ସଡ଼କରେ ବୁଲୁଛନ୍ତି ଯମରାଜା-ଯମଦୂତ: କରୁଛନ୍ତି ବିକଟାଳ ଶବ୍ଦ….

ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦିଲ୍ଲୀ ସମେତ କେତେକ ରାଜ୍ୟରେ ସରକାରଙ୍କ ପକ୍ଷରୁ କଡ଼ାକଟକଣା ଜାରି କରାଯାଇଛି। ତେବେ କରୋନା ମାର୍ଗଦର୍ଶିକା ପାଳନ ପାଇଁ ଲୋକଙ୍କୁ ସଚେତନ କରିବା ଲାଗି ରାଜଧାନୀ ଦିଲ୍ଲୀ ରାସ୍ତାରେ ଯମରାଜାଙ୍କ ସହିତ ଯମଦୂତ ବୁଲୁଛନ୍ତି। ସେମାନେ ବିଭିନ୍ନ ପ୍ରକାର ବିକଟାଳ ଶବ୍ଦ କରିବା ସହିତ ଲୋକଙ୍କୁ ସଚେତନ କରାଉଛନ୍ତି। କରୋନା ମାର୍ଗଦର୍ଶିକା ପାଳନ କରୁ ନ ଥିବା ଅମାନିଆଙ୍କ ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ଏଭଳି ନିଆରା ଅଭିଯାନ ଆରମ୍ଭ କରାଯାଇଛି। ଦିଲ୍ଲୀର ସାଉଥ୍‌ ଇଷ୍ଟ୍‌ ଜିଲାରେ ପୋଲିସ ପକ୍ଷରୁ ଲୋକଙ୍କୁ ମାସ୍କ୍‌ ବଣ୍ଟାଯାଉଛି। ଏହାର ନେତୃତ୍ୱ ଡିସିପି ଆର୍‌.ପି. ମିନା ନେଇଛନ୍ତି। ସେହିପରି ଅନ୍ୟ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଲୋକଙ୍କୁ ସଚେତନ କରାଯିବାର ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି।

Share