ୟାମି ଗୌତମୀଙ୍କ ଲୁଚାଛପା ବିବାହ ଫଟୋ ଭାଇରାଲ…

ମୁମ୍ବାଇ,୫।୬: ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମୀଙ୍କ ଲୁଚାଛପା ବିବାହ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ଏବେ ଏହାର ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୟାମି ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ସହିତ ବିବାହ କରିଥିବା ଖବର ବିଷୟରେ କାହାକୁ ଜଣାଯାଇ ନ ଥିଲା। ଦୁହେଁ ଦୀର୍ଘଦିନରେ ପ୍ରେମ ସମ୍ପର୍କକୁ ନୂଆ ରୂପ ଦେବାକୁ ଯାଇ ବିବାହ କରିଥିଲେ। ତେବେ ଏବେ ବିବାହର ଇନ୍‌ସାଇଡ୍‌ ଫୋଟେଜ୍‌ ସୋସିଆଲ ମିଡ଼ିଆରେ ଅପଲୋଡ୍‌ କରାଯାଇଛି। ବିବାହରେ ଦୁଇ ପରିବାରର ସଦସ୍ୟ ଉପସ୍ଥିତ ଥିଲେ। ବିଭିନ୍ନ ଫଟୋ ମଧ୍ୟରେ ୟାମିଙ୍କ ପାଦରେ ଅଳତା ଲଗାଯାଉଥିବା, ହୋମକୁଣ୍ଡ ପାଖରେ ବସିଥିବା ଆରଦି ଫଟୋ ରହିଛି। ୟାମି ଲାଲ ରଙ୍ଗର ପୋଷାକ ପିନ୍ଧି ବୋହୂ ବେଶରେ ସଜ୍ଜିତ ହୋଇଥିବାବେଳେ ଆଦିତ୍ୟ ବର ଯୋଡ଼ ପିନ୍ଧି ବେଶ୍‌ ସୁନ୍ଦର ଦେଖାଯାଉଥିଲେ।

Share