ଜିନପିଙ୍ଗ୍‌ଙ୍କୁ ଘାରିଛି ଆର୍ଥିକ ସଙ୍କଟ ଚିନ୍ତା, ଖୋଜୁଛନ୍ତି ସମାଧାନ…

ବେଜିଂ, ୮।୮ : ଆମେରିକାର ସିନେଟ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଏକ ପ୍ରମୁଖ ସାମରିକ ଅଭ୍ୟାସ କରିଛନ୍ତି। ଯଦି ଆମେରିକା ସମେତ ତାଇୱାନ ସମର୍ଥକ ଦେଶ ଚାଇନା ବିରୋଧରେ କଠୋର ଅର୍ଥନୈତିକ ପଦକ୍ଷେପ ନିଅନ୍ତି। ତେବେ ନକାରାତ୍ମକ ଅଭିବୃଦ୍ଧି ଦେଖାଉଥିବା ଚାଇନାର ଅର୍ଥନୀତି ଅଧିକ ଖରାପ ହେବାର ଆଶଙ୍କା ରହିଛି। ନ୍ୟୁଜ ଏଜେନ୍ସି ଏଏନଆଇର ଏକ ଖବର ଅନୁଯାୟୀ, ବର୍ତ୍ତମାନ ତାଇୱାନର ବିଷୟ କେବଳ ଚାଇନା ଜାତୀୟତାବାଦୀ ଭାବନା ବଢ଼ାଇବା ପ୍ରସଙ୍ଗ ନୁହେଁ। ଏଥିରେ ଏବେ ଆମେରିକା ଏବଂ ଏହାର ସହଯୋଗୀମାନଙ୍କ ଅର୍ଥନୀତି ଏବଂ କୂଟନନୈତିକ ସମ୍ପର୍କ ଯୋଡ଼ି ହୋଇଛି। ପେଲୋସିଙ୍କ ତାଇୱାନ ଗସ୍ତ ପରେ ସୃଷ୍ଟି ହୋଇଥିବା ସଙ୍କଟର ମୁକାବିଲା ପାଇଁ ଜିନପିଙ୍ଗ ବର୍ତ୍ତମାନ ଚେଷ୍ଟା କରୁଛନ୍ତି।

ଜିନପିଙ୍ଗଙ୍କ ପାଇଁ ଏହା ଏକ ରାଜନୈତିକ ସମ୍ବେଦନଶୀଳ ସମୟ। କାରଣ ତାଙ୍କୁ ବିଂଶତମ ପାର୍ଟି କଂଗ୍ରେସର ସାମ୍ନା କରିବାକୁ ପଡିବ। ଯାହାର ସମୟ ପାଖେଇ ଆସୁଛି। ସେପର୍ଯ୍ୟନ୍ତ, ତାଇୱାନ ପ୍ରସଙ୍ଗରେ ଏକ ବାଟ ଖୋଜି ଜିନପିଙ୍ଗ ଚାଇନା ଲୋକଙ୍କୁ ଦେଖାଇବାକୁ ଚାହାଁନ୍ତି ଯେ ସେ ତାଇୱାନ ଷ୍ଟ୍ରାଇଟରେ ଥିବା ତିକ୍ତତାକୁ ମୁକାବିଲା କରିବାରେ ସକ୍ଷମ ଏବଂ ଏକ ଚାଇନା ନୀତିରେ ତାଙ୍କର ସଂକଳ୍ପ ମଧ୍ୟ ରହିଛି। ଚାଇନା ସାମରିକ ଶକ୍ତି ପ୍ରଦର୍ଶନ ମଧ୍ୟ ଏହାର କିଛି ପରିଣାମ ଆଣିପାରେ ଏବଂ ଜିନପିଙ୍ଗ ନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ ଚାଇନା ଅର୍ଥନୀତିର କୌଣସି କ୍ଷତି ନକରି ସେମାନଙ୍କ ସହ ମୁକାବିଲା କରିବାକୁ ସେ ସକ୍ଷମ।

Share