Posted inଜାତୀୟ

ଅଜବ ଶେଷ ଇଚ୍ଛା ସହ ଆତ୍ମହତ୍ୟା କଲେ ୟଶଙ୍କ ଫ୍ୟାନ

ବାଙ୍ଗାଲୋର,୨୦।୨: କର୍ନାଟକର ମାଣ୍ଡିଆ ଜିଲା ଅଧୀନ କୋଡିଡୋଡି ଗାଁରେ ଜଣେ ୨୫ ବର୍ଷୀୟ ଯୁବକ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ମାଣ୍ଡିଆ ପୋଲିସ ଅନୁଯାୟୀ, ମୃତକଙ୍କ ନାମ ରାମାକ୍ରିଷ୍ଣା। ସେ ‘କେଜିଏଫ୍‌’ ଷ୍ଟାର ୟଶ ଓ କର୍ନାଟକର ବିରୋଧୀ କଂଗ୍ରେସ ଦଳର ନେତା ସିଦ୍ଦରମୟାଙ୍କ ବଡ଼ଫ୍ୟାନ ଥିଲେ।

ରାମାକ୍ରିଷ୍ଣା ପଛରେ ଛାଡ଼ି ଯାଇଛନ୍ତି ଏକ ଫର୍ଦ୍ଧ ବିଶିଷ୍ଟ ସୁଇସାଇଡ୍‌ ନୋଟ୍‌। ନିଜକୁ ସିଦ୍ଦରମୟା ଓ ୟଶଙ୍କ ବଡ଼ ଫ୍ୟାନ ଦାବି କରିଥିବା ରାମାକ୍ରିଷ୍ଣା ସୁଇସାଇଡ୍‌ ନୋଟ୍‌ରେ ତାଙ୍କର ଦୁଇଟି ଶେଷ ଇଚ୍ଛା ଜାହିର କରିଛନ୍ତି। ସେ ଚାହଁୁ ଥିଲେ ତାଙ୍କ ଶବ ସତ୍କାରବେଳେ ଉଭୟେ ଉପସ୍ଥିତ ରୁହନ୍ତୁ। ଏହା ଶେଷ ଇଚ୍ଛା ବୋଲି କନ୍ନଡ ଭାଷାରେ ସେ ଉଲ୍ଲେଖ କରିଥିଲେ।

ଏ ଘଟଣା ସମ୍ପର୍କରେ ଜାଣିବା ପରେ ବିରୋଧୀ ଦଳ ନେତା ସିଦ୍ଦରମୟା କୋଡିଡୋଡି ଗ୍ରାମକୁ ଯାଇ ରାମାକ୍ରିଷ୍ଣାଙ୍କ ଶବ ସତ୍କାର ବେଳେ ଉପସ୍ଥିତ ହୋଇଥିଲେ। ”ତାଙ୍କୁ କେବେ ଭେଟିଛି କି ନାହଁି ମୁଁ ଜାଣିପାରୁନି। କିନ୍ତୁ ଏଭଳି ପରିସ୍ଥିତିରେ ଫ୍ୟାନଙ୍କୁ ଭେଟିବା ଅତ୍ୟନ୍ତ ଦୁଃଖ ଦାୟକ। ଏଭଳି ଯୁବ ବୟସରେ କେହି ଜୀବନ ଶେଷ କରିବା ଉଚିତ ନୁହେଁ “ ବୋଲି ସିଦ୍ଦରମୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri