Posted inଜାତୀୟ

ଉଛୁଳୁଛି ଯମୁନା, ଦିଲ୍ଲୀରେ ବନ୍ୟା

ନୂଆଦିଲ୍ଲୀ/କୁଲୁ/ଚଣ୍ଡିଗଡ଼,୧୩।୭: ଉତ୍ତର ଭାରତରେ ଲଗାଣ ବର୍ଷା ପରେ ଯମୁନା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ବୁଧବାର ନଦୀ ଜଳସ୍ତର ବୃଦ୍ଧି ଘଟି ୨୦୭.୫୫ ମିଟର ଛୁଇଁଥିବାବେଳେ ରାଜଧାନୀରେ ବନ୍ୟା ପରିସ୍ଥିତି ଉପୁଜିଛି। ଜଳସ୍ତର ବୃଦ୍ଧି ନେଇ ଯମୁନା ନଦୀ ୪୫ ବର୍ଷର ରେକର୍ଡ ଭାଙ୍ଗିଛି। ବିପଦ ଆଶଙ୍କା କରି ସ୍ଥାନୀୟ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ଧରି ଛାତରେ ରହୁଥିବା ଦେଖିବାକୁ ମିଳିଛି। ସ୍ଥିତିର ମୁକାବିଲା ପାଇଁ ଏଏପି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମନ୍ତ୍ରିମଣ୍ଡଳ ସ୍ତରୀୟ ଜରୁରିକାଳୀନ ବୈଠକ ଡାକିଥିଲେ। ତଳିଆ ଅଞ୍ଚଳରେ ଥିବା ଘରଗୁଡ଼ିକରେ ବନ୍ୟାଜଳ ପ୍ରବେଶ କରିବା ପରେ, ବିଳମ୍ବ ନ କରି ଘର ଖାଲି କରିବାକୁ କେଜରିଓ୍ବାଲ କହିଛନ୍ତି। ଏ ସମ୍ପର୍କରେ କେଜରିଓ୍ବାଲ ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି। ହରିୟାଣା ହାଟନିକୁଣ୍ଡ ବ୍ୟାରେଜ୍‌ ଗେଟ୍‌ ନ ଖୋଲିବାକୁ କେଜିଓ୍ବାଲ ଅନୁରୋଧ କରିଛନ୍ତି। ସେହିପରି ଉତ୍ତର ଦିଲ୍ଲୀସ୍ଥିତ ରଂଙ୍ଗ ରୋଡରେ ପାଣି ଜମିବାଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଅନ୍ୟପକ୍ଷେ ଆଗାମୀ ଦିନରେ ରାଜଧାନୀ ଦିଲ୍ଲୀରେ ଜି୨୦ ବୈଠକ ହେବାକୁ ଥିବାବେଳେ ସହରର ବନ୍ୟା ସ୍ଥିତି ଯୋଗୁ ବିଶ୍ୱକୁ ଭଲ ସନ୍ଦେଶ ମିଳିବ ନାହିଁ ବୋଲି ସେ କହିଛନ୍ତି।

ଦୃଷ୍ଟିରେ ରଖି ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଲୋକ ଜମା ହେବା ଲାଗି ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ବୁଧବାର ପୂର୍ବାହ୍ନ ୧୧ଟାବେଳେ ଓଲ୍ଡ ରେଲ୍‌ଓ୍ବେ ବ୍ରିଜ୍‌ରେ ନଦୀ ଜଳସ୍ତର ୨୦୭.୩୮ ମିଟର ମାପ କରାଯାଇଥିଲା। ୨୦୧୩ରେ ନଦୀ ଜଳସ୍ତର ୨୦୭.୩୨ ମିଟର ରେକର୍ଡ କରାଯାଇଥିବାବେଳେ ରାଜଧାନୀରେ ବନ୍ୟା ଦେଖିବାକୁ ମିଳିଥିଲା। ସେହିପରି ୧୯୭୮ରେ ଯମୁନା ଜଳସ୍ତର ସର୍ବାଧିକ ୨୦୭.୪୯ ମିଟର ଥିବାବେଳେ ବୁଧବାର ଏହା ୨୦୭.୫୫ ମିଟରରେ ପହଞ୍ଚତ୍ଛି। କେନ୍ଦ୍ରୀୟ ଜଳ ଆୟୋଗ ସୂଚନା ଅନୁସାରେ ଯମୁନା ଜଳସ୍ତର ୨୦୭.୫୭ ମଟରରେ ପହଞ୍ଚତ୍ବା ଆଶଙ୍କା ରହିଛି। ସ୍ଥିତିକୁ ଦୃଷ୍ଟିରେ ରଖି ପୁରୁଣା ଦିଲ୍ଲୀରେ ବନ୍ୟା ଆଲର୍ଟ ଜାରି କରାଯାଇଛି।
ବର୍ଷା ପ୍ରଭାବରେ ହିମାଚଳ ପ୍ରଦେଶରେ ଭୂସ୍ଖଳନ, ବିଦ୍ୟୁତ୍‌ କାଟ୍‌, ସଡ଼କ ଅବରୋଧ ଏବଂ ବ୍ରିଜ୍‌ ଭୁଶୁଡ଼ିବା ଯୋଗୁ ସ୍ଥିତି ଜଟିଳ ହୋଇପଡ଼ିଛି। ପାଖାପାଖି ୮୦ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ପର୍ଯ୍ୟଟକ ଏବେ ବି ପାହାଡ଼ ଅଞ୍ଚଳରେ ଫସିରହିଥିବା ଜଣାପଡ଼ିଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ସୂଚନା ଅନୁସାରେ ବର୍ଷା ଯୋଗୁ ୩୦୦୦ କୋଟିରୁ ୪୦୦୦ କୋଟି ଟଙ୍କାର କ୍ଷତି ହୋଇଛି। ଭୂସ୍ଖଳନ ଯୋଗୁ ୧୩୦୦ରୁ ଊର୍ଦ୍ଧ୍ୱ ସଡ଼କ ବନ୍ଦ ହୋଇ ପଡ଼ିଥିବାବେଳେ ୪୦ ବ୍ରିଜ୍‌ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରୁ ୨୦୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
ଯୋଗୁ ପଞ୍ଜାବ, ହରିୟାଣାରେ ମଧ୍ୟ ବନ୍ୟା ପରିସ୍ଥିତି ଉପୁଜିଛି। ଗତ ୩ଦିନର ଲଗାଣ ବର୍ଷାରେ ଲୋକେ ଏବେବି ପାଣିଘେରରେ ଅଛନ୍ତି। ପାଖାପାଖି ୧୦,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ପ୍ରତ୍ୟେକଙ୍କ ପାଖରେ ରିଲିଫ୍‌ ସାମଗ୍ରୀ ପହଞ୍ଚିବା ନେଇ ସରକାର ଗୁରୁତ୍ୱ ଦେଉଥିବା କହିଛନ୍ତି। ଉଭୟ ପଞ୍ଜାବ ଓ ହରିୟାଣାରେ ବର୍ଷାଜନିତ ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚତ୍ଛି। ସ୍ଥିତି ନିୟନ୍ତ୍ରଣରେ ଥିବାନେଇ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍‌ କହିଛନ୍ତି। ବନ୍ୟା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଆତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦର ବୃଦ୍ଧି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri