୨୦୨୨ ଆଇଏମ୍‌ଡିବି ଟପ୍‌-୧୦ ଭାରତୀୟ ଫିଲ୍ମ: ତାଲିକାରେ ମାତ୍ର ୨ ବଲିଉଡ୍‌ ଫିଲ୍ମ

୨୦୨୨ ବର୍ଷ ଫିଲ୍ମ ଜଗତର ତାରକାମାନଙ୍କ ପାଇଁ ଏକ ଖଟା ଏବଂ ମିଠା ଅନୁଭୂତି ଆଣିଦେଇଥିଲା। ବିଶେଷକରି ଚଳିତ ବର୍ଷ ବକ୍ସ ଅଫିସରେ ଜବରଦସ୍ତ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ବର୍ଷ ଶେଷ ହେବାକୁ କେବଳ କିଛି ଦିନ ବାକି ଅଛି। ଏହାପୂର୍ବରୁ ଆଇଏମ୍‌ଡିବି ପକ୍ଷରୁ ବର୍ଷର ଟପ ରେଟେଡ ଫିଲ୍ମର ତାଲିକା ମଧ୍ୟ ପ୍ରକାଶ ପାଇଛି। ଜାଣନ୍ତୁ ବର୍ଷର କେଉଁ ଫିଲ୍ମ ରେଟିଂରେ ଆଗରେ ଥିଲା।

ଆରଆରଆର
୨୦୨୨ରେ ଆରଆରଆର ଫିଲ୍ମ ସର୍ବଶ୍ରେଷ୍ଠ ବିବେଚିତ ହୋଇଥିଲା। ଜୁନିଅର ଏନଟିଆର ଏବଂ ରାମଚରଣଙ୍କ ଅଭିନୀତ ଏହି ଫିଲ୍ମ ଆଏମ୍‌ଡିବି ରେଟିଂରେ ଏକ ନମ୍ବର ସ୍ଥାନରେ ଥିଲା।

ଦ କଶ୍ମୀର ଫାଇଲ୍ସ
ଚଳିତ ବର୍ଷ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କଶ୍ମୀର ଫାଇଲ୍ସ’ ସିନେମା ହଲରେ ବହୁ ଟଙ୍କା ରୋଜଗାର କରିଛି। ଏହି ଫିଲ୍ମରେ ଅନୁପମ ଖେରଙ୍କ ଅଭିନୟକୁ ମଧ୍ୟ ବହୁତ ପ୍ରଶଂସା କରାଯାଇଛି। ଯଦିଓ ଏହି ଫିଲ୍ମଟି ବିବାଦ ଘେରରେ ରହିଆସିଛି, କିନ୍ତୁ ଆଏମ୍‌ଡିବିର ଟପ ୧୦ ତାଲିକାରେ ଏହି ଫିଲ୍ମ ଦୁଇ ନମ୍ବରରେ ସ୍ଥାନ ପାଇଛି।

କେଜିଏଫ୍‌ ୨
୨୦୨୨ ବର୍ଷର ସବୁଠାରୁ ଲୋକପ୍ରିୟ ଫିଲ୍ମ ମଧ୍ୟରୁ ‘କେଜିଏଫ ଚାପ୍ଟର ୨’ ଅନ୍ୟତମ। ଫିଲ୍ମଟି ରିଲିଜ ହେବା ମାତ୍ରେ ପ୍ରେକ୍ଷାଳୟରେ ଧମାଲ କରିଥିଲା। ମୁଖ୍ୟ ଭୂମିକାରେ ଅଭିନେତା ୟଶ ଏବଂ ସଞ୍ଜୟ ଦତ୍ତଙ୍କ ଅଭିନୀତ ଏହି ଫିଲ୍ମଟି ଏକ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ବର୍ଷର ଆଏମଡିବି ତାଲିକାରେ ଏହି ଫିଲ୍ମଟି ତୃତୀୟ ସ୍ଥାନ ପାଇଛି।

ବିକ୍ରମ
ଦକ୍ଷିଣ ଭେଟେରାନ ଅଭିନେତା କମଲ ହାସନଙ୍କ ଆକ୍ସନ ଡ୍ରାମା ଫିଲ୍ମ ‘ବିକ୍ରମ’ ଚଳିତ ବର୍ଷର ସିପରହିଟ୍‌ ଫିଲ୍ମ ଥିଲା। ବକ୍ସ ଅଫିସରେ ଭଲ ରୋଜଗାର କରିବା ବ୍ୟତୀତ ଫିଲ୍ମଟି ଶ୍ରେଷ୍ଠ ୧୦ ଆଇଏମଡିବି ତାଲିକାରେ ଚତୁର୍ଥ ନମ୍ବରରେ ସ୍ଥାନ ପାଇଛି।

କାନ୍ତାରା
ରିଷଭ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ତଥା ଅଭିନୀତ ଫିଲ୍ମ ‘କାନ୍ତାରା’ ଅନ୍ୟ ଫିଲ୍ମ ତୁଳନାରେ ବହୁତ କମ ବଜେଟ ଫିଲ୍ମ ହୋଇଥିଲେ ମଧ୍ୟ ଏହାର ଦୃଢ ଼ କାହାଣୀ ଏବଂ ଜବରଦସ୍ତ ଆକ୍ସନ ଯୋଗୁ ବକ୍ସଅଫିସ୍‌ରେ ଭଲ ରୋଜଗାର କରିଥିଲା। ଆଇଏଡିବିରେ ମଧ୍ୟ ଫିଲ୍ମଟି ୫ ନମ୍ବର ସ୍ଥାନରେ ରହିଛି।

‘ରକେଟ୍ରି ଦି ନାମ୍ବି ଇଫେକ୍ଟ’
ଅଭିନେତା ଆର ମାଧବନଙ୍କ ଫିଲ୍ମ ‘ରକେଟ୍ରି ଦି ନାମ୍ବି ଇଫେକ୍ଟ’ ଇସ୍ରୋ ବବୈଜ୍ଞାନିକ ନମ୍ବି ନାରାୟଣଙ୍କ ଜୀବନୀ ଉପରେ ଆଧାରିତ ଥିଲା। ଏହି ଫିଲ୍ମକୁ ସମସ୍ତେ ପ୍ରଶଂସା କରିଥିଲେ। ଫିଲ୍ମଟି ଆଇଏମ୍‌ଡିବି ଟପ ୧୦ ତାଲିକାରେ ଷଷ୍ଠ ସ୍ଥାନରେ ଅଛି।

ମେଜର
ଶଶି କିରଣ ଟିକ୍କାଙ୍କ ନିର୍ଦ୍ଦେଶିତ ‘ମେଜର’ ଫିଲ୍ମ ମେଜର ସନ୍ଦୀପ ଉନିକ୍ରିଷ୍ଣନଙ୍କ ଜୀବନ ଉପରେ ଆଧାରିତ। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଆଦିବି ଶେଶ। ଆଇଏମଡିବି ରେଟିଂରେ ଫିଲ୍ମଟି ସପ୍ତମ ସ୍ଥାନରେ ଅଛି।

ସୀତା ରାମନ
ଅଭିନେତ୍ରୀ ମୃନାଲ ଠାକୁର ଏବଂ ସଲମାନ ଦୁଲକରଙ୍କ ଅଭିନୀତ ଫିଲ୍ମ ‘ସୀତା ରାମନ’ ପ୍ରଥମେ ତେଲୁଗୁ, ତାମିଲ ଏବଂ ମାଲାୟାଲମରେ ମୁକ୍ତିଲାଭ କରିଥିଲା କିନ୍ତୁ ଦର୍ଶକଙ୍କ କୌତୁହଳ ଦେଖି ଫିଲ୍ମଟି ହିନ୍ଦୀରେ ରିଲିଜ ହୋଇଥିଲା। ଏହା ବହୁ ଆୟ କରିଥିଲା। ଫିଲ୍ମଟି ଆଇଏମ୍‌ଡିବି ଟପ ୧୦ ତାଲିକାରେ ଅଷ୍ଟମ ସ୍ଥାନରେ ଅଛି।

ପୋନିୟିନ ସେଲଭାନ ୧
ସାଉଥର ଐତିହାସିକ ଡ୍ରାମା ପୋନିୟିନ ସେଲଭାନ ଥିଲା ଏକ ମଲ୍ଟିଷ୍ଟାରର୍‌ ଫିଲ୍ମ। ଏଥିରେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମଣିରତ୍ନମଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଚଳିତ ବର୍ଷ ଆଇଏମଡିବି ରେଟିଂରେ ନବମ ସ୍ଥାନ ଅଧିକାର କରିଛି।

୭୭୭ ଚାର୍ଲି
କିରଣ ରାଜଙ୍କ ନିର୍ଦ୍ଦେଶିତ ଏବଂ ରାକ୍ଷୀ ଶେଟ୍ଟୀଙ୍କ ଅଭିନୀତ ‘୭୭୭ ଚାର୍ଲି’ ନିର୍ଦ୍ଦେଶିତ ଏକ ମଣିଷ ଏବଂ କୁକୁର ମଧ୍ୟରେ ଦୃଢ ବନ୍ଧନ ଉପରେ ପର୍ଯ୍ୟବେସିତ। ୨୦୨୨ ବର୍ଷର ଆଇଏମଡିବି ରେଟିଂ ତାଲିକାରେ ଏହା ଦଶ ନମ୍ବରରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri