ଚାଇନା-ଆରବ ଶିଖର ବୈଠକରେ ଯୋଗଦେବାକୁ ସୌଦି ଆରବ ଯିବେ ଜିନପିଙ୍ଗ

ବେଜିଂ,୬ ।୧୨: ଚାଇନା ଓ ସୌଦି ଆରବ ସହ ଆମେରିକାର ଶତ୍ରୁତା ବଢିଚାଲିଥିବା ବେଳେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଗୁରୁବାର ରିୟାଦ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେ ସୌଦି ଆରବର ରାଜଧାନୀ ରିୟାଦରେ ଚାଇନା-ଆରବ ଶିଖର ସମ୍ମିଳନୀରେ ଭାଗ ନେବେ । ଏଥିରେ ୧୪ ଆରବ ଦେଶର ରାଷ୍ଟ୍ରାଧ୍ୟକ୍ଷ ସାମିଲ ହେବାର ସମ୍ଭାବନା ରହିଛି ।

ସିଏନଏନ ମଙ୍ଗଳବାର ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଜିନପିଙ୍ଗ ରିୟାଦ ଯାତ୍ରା କରିବାର ସୂଚନା ଦେଇଛି । ଜିନପିଙ୍ଗଙ୍କ ଦୁଇ ଦିନିଆ ଯାତ୍ରା ସମୟରେ ଚାଇନା-ଜିସିସି କନଫରେନ୍ସ ବି ହେବାର ସମ୍ଭାବନା ରହିଛି । ସୌଦି ଆରବ ଆମେରିକା ସହ ବଢି ଚାଲିଥିବା ଶତ୍ରୁତା ପରେ ମଧ୍ୟପୂର୍ବରେ ଆମେରିକାର ସବୁଠାରୁ ବଡ ସହଯୋଗ । ଜିନପିଙ୍ଗଙ୍କ ସୌଦି ଆରବ ଯାତ୍ରାକୁ ନେଇ ମାସ ମାସ ହେବ ଅନୁମାନ ଲଗାଯାଉଛି । ତେବେ ଏପର୍ଯ୍ୟନ୍ତ ନା ସୌଦି ଆରବ ନା ଚାଇନା ସରକାର ଜିନପିଙ୍ଗଙ୍କ ଯାତ୍ରାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି ।

Share