Categories: ଖେଳ

ଧୋନୀଙ୍କୁ ହାତଯୋଡି ନମସ୍କାର କଲେ ଏହି କ୍ରିକେଟର୍‌

ଶାରଜା,୨୩।୯: ଚଳିତବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୦ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଯୁବ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ଡେବ୍ୟୁ କରିଛନ୍ତି। ସେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ନିଜ ଆଇପିଏଲ୍‌ କ୍ୟାରିୟରର ପ୍ରଥମ ମ୍ୟାଚ୍‌ ଖେଳିଛନ୍ତି। ଯଦିଓ ସେ ମାତ୍ର ୬ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ ମଧ୍ୟ ତାଙ୍କର ଦୀର୍ଘ ଅପେକ୍ଷାର ଅନ୍ତ ଘଟିଥିଲା। ଟସ ସମୟରେ ଜୟସ୍ବାଲ ପଡ଼ିଆରେ ଥିଲେ। ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍‌ ସାରି ଫେରୁଥିବାବେଳେ ହାତଯୋଡି ତାଙ୍କୁ ନମସ୍କାର କରିଥିଲେ ଜୟସ୍ବାଲ। ଧୋନୀଙ୍କ ପାଇଁ ଏହି ଯୁବ ଖେଳାଳିଙ୍କର କେତେ ସମ୍ମାନ ଅଛି ତାହା ଏଥିରୁ ଦର୍ଶାଏ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହୋଇଛି। ଚଳିତ ବର୍ଷ ଆରମ୍ଭରେ ଖେଳାଯାଇଥିବା ଅଣ୍ଡର-୧୯ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ୪୦୦ରୁ ଅଧିକ ସ୍କୋର କରିଥିଲେ। ଏଥିରେ ୬ଟି ଅର୍ଦ୍ଧଶତକ ହାସଲ କରି ଏହି ବାମହାତୀ ବ୍ୟାଟ୍ସମ୍ୟାନ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ସେ ବିଜୟ ହଜାରେ ଟ୍ରଫିରେ ଦ୍ୱିଶତକ ହାସଲ କରିଥିବା ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ହୋଇଥିଲେ। ସେ ମୁମ୍ବାଇ ପାଇଁ ୨୦୩ ରନ ସ୍କୋର କରିଥିଲେ। ଆଇପିଏଲ ନିଲାମ ସମୟରେ ରାଜସ୍ଥାନ ରୟାଲ୍ସ ଜୟସ୍ବାଲଙ୍କୁ ୨.୪ କୋଟିରେ କିଣିଛି।

Share