ସାମାନ୍ୟ ଲେହେଙ୍ଗା ପାଇଁ ୟାମିଙ୍କୁ ଶୁଣିବାକୁ ପଡ଼ିଥିଲା ଡିଜାଇନରଙ୍କ ଏଭଳି କଥା…

ବଲିଉଡ୍‌ର ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ୟାମି ଗୌତମ ଅନ୍ୟତମ। ସେ ତାଙ୍କର ଆଗାମୀ ଫିଲ୍ମ ‘ଦଶବି’ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏହା ସହ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟନ୍ତି। ସେ ଗତ ବର୍ଷ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରିଥିଲେ। ୟାମିଙ୍କ ବିବାହ ଗୁପ୍ତ ଭାବେ ହୋଇଥିଲା। ଯେଉଁଥିରେ କେବଳ ତାଙ୍କ ଘନିଷ୍ଠ ସମ୍ପର୍କୀୟ ଉପସ୍ଥିତ ଥିଲେ।
ତେବେ ନିକଟରେ ଏକ ସାକ୍ଷାତକାରରେ ୟାମି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିଥିଲେ। ଫ୍ୟାଶନ ଇଣ୍ଡଷ୍ଟ୍ରିରେ କିଛି ଲୋକ ଅଛନ୍ତି, ଯେଉଁମାନେ ଆପଣଙ୍କୁ ସେମାନଙ୍କ ପୋଷାକ ଦିଅନ୍ତି ନାହିଁ । କାରଣ ସେମାନେ ଭାବନ୍ତି ନାହିଁ ଯେ, ଆପଣ ଏହା ଯୋଗ୍ୟ ଅଟନ୍ତି । ସେ ତାଙ୍କ ସହିତ ଘଟିଥିବା ଘଟଣା ବିଷୟରେ ଉଲ୍ଲେଖ କରି କହିଛନ୍ତି, ‘ଏହା ଫ୍ୟାଶନ ଦୁନିଆରେ ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥା ଏବଂ ଏହା ମୋ ସହିତ ମଧ୍ୟ ଘଟିଛି’ । ଥରେ ଜଣେ ବ୍ୟକ୍ତି ମୋତେ କହିଥିଲେ, ‘ଏହି ଲେହେଙ୍ଗା ତୁମ ପାଇଁ ନୁହେଁ ।’ ପରେ ମୁଁ କହିଲି, କ’ଣ … କିନ୍ତୁ କାହିଁକି? ଏହା ପରେ ମୁଁ ତାଙ୍କ ସହିତ କାମ କରି ନ ଥିଲି । କିନ୍ତୁ ଏହି କଥା ମୋତେ ବହୁତ ଖରାପ ଲାଗିଥିଲା। ଯଦିଓ ଏହା ସମସ୍ତ ଡିଜାଇନରଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ, ସେମାନଙ୍କ ମଧ୍ୟରୁ ଅନେକ ବହୁତ ସୁନ୍ଦର ଏବଂ ଉତ୍ତମ ବ୍ୟବହାର କରନ୍ତି।

Share