Posted inଜାତୀୟ

ଉଛୁଳୁଛି ଯମୁନା, ଦିଲ୍ଲୀରେ ବନ୍ୟା

ନୂଆଦିଲ୍ଲୀ/କୁଲୁ/ଚଣ୍ଡିଗଡ଼,୧୩।୭: ଉତ୍ତର ଭାରତରେ ଲଗାଣ ବର୍ଷା ପରେ ଯମୁନା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ବୁଧବାର ନଦୀ ଜଳସ୍ତର ବୃଦ୍ଧି ଘଟି ୨୦୭.୫୫ ମିଟର ଛୁଇଁଥିବାବେଳେ ରାଜଧାନୀରେ ବନ୍ୟା ପରିସ୍ଥିତି ଉପୁଜିଛି। ଜଳସ୍ତର ବୃଦ୍ଧି ନେଇ ଯମୁନା ନଦୀ ୪୫ ବର୍ଷର ରେକର୍ଡ ଭାଙ୍ଗିଛି। ବିପଦ ଆଶଙ୍କା କରି ସ୍ଥାନୀୟ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ଧରି ଛାତରେ ରହୁଥିବା ଦେଖିବାକୁ ମିଳିଛି। ସ୍ଥିତିର ମୁକାବିଲା ପାଇଁ ଏଏପି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମନ୍ତ୍ରିମଣ୍ଡଳ ସ୍ତରୀୟ ଜରୁରିକାଳୀନ ବୈଠକ ଡାକିଥିଲେ। ତଳିଆ ଅଞ୍ଚଳରେ ଥିବା ଘରଗୁଡ଼ିକରେ ବନ୍ୟାଜଳ ପ୍ରବେଶ କରିବା ପରେ, ବିଳମ୍ବ ନ କରି ଘର ଖାଲି କରିବାକୁ କେଜରିଓ୍ବାଲ କହିଛନ୍ତି। ଏ ସମ୍ପର୍କରେ କେଜରିଓ୍ବାଲ ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି। ହରିୟାଣା ହାଟନିକୁଣ୍ଡ ବ୍ୟାରେଜ୍‌ ଗେଟ୍‌ ନ ଖୋଲିବାକୁ କେଜିଓ୍ବାଲ ଅନୁରୋଧ କରିଛନ୍ତି। ସେହିପରି ଉତ୍ତର ଦିଲ୍ଲୀସ୍ଥିତ ରଂଙ୍ଗ ରୋଡରେ ପାଣି ଜମିବାଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଅନ୍ୟପକ୍ଷେ ଆଗାମୀ ଦିନରେ ରାଜଧାନୀ ଦିଲ୍ଲୀରେ ଜି୨୦ ବୈଠକ ହେବାକୁ ଥିବାବେଳେ ସହରର ବନ୍ୟା ସ୍ଥିତି ଯୋଗୁ ବିଶ୍ୱକୁ ଭଲ ସନ୍ଦେଶ ମିଳିବ ନାହିଁ ବୋଲି ସେ କହିଛନ୍ତି।

ଦୃଷ୍ଟିରେ ରଖି ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଲୋକ ଜମା ହେବା ଲାଗି ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ବୁଧବାର ପୂର୍ବାହ୍ନ ୧୧ଟାବେଳେ ଓଲ୍ଡ ରେଲ୍‌ଓ୍ବେ ବ୍ରିଜ୍‌ରେ ନଦୀ ଜଳସ୍ତର ୨୦୭.୩୮ ମିଟର ମାପ କରାଯାଇଥିଲା। ୨୦୧୩ରେ ନଦୀ ଜଳସ୍ତର ୨୦୭.୩୨ ମିଟର ରେକର୍ଡ କରାଯାଇଥିବାବେଳେ ରାଜଧାନୀରେ ବନ୍ୟା ଦେଖିବାକୁ ମିଳିଥିଲା। ସେହିପରି ୧୯୭୮ରେ ଯମୁନା ଜଳସ୍ତର ସର୍ବାଧିକ ୨୦୭.୪୯ ମିଟର ଥିବାବେଳେ ବୁଧବାର ଏହା ୨୦୭.୫୫ ମିଟରରେ ପହଞ୍ଚତ୍ଛି। କେନ୍ଦ୍ରୀୟ ଜଳ ଆୟୋଗ ସୂଚନା ଅନୁସାରେ ଯମୁନା ଜଳସ୍ତର ୨୦୭.୫୭ ମଟରରେ ପହଞ୍ଚତ୍ବା ଆଶଙ୍କା ରହିଛି। ସ୍ଥିତିକୁ ଦୃଷ୍ଟିରେ ରଖି ପୁରୁଣା ଦିଲ୍ଲୀରେ ବନ୍ୟା ଆଲର୍ଟ ଜାରି କରାଯାଇଛି।
ବର୍ଷା ପ୍ରଭାବରେ ହିମାଚଳ ପ୍ରଦେଶରେ ଭୂସ୍ଖଳନ, ବିଦ୍ୟୁତ୍‌ କାଟ୍‌, ସଡ଼କ ଅବରୋଧ ଏବଂ ବ୍ରିଜ୍‌ ଭୁଶୁଡ଼ିବା ଯୋଗୁ ସ୍ଥିତି ଜଟିଳ ହୋଇପଡ଼ିଛି। ପାଖାପାଖି ୮୦ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ପର୍ଯ୍ୟଟକ ଏବେ ବି ପାହାଡ଼ ଅଞ୍ଚଳରେ ଫସିରହିଥିବା ଜଣାପଡ଼ିଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ସୂଚନା ଅନୁସାରେ ବର୍ଷା ଯୋଗୁ ୩୦୦୦ କୋଟିରୁ ୪୦୦୦ କୋଟି ଟଙ୍କାର କ୍ଷତି ହୋଇଛି। ଭୂସ୍ଖଳନ ଯୋଗୁ ୧୩୦୦ରୁ ଊର୍ଦ୍ଧ୍ୱ ସଡ଼କ ବନ୍ଦ ହୋଇ ପଡ଼ିଥିବାବେଳେ ୪୦ ବ୍ରିଜ୍‌ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରୁ ୨୦୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
ଯୋଗୁ ପଞ୍ଜାବ, ହରିୟାଣାରେ ମଧ୍ୟ ବନ୍ୟା ପରିସ୍ଥିତି ଉପୁଜିଛି। ଗତ ୩ଦିନର ଲଗାଣ ବର୍ଷାରେ ଲୋକେ ଏବେବି ପାଣିଘେରରେ ଅଛନ୍ତି। ପାଖାପାଖି ୧୦,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ପ୍ରତ୍ୟେକଙ୍କ ପାଖରେ ରିଲିଫ୍‌ ସାମଗ୍ରୀ ପହଞ୍ଚିବା ନେଇ ସରକାର ଗୁରୁତ୍ୱ ଦେଉଥିବା କହିଛନ୍ତି। ଉଭୟ ପଞ୍ଜାବ ଓ ହରିୟାଣାରେ ବର୍ଷାଜନିତ ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚତ୍ଛି। ସ୍ଥିତି ନିୟନ୍ତ୍ରଣରେ ଥିବାନେଇ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍‌ କହିଛନ୍ତି। ବନ୍ୟା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଆତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦର ବୃଦ୍ଧି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri