ପାଠ ପଢ଼ାଇବେ ୟାମି

କି କଥା, ୟାମି ପାଠ ପଢ଼ାଇବେ ! ତା’ ଅର୍ଥ କ’ଣ ଯେ ସେ ଅଭିନୟ ଛାଡି ଶିକ୍ଷକତା ଲାଇନ୍‌କୁ ଆପଣେଇବାକୁ ଯାଉଛନ୍ତି ? ହେଲେ ଅସଲ କଥା ସେଇଆ ନୁହେଁ। ନିର୍ମିତ ହେବାକୁ ଯାଉଥିବା ଏକ ସସପେନ୍ସ ଥ୍ରୀଲର୍‌ରେ ୟାମି ଜଣେ ଶିକ୍ଷୟିତ୍ରୀ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଏହି ଫିଲ୍ମର ଟାଇଟଲ୍‌ ରହିଛି ‘ଏ ଥର୍ସଡେ’। ଏ ସମ୍ପର୍କରେ ୟାମି କହନ୍ତି, ‘ଜଣେ ଶିକ୍ଷୟିତ୍ରୀଙ୍କ ସଂର୍ଘଷମୟ କାହାଣୀକୁ ନେଇ ଫିଲ୍ମଟି ପ୍ରସ୍ତୁତ ହେବ। ତେଣୁ ଏହି ଫିଲ୍ମ ପାଇଁ ମୋତେ ଏବେ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ପଡୁଛି। ଆଶା ରଖିଛି ଉଭୟ ଫିଲ୍ମ ଏବଂ ମୋ ଭୂମିକାକୁ ଦର୍ଶକ ନିଶ୍ଚୟ ଗ୍ରହଣ କରିବେ।’ ଆରଏସଭିପି ମୁଭିଜ ଏବଂ ବ୍ଲୁ ମଙ୍କି ଫିଲ୍ମସ ବ୍ୟାନରରେ ଏହାର ପ୍ରଯୋଜନା କରୁଛନ୍ତି ରୋନି ସ୍କୃ୍‌ଓ୍ବାଲା। ଫିଲ୍ମର କାହାଣୀ ରଚନା କରିବା ସହ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ବେହଜାଦ୍‌ ଖମ୍ବାଟା। ଏଥିରେ ୟାମି ଜଣେ ପ୍ଲେ ସ୍କୁଲ ଟିଚର (ନୈନା ଜୈସଓ୍ବାଲ) ଭୂମିକାରେ ଅଭିନୟ କରିବେ। ଏହି ଭୂମିକାକୁ ତୁଲାଇବା ପାଇଁ ସେ ଏବେ କେତେଜଣ ପ୍ଲେ ସ୍କୁଲ ଟିଚରଙ୍କ ସହ ଆଲୋଚନା କରୁଛନ୍ତି। ଯଦ୍ୱାରା କି ସେ ନିଜ ଭୂମିକାକୁ ଆହୁରି ସୂଚାରୁ ରୂପେ ତୁଲାଇ ପାରିବେ ବୋଲି କହନ୍ତି।

Share