ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଶିରିନ୍‌ ସଓ୍ବୋନୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମହାମାରୀ କରୋନା ଯୋଗୁ ସେ ଉଦୟନ ସଚାନଙ୍କୁ କୋର୍ଟ ମ୍ୟାରେଜ କରିଛନ୍ତି। ଏହି ବାବହରେ ଉଭୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ବିବାହ ପରେ ଶିରିନ୍‌ କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିସହ ସେ ଲେଖିଛନ୍ତି, କରୋନା ଯୋଗୁ ମୁଁ କେବଳ କୋର୍ଟ ମ୍ୟାରେଜ କରିଛି। ପରିସ୍ଥିତି ସୁଧୁରିବା ପରେ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ପାଇଁ ଏକ ପାର୍ଟି ରଖାଯିବ ବୋଲି ସେ ଲେଖିଛନ୍ତି।
ଆହୁରି ମଧ୍ୟ ସେ ଲେଖିଛନ୍ତି, ମୁଁ ବହୁତ ଖୁସି ଯେ, ଜଣେ ଭଲ ବ୍ୟକ୍ତିଙ୍କୁ ବିବାହ କରିଛି। ନୂତନ ଜୀବନ ଆରମ୍ଭ କରିବାକୁ ଯାଉଥିବାରୁ ଆମେ ବହୁତ ଉତ୍ସାହିତ ଅଛୁ।
ପେଶାରେ ଉଦୟନ ଜଣେ ବିମାନ କ୍ୟାପ୍‌ଟେନ୍‌। ସେହିପରି ଶିରିନ୍‌ ଜଣେ ଅଭିନେତ୍ରୀ। ଶିରିନ୍‌ ଅନେକ ବର୍ଷ ହେବ ହିଟ୍‌ ଟିଭି ଶୋ’ ‘ୟେ ରିସ୍ତା କ୍ୟା କେହଲାତା ହୈ’ରେ କାମ କରିଛନ୍ତି।

Share