ପାଟଣା,୩୦।୯(ବୀର କିଶୋରଦାଶ ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ମଙ୍ଗଳବାର ପଦାର୍ଥ ବିଜ୍ଞାନର ପ୍ରାଧ୍ୟାପକ ଯତୀନ୍ଦ୍ର କୁମାର ମିଶ୍ର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦାରା ନିଯୁକ୍ତ ହୋଇଛନ୍ତି । ବିଦାୟୀ ଅଧ୍ୟକ୍ଷ ଅଶ୍ୱସ୍ଥମା ଗିରି ସରକାରୀ ଚାକିରୀରୁ ଅବସର ନେବା ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଦାୟିତ୍ୱ ନବନିଯୁକ୍ତ ଅଧକ୍ଷ ମିଶ୍ରଙ୍କୁ ହସ୍ତାନ୍ତର କରିଥିଲେ। ମିଶ୍ରଙ୍କ ଦାୟତ୍ୱ ଗ୍ରହଣ ପରେ ତାଙ୍କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ସେ ଶିକ୍ଷାନୁଷ୍ଠାନର ଶୈକ୍ଷିକ ଓ ସର୍ବାଙ୍ଗୀନ ବିକାଶ ଦିଗରେ ଯଥା ସମ୍ଭବ କାର୍ଯ୍ୟ ପ୍ରୟାସ କରିବେ ବୋଲି କହିଛନ୍ତି।


