ତାଇଓ୍ବାନ-ଦକ୍ଷିଣ ଚାଇନା ସାଗର ଉପରେ ଜିନପିଙ୍ଗଙ୍କ ନଜର…

ବେଜିଂ,୧୪।୧୧ : ଲଦାଖରେ ସୀମା ବିବାଦକୁ ନେଇ ଭାରତ ଏବଂ ଚାଇନା ମଧ୍ୟରେ ବିବାଦ ଜାରି ରହିଛି। ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସ୍ପଷ୍ଟ ଭାବେ କହିଛନ୍ତି ଯେ ବେଜିଂକୁ ସୀମା ସମ୍ବନ୍ଧୀୟ ଚୁକ୍ତିନାମା ଗ୍ରହଣ କରିବାକୁ ପଡ଼ିବ। ଏଥିସହ ଉଭୟ ଦେଶରେ ସ୍ବାଭାବିକତା ସ୍ଥିତି ଫେରାଇ ଆଣିବାକୁ ଚାଇନା ୩୪୮୮ କିଲୋମିଟର ଲମ୍ବା ଏଲଏସି ଉପରେ ଏକପାଖିଆ ସାମରିକ କାର୍ଯ୍ୟାନୁଷ୍ଠାନରୁ ନିବୃତ୍ତ ହେବାକୁ ପଡିବ।

ଅପର ପକ୍ଷରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ୍‌ ତାଇଓ୍ବାନ ଏବଂ ଦକ୍ଷିଣ ଚାଇନା ସାଗର ଉପରେ ନଜର ରଖିଛନ୍ତି। ଇଷ୍ଟର୍ନ ଥିଏଟର କମାଣ୍ଡର ଜେନେରାଲ ହେ ୱିଡୋଙ୍ଗ ଏନେଇ ସୂଚନା ଦେଇଛନ୍ତି। ଗତ କିଛି ଦିନ ହେବ ତାଇୱାନରେ ଚାଇନା ଯୁଦ୍ଧବିମାନ ଏବଂ ଯୁଦ୍ଧ ଜାହାଜ ବାରମ୍ବାର ସୀମାର ଉଲ୍ଲଂଘନ କରିଥିବାରୁ କମାଣ୍ଡର ଜେନେରାଲଙ୍କ ବିବୃତ୍ତି ସତ ହୋଇପାରେ ବୋଲି ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି।

ଚାଇନାରେ କମ୍ୟୁନିଷ୍ଟ ପାର୍ଟିର ବୈଠକ ପରେ ଜାରି ହୋଇଥିବା ମିଳିତ ବିବୃତ୍ତିରେ ବିବାଦୀୟ ସ୍ଥାନଗୁଡିକର ସମାଧାନ ମଧ୍ୟ ସୂଚିତ କରାଯାଇଛି। ସେଥିମଧ୍ୟରେ ପୂର୍ବ ଲଦାଖର କେତେକ ଅଞ୍ଚଳ ମଧ୍ୟ ରହିଛି। ଚାଇନା ପ୍ରଥମେ ତାଇଓ୍ବାନ ଉପରେ କ୍ଷମତା ବିସ୍ତାର ପରେ ଲଦାଖର ବିବାଦୀୟ ଅଞ୍ଚଳକୁ ନି ଦଖଲକୁ ନେବାର ଷଡ଼ଯନ୍ତ୍ର ରଚିଛି।

Share