Categories: ବାଣିଜ୍ୟ

ଯଶ୍‌ପ୍ରୀତ୍‌ ବୁମ୍‌ରା ପରଫର୍‌ମ୍ୟାକ୍ସ ଆକ୍ଟିଭ୍‌ଓୟାରର ବ୍ରାଣ୍ଡ୍‌ ଆମ୍ବାସାଡର

ମୁମ୍ବାଇ,୬।୯: ରିଲାଏନ୍ସ ରିଟେଲ୍‌ର ଫ୍ୟାଶନ ଓ ଲାଇଫ୍‌ଷ୍ଟାଇଲ୍‌ ପୋର୍ଟଫୋଲିଓର ସ୍ପୋର୍ଟସ୍‌ ବ୍ରାଣ୍ଡ୍‌ ପରଫର୍‌ମ୍ୟାକ୍ସ ଆକ୍ଟିଭ୍‌ଓୟାର ପକ୍ଷରୁ ଭାରତୀୟ କ୍ରିକେଟର ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ପରଫର୍‌ମ୍ୟାକ୍ସ ହେଉଛି ଏକ ଭାରତୀୟ ବ୍ରାଣ୍ଡ୍‌ ଯାହା ବିଶ୍ୱର ସ୍ପୋର୍ଟସ୍‌ ଓୟାର ଓ ଆକ୍ଟିଭ୍‌ ଓୟାର ବଜାରରେ ନିଜ ସ୍ଥିତି ଦୃଢ଼ କରିବାକୁ ଚାହୁଁଛି। ରିଲାଏନ୍ସ ରିଟେଲ୍‌ର ଫ୍ୟାଶନ ଓ ଲାଇଫଷ୍ଟାଇଲ୍‌ର ସିଇଓ ଅଖିଳେଶ ପ୍ରସାଦ କହିଛନ୍ତି, ଯଶ୍‌ପ୍ରୀତ୍‌ଙ୍କ ସହିତ ସହଯୋଗିତା ବିଷୟରେ ଘୋଷଣା କରୁଥିବାରୁ ଆମେ ବହୁତ ଖୁସି । ଯଶ୍‌ପ୍ରୀତ୍‌ କିଛି ବର୍ଷ ଧରି ଭାରତର ଦ୍ରୁତ ବୋଲିଂ କ୍ଷେତ୍ରର ନେତୃତ୍ୱ ନେଉଛନ୍ତି ।
ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ହାସଲ କରିଥିବା ପ୍ରଥମ ଭାରତୀୟ ସ୍ପୋର୍ଟସ୍‌ ବ୍ରାଣ୍ଡ୍‌ ଭାବେ ଆମେ ପରଫର୍‌ମ୍ୟାକ୍ସକୁ ଉପସ୍ଥାପନ କରିବାକୁ ଚାହୁଁଛୁ। ସେହିଭଳି ଯଶ୍‌ପ୍ରୀତ୍‌ ବୁମ୍‌ରା କହିଛନ୍ତି, ଜଣେ ଖେଳାଳି ଭାବେ ମୁଁ ସେହି ଗିୟରକୁ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରେ, ଯାହାର ଠିକ୍‌ ଫିଟିଂ ମୋ ଖେଳକୁ ଆହୁରି ଉନ୍ନତ କରିବାରେ ସହାୟକ ହୋଇଥାଏ।

Share