ୟାକୁବଙ୍କୁ ୭ଦିନିଆ ରିମାଣ୍ଡରେ ନେଲା ପୋଲିସ

କଟକ ଅଫିସ, ୧୪।୪: ଏସ୍‌ସିବିରୁ ଫେରାର ଗ୍ୟାଙ୍ଗ୍‌ଷ୍ଟର ହାଇଦରଙ୍କ ସହଯୋଗୀ ୟାକୁବ ଖାନ୍‌ଙ୍କୁ ମଙ୍ଗଳବାର କମିଶନରେଟ ପୋଲିସ ୭ଦିନିଆ ରିମାଣ୍ଡରେ ନେଇଛି। ୟାକୁବ୍‌ ସୋମବାର ଚାଉଳିଆଗଞ୍ଜ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ନିଲମ୍ବିତ କନଷ୍ଟେବଳ ମହମ୍ମଦ ମୌସୁମ୍‌ଙ୍କ ଅଭିଯୋଗକ୍ରମେ ରୁଜୁ ହୋଇଥିବା ମାମଲା(ନଂ.୧୦୧/୨୦୨୧)ରେ ୟାକୁବ୍‌ଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ଏଥିସହ ତାଙ୍କୁ ୭ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ୟାକୁବ୍‌ ସୋମବାର ଆତ୍ମସର୍ପମଣ କରିବାବେଳେ ହାଇଦରଙ୍କ ଫେରାର ଘଟଣାରେ ତାଙ୍କର କୌଣସି ହାତ ନାହିଁ ବୋଲି ଗଣମାଧ୍ୟମରେ ଆଗରେ କହିଥିଲେ। ହେଲେ ତାଙ୍କୁ ପଚରାଉଚରା କରାଯିବାବେଳେ ପୋଲିସ ଅନେକ ତଥ୍ୟ ହାସଲ କରିଥିଲା। ଡିସିପି ପ୍ରତୀକ ସିଂଙ୍କ କହିବା ହେଲା ୟାକୁବ୍‌ ଗ୍ୟାଙ୍ଗଷ୍ଟର ହାଇଦରଙ୍କ ଜଣେ ପୁରୁଣା ସହଯୋଗୀ। ଏପରି କି ହାଇଦର ଏସ୍‌ସିବିରେ ଥିବାବେଳେ ସେ ନିୟମିତ ଦେଖାକରିବା ସହ ଖାଦ୍ୟପଦାର୍ଥ ଦେଉଥିଲେ। ହାଇଦର ଫେରାର ଘଟଣାରେ ୟାକୁବ୍‌ଙ୍କ ହାତ ଥିବା ସେ ସ୍ବୀକାର କରିଛନ୍ତି। ରିମାଣ୍ଡ ସମୟରେ ଅଧିକ ତଥ୍ୟ ଆଦାୟ କରାଯିବ ବୋଲି ଡିସିପି ସିଂ କହିଛନ୍ତି।
ଅପରପକ୍ଷରେ ଏସ୍‌ସିବିର ଜରୁରୀକାଳୀନ ଅଧିକାରୀ ଭୁବନ ମହାରଣା କହିଛନ୍ତି, ହାଇଦର ବୁର୍ଲା ମେଡିକାଲ ଦ୍ୱାରା ରେଫର ହୋଇ ମାର୍ଚ୍ଚ ୨୩ରେ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। ନିୟମାନୁଯାୟୀ, ସ୍ଥାନୀୟ ପୋଲିସକୁ ଏନେଇ ଅବଗତ କରିବା ଜରୁରୀ ଥିଲା, ମାତ୍ର ତାହା କରାଯାଇ ନାହିଁ। ଏପରି କି ତାଙ୍କର ହାଇଡ୍ରୋସିଲ ସମେତ ଡାଇବେଟିସ, ବ୍ଲଡ ପ୍ରେସର, କିଡ୍‌ନୀ ସମସ୍ୟା ଆଦି ରହିଥିଲା। ଏଥିପାଇଁ ବିଭିନ୍ନ ବିଭାଗ ପକ୍ଷରୁ ନିୟମିତ ତାଙ୍କର ଯାଞ୍ଚ କରାଯାଉଥିଲା। ତାଙ୍କର ବ୍ଳଡ ପ୍ରେସର ଓ ଡାଇବେଟିସ ନିୟନ୍ତ୍ରଣ ହେବାପରେ ଅସ୍ତ୍ରପଚାର ହୋଇଥାନ୍ତା। ତେଣୁ ସେ କ୍ୟାବିନରେ ରହିଥିଲେ। କ୍ୟାବିନ୍‌ ପାଇଁ ହାଇଦର ନିଜେ ଆବେଦନ କରିଥିଲେ ବୋଲି ମହାରଣା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri