ ଇସ୍ରୋ ବବୈଜ୍ଞାନିକ ନମ୍ବି ନାରାୟଣଙ୍କ ଜୀବନୀ ଉପରେ ଆଧାରିତ ଥିଲା। ଏହି ଫିଲ୍ମକୁ ସମସ୍ତେ ପ୍ରଶଂସା କରିଥିଲେ। ଫିଲ୍ମଟି ଆଇଏମ୍‌ଡିବି ଟପ ୧୦ ତାଲିକାରେ ଷଷ୍ଠ ସ୍ଥାନରେ ଅଛି।

ମେଜର
ଶଶି କିରଣ ଟିକ୍କାଙ୍କ ନିର୍ଦ୍ଦେଶିତ ‘ମେଜର’ ଫିଲ୍ମ ମେଜର ସନ୍ଦୀପ ଉନିକ୍ରିଷ୍ଣନଙ୍କ ଜୀବନ ଉପରେ ଆଧାରିତ। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଆଦିବି ଶେଶ। ଆଇଏମଡିବି ରେଟିଂରେ ଫିଲ୍ମଟି ସପ୍ତମ ସ୍ଥାନରେ ଅଛି।

ସୀତା ରାମନ
ଅଭିନେତ୍ରୀ ମୃନାଲ ଠାକୁର ଏବଂ ସଲମାନ ଦୁଲକରଙ୍କ ଅଭିନୀତ ଫିଲ୍ମ ‘ସୀତା ରାମନ’ ପ୍ରଥମେ ତେଲୁଗୁ, ତାମିଲ ଏବଂ ମାଲାୟାଲମରେ ମୁକ୍ତିଲାଭ କରିଥିଲା କିନ୍ତୁ ଦର୍ଶକଙ୍କ କୌତୁହଳ ଦେଖି ଫିଲ୍ମଟି ହିନ୍ଦୀରେ ରିଲିଜ ହୋଇଥିଲା। ଏହା ବହୁ ଆୟ କରିଥିଲା। ଫିଲ୍ମଟି ଆଇଏମ୍‌ଡିବି ଟପ ୧୦ ତାଲିକାରେ ଅଷ୍ଟମ ସ୍ଥାନରେ ଅଛି।

ପୋନିୟିନ ସେଲଭାନ ୧
ସାଉଥର ଐତିହାସିକ ଡ୍ରାମା ପୋନିୟିନ ସେଲଭାନ ଥିଲା ଏକ ମଲ୍ଟିଷ୍ଟାରର୍‌ ଫିଲ୍ମ। ଏଥିରେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମଣିରତ୍ନମଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଚଳିତ ବର୍ଷ ଆଇଏମଡିବି ରେଟିଂରେ ନବମ ସ୍ଥାନ ଅଧିକାର କରିଛି।

୭୭୭ ଚାର୍ଲି
କିରଣ ରାଜଙ୍କ ନିର୍ଦ୍ଦେଶିତ ଏବଂ ରାକ୍ଷୀ ଶେଟ୍ଟୀଙ୍କ ଅଭିନୀତ ‘୭୭୭ ଚାର୍ଲି’ ନିର୍ଦ୍ଦେଶିତ ଏକ ମଣିଷ ଏବଂ କୁକୁର ମଧ୍ୟରେ ଦୃଢ ବନ୍ଧନ ଉପରେ ପର୍ଯ୍ୟବେସିତ। ୨୦୨୨ ବର୍ଷର ଆଇଏମଡିବି ରେଟିଂ ତାଲିକାରେ ଏହା ଦଶ ନମ୍ବରରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?