ଆଇପିଏସ୍ ଭୂମିକାରେ ୟାମି

ମୁମ୍ବାଇ: ବଲିଉଡ୍ ନାୟିକା ୟାମି ଗୌତମ ଖୁବ୍‌ଶୀଘ୍ର ଏକ ନୂଆ ଫିଲ୍ମରେ ନଜର ଆସିବେ । ଯାହାର ଲୁକ୍ ଏବେ ସାମ୍ନାକୁ ଆସିଛି । ଏହାସହ ୟାମିଙ୍କ ହାତରେ ବି ରହିଛି ଆଉ କିଛି ପ୍ରୋଜେକ୍ଟ । ୟାମି ତାଙ୍କ ଅଗାମୀ ଫିଲ୍ମ ‘ଭୁତ ପୋଲିସ’ ଓ ‘ଦଶୱି’ ପାଇଁ ଏବେ ବ୍ୟସ୍ତ ଅଛନ୍ତି । ‘ଭୁତ ପୋଲିସ’ରେ ସେ ଶୈଫ ଅଲ୍ଲି ଖାଁ, ଅର୍ଜୁନ କପୁର ଓ ଜ୍ୟାକଲିନଙ୍କ ସହ ନଜର ଆସୁଥିବା ବେଳେ ‘ଦଶୱି’ରେ ତାଙ୍କୁ ଅଭିଶେକ ବଚ୍ଚନଙ୍କ ସହ ଦେଖିବାକୁ ମିଳିିବ । ଏହି ପଲିଟିକାଲ କମେଡି ଫିଲ୍ମରେ ତାଙ୍କ ଲୁକ୍ ନିକଟରେ ନଜର ଆସିଛି । ଏହି ନୂଆ ଲୁକକୁ ଶେୟାର କରି କ୍ୟାପଶନରେ ୟାମି ଲେଖିଛନ୍ତି ଜ୍ୟୋତି ଦେଶୱାଲଙ୍କ ଚରିତ୍ରରେ ଅଭିନୟ କରୁଥିବାର ଦଶୱି ସେଟ୍‌ର ମୋର ପ୍ରଥମ ଦିନ । ଜଣେ ଆଇପିଏସ୍ ଚରିତ୍ରରେ ଅଭିନୟ କରି ଗର୍ବ ଅନୁଭବ କରୁଛି । ଆଉ ସେ ଯେଉଁ ଫଟୋ ଶେୟାର କରିଛନ୍ତି ସେଥିରେ ସେ ଆଇପିଏସ୍ ଚରିତ୍ରରେ ନଜର ଆସିଛନ୍ତି । ଏହି ଫିଲ୍ମରେ ୟାମିଙ୍କ ବ୍ୟତୀତ ଅଭିଶେକଙ୍କ ଲୁକ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ନିମ୍ରତ କୌର ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ମାଧ୍ୟମରେ ତୁଷାର ଜସୋଲା ତାଙ୍କ ଡାଇରେକ୍ଟର ଡେବ୍ୟୁ କରିଛନ୍ତି । ଏହି ଫିଲ୍ମର କାହାଣୀ ସମାଜରେ ଶିକ୍ଷା ବିଷୟରେ କହୁଛି । ଏହାର ପ୍ରଡକସନ୍ ଦିନେଶ ବିଜାନଙ୍କ ମେଣ୍ଢକ ଫିଲ୍ମସ ଓ ଜିୟୋ ଷ୍ଟୁଡିଓ କରୁଛନ୍ତି ।

Share