ପ୍ରଭୁଜୀ ପିଓର ଫୁଡ୍‌ର ଏକ୍ସକ୍ଳୁସିଭ ଆଉଟଲେଟ

ଭୁବନେଶ୍ୱର,୧୧।୯: ହଳଦୀରାମ ଭୁଜିଆଓ୍ବାଲା ଲିମିଟେଡର ପ୍ରମୁଖ ବ୍ରାଣ୍ଡ୍‌ ତଥା ସହଯୋଗୀ କମ୍ପାନୀ ପ୍ରଭୁଜୀ ପିଓର ଫୁଡ୍‌ର ଏକ୍ସକ୍ଲୁସିଭ ଆଉଟଲେଟ ଶନିବାର ଭୁବନେଶ୍ୱରର ପଟିଆ (କିଟ୍‌ ଛକ)ରେ ଉଦ୍‌ଘାଟିତ ହୋଇଯାଇଛି।

ବିଶେଷ କରି ସବୁ ବର୍ଗର ଗ୍ରାହକମାନଙ୍କୁ ବ୍ରାଣ୍ଡ୍‌ର ମିଠା ଓ ନମକିନ୍‌ର ଉନ୍ନତ ପ୍ୟାକିଂ ସହିତ ଗୁଣାତ୍ମକ ଏବଂ ସ୍ବଚ୍ଛତାର ଅଭିଜ୍ଞତା ପ୍ରଦାନ କରିବା ପାଇଁ ଏହି ରେଷ୍ଟୁରାଣ୍ଟ କମ ରିଟେଲ୍‌ ଷ୍ଟୋରକୁ ସ୍ବତନ୍ତ୍ର ଭାବେ ଡିଜାଇନ୍‌ କରାଯାଇଛି। ସେହିଭଳି ଗ୍ରାହକମାନେ ଗୋଟିଏ ଜାଗାରୁ ବିଭିନ୍ନ ପ୍ରକାରର ସାମଗ୍ରୀ ଓ ଉତ୍ତମ ସ୍ବାଦ ସହିତ ମନପସନ୍ଦର ଡିସ୍‌ (ଚାଇନିଜ୍‌, ଉତ୍ତର ଭାରତୀୟ, ଦକ୍ଷିଣ ଭାରତୀୟ ଫୁଡ୍‌) ସହିତ ମିଠା, ସ୍ନାକ୍ସ ଏବଂ ଖାଦ୍ୟ ଓ ପାନୀୟ ସମେତ ଭୁଜିଆ, ଚନାଚୁର, ମୁଙ୍ଗଡାଲ, ଆଳୁ ଭୁଜିଆ ଭଳି ଅନ୍ୟାନ୍ୟ ସାମଗ୍ରୀ ଉକ୍ତ ଷ୍ଟୋରରେ ଉପଲବ୍ଧ। ବିଶେଷ କରି ଗ୍ରାହକଙ୍କ ନିକଟରେ ସିଧାସଳଖ ପହଞ୍ଚତ୍ବା ପାଇଁ ପ୍ରଭୁଜୀ ପିଓର୍‌ ଫୁଡ୍‌ର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍‌ ପ୍ରଭୁ ଶଙ୍କର ଅଗ୍ରୱାଲ ଯେଉଁ କଳ୍ପନା କରିଥିଲେ, ତାହା ଏହି ଷ୍ଟୋର ଜରିଆରେ ହୋଇପାରିବ ବୋଲି ଆଶା କରାଯାଉଛି।

ସେହିଭଳି କମ୍ପାନୀର ବିଭିନ୍ନ ଉତ୍ପାଦ ଆଉଟଲେଟ ଜରିଆରେ ଅତି ସହଜରେ ଏବଂ ସିଧାସଳଖ ଗ୍ରାହକଙ୍କ ପାଖରେ ପହଞ୍ଚାଇ ହେବ। ସେହିପରି ଆକର୍ଷଣୀୟ ମୂଲ୍ୟରେ ଅତ୍ୟାଧୁନିକ ଖାଦ୍ୟ ପ୍ରସ୍ତୁତି ପ୍ରଯୁକ୍ତିବିଦ୍ୟା, ଆଧୁନିକୀକରଣ, ସମ୍ପୂର୍ଣ୍ଣ ସ୍ବଚ୍ଛତା ଉପକରଣର ବ୍ୟବହାର, ଅତ୍ୟାଧୁନିକ ପ୍ୟାକେଜିଂ ଏବଂ କ୍ଲିନିକାଲ୍‌ ପରୀକ୍ଷିତ ଉପାଦାନଗୁଡ଼ିକ ସହିତ ଆମ ଉତ୍ପାଦଗୁଡିକ ଗ୍ରାହକଙ୍କୁ ଅତ୍ୟନ୍ତ ସ୍ବାଦିଷ୍ଟ କରିଥାଏ। ଅପରପକ୍ଷରେ ଭୁବନେଶ୍ବରବାସୀ ପ୍ରଭୁଜୀ ଫୁଡ୍‌ର ଏକ ଅନନ୍ୟ ସ୍ବାଦ ପାଇପାରିବେ ବୋଲି ପ୍ରଭୁଜୀ ପିଓର୍‌ ଫୁଡ୍‌ର ସ୍ବତ୍ୱାଧିକାରୀ (ଫ୍ରାଞ୍ଚାଇଜ୍‌ ଷ୍ଟୋର) ଶ୍ୟାମ ଅଗ୍ରୱାଲ୍‌ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମରେ ବିଫଳ ପରେ ପ୍ରେମିକର ଭୟଙ୍କର ଷଡ଼ଯନ୍ତ୍ର; ବରଘରକୁ ପଠାଇଲେ ଯୁବତୀଙ୍କ ଅଶ୍ଳୀଳ ଫଟୋ, ତାପରେ….

ଜମନକିରା,୧୧।୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କ ଭାଙ୍ଗିଯିବା ଓ ଅନ୍ୟତ୍ର ବାହାଘର ଠିକ୍‌ ହେବା ପରେ ପ୍ରତିଶୋଧ ପରାୟଣ ହୋଇ…

ବରଗଡ଼ରେ ଆଇନଶୃଙ୍ଖଳା ହୁଗୁଳା: ଅସୁରକ୍ଷିତ ମଣୁଛନ୍ତି ସହରବାସୀ

ବରଗଡ଼,୧୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇ ପଡ଼ିଛି। ବେଆଇନ ନିଶା କାରବାର ଯୋଗୁ ସହରରେ ଅପରାଧ ବଢ଼ି ଚାଲିଛି। ଦିନ ଦ୍ୱିପ୍ରହରେ ଘଟୁଥିବା ନିଶାଜନିତ…

ଗେରୁଆ ପତାକା ଦେଖି କାହିଁକି ରାଗିଲେ ଅମିତ ଶାହା? ଖୋଜିଲେ…

ପୁଡୁଚେରୀ,୧୧।୮: ୧୫ ଅଗଷ୍ଟ ପୂର୍ବରୁ ସାରା ଦେଶରେ ୨୦୨୬ ପାଇଁ ‘ହର ଘର ତ୍ରିରଙ୍ଗା’ (ପ୍ରତ୍ୟେକ ଘରେ ତ୍ରିରଙ୍ଗା) ଅଭିଯାନ ଆରମ୍ଭ ହୋଇଛି। ଏହି ପଦକ୍ଷେପର ଅଂଶ…

କିଏ ଏହି ଦୀପ୍ତି ଗୌର ମୁଖାର୍ଜୀ? NEET ପରୀକ୍ଷା ବିବାଦ ପରେ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୧।୮: NEET-UG ପେପର୍ ଲିକ୍ ମାମଲା ହେଉ କିମ୍ବା ଝାଡ଼ଖଣ୍ଡରେ ସରକାରୀ ନିଯୁକ୍ତିରେ ଜାଲିଆତି ଅଭିଯୋଗ, ବର୍ତ୍ତମାନ ସମୟରେ ଦେଶବ୍ୟାପୀ ଯୁବକମାନଙ୍କ ବିକ୍ଷୋଭ ଖବର ଚର୍ଚ୍ଚାରେ ରହିଛି…

ବ୍ରିଟେନ୍‌, ଫ୍ରାନ୍ସରେ ଆସୁଛି ପଞ୍ଚମ ହିଟ୍‌ଓ୍ବେଭ୍‌

ପ୍ୟାରିସ୍‌, ୧୧।୮(ପି.ଟି): ପଶ୍ଚିମ ୟୁରୋପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦିନକୁ ଦିନ ଭୟଙ୍କର ରୂପ ନେଉଥିବାବେଳେ ବ୍ରିଟେନ ଏବଂ ଫ୍ରାନ୍ସ ଚଳିତ ମୌସୁମୀର ପଞ୍ଚମ ପ୍ରଚଣ୍ଡ ତାତି…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

ଲୁଚି ପଳାଇଲେ ଟ୍ରମ୍ପ! ହେଲେ ଏହା ପଛର ରହସ୍ୟ କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୧୧।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଗତ ମାସରେ…

ଗାଙ୍ଗୁଲିଙ୍କ ଜୀବନ ପ୍ରତି ବିପଦ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri