ଜିନପିଙ୍ଗ୍‌ଙ୍କୁ ଘାରିଛି ଆର୍ଥିକ ସଙ୍କଟ ଚିନ୍ତା, ଖୋଜୁଛନ୍ତି ସମାଧାନ…

ବେଜିଂ, ୮।୮ : ଆମେରିକାର ସିନେଟ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଏକ ପ୍ରମୁଖ ସାମରିକ ଅଭ୍ୟାସ କରିଛନ୍ତି। ଯଦି ଆମେରିକା ସମେତ ତାଇୱାନ ସମର୍ଥକ ଦେଶ ଚାଇନା ବିରୋଧରେ କଠୋର ଅର୍ଥନୈତିକ ପଦକ୍ଷେପ ନିଅନ୍ତି। ତେବେ ନକାରାତ୍ମକ ଅଭିବୃଦ୍ଧି ଦେଖାଉଥିବା ଚାଇନାର ଅର୍ଥନୀତି ଅଧିକ ଖରାପ ହେବାର ଆଶଙ୍କା ରହିଛି। ନ୍ୟୁଜ ଏଜେନ୍ସି ଏଏନଆଇର ଏକ ଖବର ଅନୁଯାୟୀ, ବର୍ତ୍ତମାନ ତାଇୱାନର ବିଷୟ କେବଳ ଚାଇନା ଜାତୀୟତାବାଦୀ ଭାବନା ବଢ଼ାଇବା ପ୍ରସଙ୍ଗ ନୁହେଁ। ଏଥିରେ ଏବେ ଆମେରିକା ଏବଂ ଏହାର ସହଯୋଗୀମାନଙ୍କ ଅର୍ଥନୀତି ଏବଂ କୂଟନନୈତିକ ସମ୍ପର୍କ ଯୋଡ଼ି ହୋଇଛି। ପେଲୋସିଙ୍କ ତାଇୱାନ ଗସ୍ତ ପରେ ସୃଷ୍ଟି ହୋଇଥିବା ସଙ୍କଟର ମୁକାବିଲା ପାଇଁ ଜିନପିଙ୍ଗ ବର୍ତ୍ତମାନ ଚେଷ୍ଟା କରୁଛନ୍ତି।

ଜିନପିଙ୍ଗଙ୍କ ପାଇଁ ଏହା ଏକ ରାଜନୈତିକ ସମ୍ବେଦନଶୀଳ ସମୟ। କାରଣ ତାଙ୍କୁ ବିଂଶତମ ପାର୍ଟି କଂଗ୍ରେସର ସାମ୍ନା କରିବାକୁ ପଡିବ। ଯାହାର ସମୟ ପାଖେଇ ଆସୁଛି। ସେପର୍ଯ୍ୟନ୍ତ, ତାଇୱାନ ପ୍ରସଙ୍ଗରେ ଏକ ବାଟ ଖୋଜି ଜିନପିଙ୍ଗ ଚାଇନା ଲୋକଙ୍କୁ ଦେଖାଇବାକୁ ଚାହାଁନ୍ତି ଯେ ସେ ତାଇୱାନ ଷ୍ଟ୍ରାଇଟରେ ଥିବା ତିକ୍ତତାକୁ ମୁକାବିଲା କରିବାରେ ସକ୍ଷମ ଏବଂ ଏକ ଚାଇନା ନୀତିରେ ତାଙ୍କର ସଂକଳ୍ପ ମଧ୍ୟ ରହିଛି। ଚାଇନା ସାମରିକ ଶକ୍ତି ପ୍ରଦର୍ଶନ ମଧ୍ୟ ଏହାର କିଛି ପରିଣାମ ଆଣିପାରେ ଏବଂ ଜିନପିଙ୍ଗ ନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ ଚାଇନା ଅର୍ଥନୀତିର କୌଣସି କ୍ଷତି ନକରି ସେମାନଙ୍କ ସହ ମୁକାବିଲା କରିବାକୁ ସେ ସକ୍ଷମ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

ଏଣିକି ଗୁଳିର ଜବାବ ଗୁଳିରେ ଦେବୁ: ଲୋକ ସଭାରେ କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୩୦।୩: ଲୋକ ସଭାରେ ‘ନକ୍ସଲମୁକ୍ତ ଭାରତ’ ସମ୍ପର୍କରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

ପାକିସ୍ତାନର ଖୋଲିଗଲା ପୋଲ୍‌: ଯୁଦ୍ଧ ନାଁରେ କରୁଛି ଏହି କାମ, ସାମ୍ନାକୁ ଆସିଲା ସାଂଘାତିକ କଥା

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଚାଲିଥିବା ସଂଘର୍ଷରେ ଯୁଦ୍ଧବିରାମ ପାଇଁ ପାକିସ୍ତାନ ପଦକ୍ଷେପ ନେଉଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ପାକିସ୍ତାନ ନିଜକୁ ଏକ ଶାନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri