ଉଚ୍ଚଶିକ୍ଷା ନେଇ ମଉଳିଯାଉଛି ଯମୁନାଙ୍କ ସ୍ବପ୍ନ

ଟିକିରି, ୧୩।୮( ପ୍ରଫୁଲ କୁମାର ବେହେରା)ରାୟଗଡା ଜିଲା କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ବଦଲିଝରଣ ଗ୍ରାମର ଯମୁନା ନାଏକ। ଅର୍ଥ ବାଧକ ଯୋଗୁ ତାଙ୍କ ଉଚ୍ଚଶିକ୍ଷାରେ ଡୋରି ବନ୍ଧା ହେବାକୁ ଯାଉଛି। କୋରାପୁଟ ଜିଲା ଦଶମନ୍ତପୁର କଲେଜରେ ଯୁକ୍ତ ୨ ଶେଷ କରିଥିବା ଯମୁନାଙ୍କ ବାପା ଭାଇଙ୍କ ମୃତ୍ୟୁ ହୋଇଯାଇଛି। ମା’ ପରଘରେ କାମ କରି ଓ ମଜୁରି ଲାଗି ପରିବାର ଚଳାଉଛନ୍ତି। ଭତ୍ତା ଟଙ୍କାରେ ଝିଅମାନଙ୍କୁ ପାଠ ପଢାଇଛନ୍ତି ସେ। ପରିସ୍ଥିତି ଏପରି ହୋଇଛି ଯମୁନାଙ୍କ ଜଣେ ବିବାହିତ ଭଉଣୀ ଆସି ଘରେ ଅଛନ୍ତି। ମା’ଙ୍କୁ ସହାୟତା କରିବାକୁ ଯମୁନା ରାୟଗଡା ଯାଇ ସେଠାରେ ଜଣେ ଠିକାଦାରଙ୍କ ପାଖରେ କୁଲି କାମ କରି ମାଙ୍କୁ ଅର୍ଥତ୍କ ସାହାଯ୍ୟ କରୁଥିଲେ। ଏବେ ବର୍ଷା ଦିନେ କୁଲି କାମ ଠିକ୍‌ ରୂପେ ମିଳୁ ନ ଥିବାରୁ ସେ ଗାଁକୁ ଚାଲିଆସି ଗ୍ରାମର ବିଭିନ୍ନ ଲୋକଙ୍କ ଜମିରେ କାମ କରି ନିଜ ପରିବାରକୁ ସହାୟତା କରୁଛନ୍ତି ଯମୁନା। ଏପରି ସ୍ଥଳେ ତାଙ୍କର ଯୁକ୍ତ ୩ ପଢିବାକୁ ବହୁତ ଇଛା ଥିଲେ ମଧ୍ୟ ଏଥିପାଇଁ ଆବଶ୍ୟକ ଅର୍ଥ ନାହିଁ ତାଙ୍କ ପରିବାର ପାଖରେ। ଫଳରେ ଉଚ୍ଚଶିକ୍ଷା ନେଇ ତାଙ୍କ ସ୍ବପ୍ନ ମଉଳିବାରେ ଲାଗିଛି। ଯଦି ସରକାର କିମ୍ବା କୌଣସି ସହଦୃଦୟ ବ୍ୟକ୍ତି ତାଙ୍କୁ ପଢିବା ପାଇଁ ସହାୟତା କଲେ ବେଶ୍‌ ଉପକୃତ ହୁଅନ୍ତେ ବୋଳି କହିଛନ୍ତି ଯମୁନା। ଏ ସମ୍ପର୍କରେ ଗ୍ରାମବାସୀ କହନ୍ତି, ଯମୁନାଙ୍କ ପରିବାର ଖୁବ୍‌ ଗରିବ। ଦିନେ ଖାଇଲେ ଦିନେ ଭୋକରେ ରୁହନ୍ତି। ପ୍ରଶାସନ ଯଦି ସହଯୋଗ କରନ୍ତା ତେବେ ତାଙ୍କ ସାନଝିଅ ଯମୁନା ଅଧିକ ପଢିବାର ସୁଯୋଗ ପାଆନ୍ତା ବୋଲି କହିଛନ୍ତି କେତେ ଜଣ ଗ୍ରାମବାସୀ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରକୁ ହୋଇଥିଲା ବର୍ଷେ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ: ବାହୁନି ବାହୁନି କାନ୍ଦୁଛି …

ଚାନ୍ଦବାଲି, ୧୬/୦୫ (ଅଶୋକ ପଣ୍ଡା): ସାବିତ୍ରୀ ବ୍ରତ ଦିନ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ଚାନ୍ଦବାଲି…

ସାତ୍ତ୍ୱିକ-ଚିରାଗ ଫାଇନାଲରେ

ବ୍ୟାଙ୍କକ୍‌,୧୬ା୫: ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟି ଥାଇଲାଣ୍ଡ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୯ ଓ ୨୦୨୪ରେ…

ଭବାନୀପାଟଣାରେ କାଳବୈଶାଖୀ କୁଆପଥର ବର୍ଷା,କାର ଉପରେ ପଡ଼ିଲା ଗଛ

ଭବାନୀପାଟଣା,୧୬।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଶନିବାର ଅପରାହ୍ନରେ କାଳବୈଶାଖୀ ହୋଇଥିଲା। ଏହାର ପ୍ରଭାବରେ ଜୋରରେ ପବନ ବୋହିବା ସହ କୁଆପଥର ବର୍ଷା ହୋଇଥିଲା। ପଵନ…

କ୍ରିକେଟ ଖେଳୁଥିବା ବେଳେ ଯୁବକଙ୍କ ଉପରେ ହେଲା ବଜ୍ରପାତ: ଟଳିପଡ଼ିଲେ…

ମୋହନା,୧୬।୫(ମନ୍ମଥ ମିଶ୍ର ):  ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାଘମାରି ପଞ୍ଚାୟତ ଶୁଲୁବା ଗାଁ ରେ ଅଘଟଣ ଘଟିଛି।  ଗାଁ ନିକଟସ୍ଥ ଏକ ପଡିଆରେ ବୟନ୍ତ…

ସନ୍ତରଣରେ ପ୍ରତିଭା ଦେଖାଇଲେ ଛାତ୍ରୀଛାତ୍ର

ରାଉରକେଲା,୧୫।୫(ବିପ୍ଳବ ରଞ୍ଜନ ଦାଶ): ନବଗଠିତ ଜିଲା ସୁଇମିଂ ଆସୋସିଏଶନ ପକ୍ଷରୁ ବିର୍ସାମୁଣ୍ଡା ଆଥଲେଟିକ ସୁଇମିଂ ପୁଲ୍‌ରେ ଜିଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇଯାଇଛି। ବିଭିନ୍ନ…

୫ଟଙ୍କା ଶସ୍ତା ହେଲା ପେଟ୍ରୋଲ; ଏହି ସରକାର କମାଇଲେ ତେଲଦାମ୍‌

ଇସଲାମାବଦ,୧୬।୫: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଅନେକ ଦେଶକୁ ପ୍ରଭାବିତ କରୁଛି। ଯେତେବେଳେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପରିବର୍ତ୍ତନ ଘଟେ, ଏହାର ତୁରନ୍ତ ପ୍ରଭାବ ସାଧାରଣ ଲୋକଙ୍କ…

୩୩ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦିବ୍ୟାଙ୍ଗ ମହିଳା ଗୁରୁତର

ନନ୍ଦପୁର,୧୬ା୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ମାଳିବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମର ଚାଷଜମି ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ୍‌ ଲାଇନର ଖୁଣ୍ଟ ଓ ତାର…

ଧରମ ଝିଅକୁ ୫ମାସର ଗର୍ଭବତୀ କରି ୨୦ବର୍ଷ ଜେଲ ଗଲେ ଦିବ୍ୟାଙ୍ଗ ବାପା।

କଳିଙ୍ଗନଗର, ୧୬।୫ (ଶୁଭାଶିଷ ରାଉତ): ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଦଣ୍ଡାଦେଶ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri