Categories: ଖେଳ

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକରେ କ୍ରିକେଟ୍‌ ଜଗତ ସ୍ତବ୍ଧ: କାନ୍ଦିଲେ କପିଳ ଦେବ

ନୂଆଦିଲ୍ଲୀ,୧୩।୭: ପୂର୍ବତନ ଭାରତୀୟ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଯଶପାଲ ଶର୍ମାଙ୍କର ହୃଦଘାତରେ ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦେଇଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ କ୍ରିକେଟ୍‌ ଜଗତ ସ୍ତବ ହୋଇଯାଇଛି। ମହାନ କ୍ରିକେଟର୍‌ କପିଳ ଦେବ ଯଶପାଲଙ୍କ ମୃତ୍ୟୁ ଖବର ଶୁଣି କାନ୍ଦି ପକାଇଛନ୍ତି। ଏକ ଲାଇଭ୍‌ ଶୋ’ ସେ ଏ ଖବର ଶୁଣିଥିଲେ। ହଠାତ୍‌ ଏହା ଶୁଣି ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ସେହିପରି ପୂର୍ବତନ ଭାରତୀୟ କ୍ରିକେଟର୍‌ ଆକାଶ ଚୋପ୍ରା ଟୁଇଟ୍‌ କରି କହିଛନ୍ତି, ଯଶ ପାଜୀଙ୍କ ନିଧନ ଖବର ଶୁଣି ହୃଦୟ ଭାଙ୍ଗିଯାଇଛି। ସେହିପରି ଭିଭିଏସ୍‌ ଲକ୍ଷଣ ଯୁବରାଜ ସିଂ ମଧ୍ୟ ଯଶପାଲଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।
କପିଲ ଦେବଙ୍କ ନେତୃତ୍ୱରେ ୧୯୮୩ ବିଶ୍ୱକପ ବିଜେତା ଦଳର ସଦସ୍ୟ ଥିଲେ ଯଶପାଲ। ସେ ୩୭ଟି ଦିନିକିଆ ଏବଂ ୪୨ ଟି ଟେଷ୍ଟରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ୧୯୭୯-୮୩ ରୁ ସେ ଭାରତୀୟ ମଧ୍ୟମ କ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ। ସେ କିଛି ବର୍ଷ ପାଇଁ ଜାତୀୟ ଚୟନକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ। ୧୯୮୩ ବିଶ୍ୱକପରେ ୟଶପାଲ ଶର୍ମା ଭାରତ ପାଇଁ ଦ୍ୱିତୀୟ ସର୍ବାଧିକ ରନ ସ୍କୋରର୍‌ ହୋଇଥିଲେ। ସେ ୩୭ଟି ଟେଷ୍ଟ ମ୍ୟାଚରେ ହାରାହାରି ୩୩.୪୫ ଏବଂ ୪୨ ଟି ଦିନିକିଆରେ ୮୮୩ ରନ ହାରାହାରି ୨୬.୪୮ ରନ କରିଥିଲେ।
ଅନ୍ତର୍ଜାତୀୟ କ୍ରିକେଟ ବ୍ୟତୀତ ଯଶପାଲ ଶର୍ମା ଘରୋଇ କ୍ରିକେଟରେ ମଧ୍ୟ ବହୁତ ରନ ସ୍କୋର କରିଥିଲେ। ସେ ହାରାହାରି ୪୪.୮୮ ରେ ୧୬୦ ପ୍ରଥମ ଶ୍ରେଣୀ ମ୍ୟାଚ ରେ ୮୯୩୩ ରନ ସ୍କୋର କରିଥିଲେ। ଏଥି ସହିତ ସେ ୭୪ ତାଲିକା ଏ ମ୍ୟାଚରେ ହାରାହାରି ୩୪.୪୨ରେ ୧୮୫୯ ରନ ସ୍କୋର କରିଥିଲେ।

Share