Categories: ଜାତୀୟ

ଯମୁନା ଏକ୍ସପ୍ରେସ ୱେରେ କାଞ୍ଜାୱାଲା ଭଳି ଘଟଣା, ୧୦ କିଲୋମିଟର ପର୍ଯ୍ୟନ୍ତ ମୃତ ଶରୀରକୁ ଘୋଷାଡି ନେଲା କାର

ମଥୁରା,୭ ।୨: ଯମୁନା ଏକ୍ସପ୍ରେସୱେରେ ଦିଲ୍ଲୀର କାଞ୍ଜାୱାଲା ଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ମଥୁରା ଜିଲାରେ ଜଣେ ବ୍ୟକ୍ତିଙ୍କୁ ଏକ କାର ପାଖାପାଖା ୧୦ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେଇଯାଇଛି । ଯେତେବେଳେ କାରଟି ଟୋଲଗେଟରେ ଅଟକିଥିଲା ସେତେବେଳେ ମୃତଦେହ ଏଣେତେଣେ ପଡିଥିବା ଦେଖାଯାଇଥିଲା । ଏହାପରେ ସୂଚନା ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଖଣ୍ଡ ବିଖଣ୍ଡିତ ମୃତ ଦେହକୁ ଏକାଠି କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।
ଉତ୍ତର ପ୍ରଦେଶର ମଥୁରା ଜିଲାରେ ଥାନା ମାଂଟ ଅଞ୍ଚଳର ଏହି ଘଟଣା ବୋଲି କୁହାଯାଉଛି । ଯମୁନା ଏକ୍ସପ୍ରେସ ୱେରେ ଏକ ସ୍ପିପ୍ଟ କାରରେ ଏକ ମୃତଦେହ ଫସି ରହିଥିବା ମିଳିଥିଲା । ଚଳନ୍ତା କାର ତଳେ ମୃତଦେହ ଫସିଯିବା କାରଣରୁ ଏହା ଖଣ୍ଡ ଖଣ୍ଡ ହୋଇଯାଇଥିଲା । କୁହାଯାଉଛି କି ଯମୁନା ଏକ୍ସପ୍ରେସ ୱେରେ କାରରେ ଫସିଯାଇଥିବା ମୃତଦେହକୁ ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ ଘୋଷଡି ନେଇଯାଇଥିଲେ କାର ଚାଳକ ।
ଟୋଲ ଗେଟରେ କାରଟି ଅଟକିବା ପରେ ସେଠାକାର ସୁକ୍ୟୁରିଟି ଏହାକୁ ଦେଖିବାରୁ ଘଟଣା ସମ୍ପର୍କରେ ଜଣାପଡିଥିଲା । ତେବେ କାର ପଛରେ ଜଣେ ଯୁବକଙ୍କ ମୃତଦେହ ଲଟକିଥିବା ଦେଖାଯାଇଥିଲା । ତେବେ ଏହା ଦୁର୍ଘଟଣା ନା ହତ୍ୟାକାଣ୍ଡ ତାକୁ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଛି ।

Share