Categories: ଖେଳ

ଗୁପ୍‌ଚୁପ୍‌ ବିକି ସ୍ବପ୍ନ ପୂରଣ କରିଥିଲେ ଏହି କ୍ରିକେଟର, ଆଜି ଭଉଣୀଙ୍କୁ କଲେ ବିଦା

ଭାରତୀୟ କ୍ରିକେଟ ଜଗତର ଉଦୀୟମାନ ତାରକା ଯଶସ୍ବୀ ଜୟସୱାଲଙ୍କ ପାଇଁ ଆଜି ଏକ ଖୁସିର ଦିନ। ଆଜି ତାଙ୍କ ଭଉଣୀ ବିବାହ କରିବାକୁ ଯାଉଛନ୍ତି। ଯସଶ୍ୱୀ ନିଜ ଟଙ୍କା ଖର୍ଚ୍ଚ କରି ଭଉଣୀଙ୍କ ବିବାହ କରାଉଛନ୍ତି। ଭଉଣୀଙ୍କୁ ନେଇ ବିବାହ ମଣ୍ଡପକୁ ଯିବାବେଳେ ସେ ଏକ ଭିଡିଓ ଶେୟାର କରିଛନ୍ତି। ଯଶସ୍ବୀଙ୍କ ପାଇଁ ଏହା ଏକ ବଡ କଥା, କାରଣ ତାଙ୍କ ପିଲାଦିନ ବହୁତ ସଂଘର୍ଷରେ କଟିଛି। ଉତ୍ତରପ୍ରଦେଶର ଭଦୋହିରୁ ମୁମ୍ବାଇରେ ପହଞ୍ଚିଥିବା ଜୟସୱାଲ ମାତ୍ର ୧୧ ବର୍ଷ ବୟସରେ କ୍ରିକେଟ ଖେଳିବାର ସ୍ବପ୍ନ ଦେଖି ଏଠାକୁ ଆସି ଦୁଗ୍ଧ ଫାର୍ମରେ କାମ କରିଥିଲେ। ସେ ନିଜ ମାମୁଁଙ୍କ ସହ ଏକ ଛୋଟ ଘରେ ତିନି ବର୍ଷ ରହିଥିଲେ। ଦାରିଦ୍ର୍ୟର ଅବସ୍ଥା ଏପରି ଥିଲା ଯେ ବେଳେବେଳେ ଖାଲି ପେଟରେ ଶୋଇବାକୁ ପଡୁଥିଲା। ପେଟର ଭୋକ ମେଣ୍ଟାଇବା ପାଇଁ ସେ ରାସ୍ତାରେ ଗୁପ୍‌ଚୁପ ବିକ୍ରି କରିଥିଲେ ଏବଂ ଏକ ବଲ ବଏ ଭାବରେ ମଧ୍ୟ କାମ କରିଥିଲେ। ଏକଦିବସୀୟ କ୍ରିକେଟରେ ସେ ସର୍ବକନିଷ୍ଠ ଦ୍ୱିଶତକ ହାସଲ କରିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ। ଏହା ପରେ ସେ ଅଣ୍ଡର ୧୯ ବିଶ୍ୱକପ ପାଇଁ ଭାରତୀୟ ଦଳରେ ମନୋନୀତ ହୋଇଥିଲେ। ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଏହି ବିଶ୍ୱକପରେ ସେ ଗୋଟିଏ ଶତକ ଏବଂ ଚାରିଟି ଅର୍ଦ୍ଧଶତକ ସହ ୬ଟି ମ୍ୟାଚରେ ୪୦୦ ରନ ସଂଗ୍ରହ କରିଥିଲେ। ତାଙ୍କୁ ମ୍ୟାନ ଅଫ ଦି ସିରିଜ୍‌ ପୁରସ୍କାର ଦିଆଯାଇଥିଲା।

Share