ପ୍ରଥମଥର ନେଗେଟିଭ କ୍ୟାରେକ୍ଟରରେ ୟାମି

ମୁମ୍ବାଇ: କରୋନା ମହାମାରୀ ପାଇଁ ପ୍ରାୟ ବର୍ଷେ ହେବ ବନ୍ଦ ରହିଥିବା ସିନେମା ହଲ୍ ଧିରେ ଧିରେ ଚଳଚଞ୍ଚଳ ହେବାରେ ଲାଗିଛି । କରୋନାର ପ୍ରକୋପ କମିବା ପରେ ରିଲିଜ୍ ଅପେକ୍ଷାରେ ଥିବା କିଛି ଫିଲ୍ମ ରିଲିଜ୍ ହୋଇଥିବା ବେଳେ ଆଉ କିଛି ଫିଲ୍ମର ଶୁଟିଂ ଆରମ୍ଭ ହୋଇ ଯାଇଛି । ଏହି ସମୟରେ ବଲିଉଡ୍ ଅଭିନେତ୍ରୀ ୟାମି ଗୌତମ ବି ତାଙ୍କ ଅପକମିଂ ଫିଲ୍ମର ଶୁଟିଂ ଆରମ୍ଭ କରି ଦେଇଛନ୍ତି । କାବିଲ, ବିକ୍କି ଡୋନର, ଉରି ଦ ସର୍ଜିକାଲ ଷ୍ଟ୍ରାଇକ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କର ନିକଟତର ହୋଇଥିବା ୟାମି ଏବେ ‘ଏ ଥର୍ସଡେ’ ଫିଲ୍ମର ଶୁଟିଂ ଆରମ୍ଭ କରିଛନ୍ତି । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନାୟିକା ଇନଷ୍ଟାଗ୍ରାମ ମାଧ୍ୟମରେ ଫିଲ୍ମ ‘ଏ ଥର୍ସଡେ’ ସମ୍ପର୍କରେ ସୂଚନା ଦେଇଛନ୍ତି । ୟାମି ଏଥିରେ ନୈନା ଯୟଶୱାଲା ଚରତ୍ରରେ ନଜର ଆସୁଥିବା ବେଳେ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ନେହା ଧୁପିଆ, ଡିମ୍ପଲ କାପାଡିଆ, ଅତୁଲ କୁଲକର୍ଣ୍ଣି ଇତ୍ୟାଦି । ତେବେ ୟାମି ଏଥିରେ ପ୍ରଥମ ଥର ଲାଗି ନେଗେଟିଭ କ୍ୟାରେକ୍ଟରରେ ଦେଖାଯିବେ ବୋଲି ଜଣାପଡିଛି । ଏହି ଚଳଚ୍ଚିତ୍ରଟି ଫିଲ୍ମ ନିର୍ମାତା ଆର୍‌ଏସ୍‌ବିପି ଓ ବ୍ଲୁ ମଙ୍କି ଫିଲ୍ମ ଦ୍ୱାରା ନିର୍ମାଣ କରାଯାଉଛି ।

Share