Categories: ଖେଳ

ଜାଭି ହର୍ନାଣ୍ଡିଜ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୫।୭: ପୂର୍ବତନ ସ୍ପେନ୍‌ ଓ ବାର୍ସିଲୋନ ମିଡ୍‌ଫିଲ୍ଡର ତଥା ଅଲ-ସାଦ୍‌ କୋଚ୍‌ ଜାଭି ହର୍ନାଣ୍ଡିଜ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଶନିବାର ସେ କରୋନା ପଜିଟିଭ୍‌ ବୋଲି ନିଜେ ସୂଚନା ଦେଇଛନ୍ତି। ତେବେ ତାଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ। ଗତ ଜୁଲାଇ ୫ ତାରିଖରେ କାତାର କ୍ଳବ ଅଲ-ସାଦ୍‌ ସହ କୋଚ୍‌ ହିସାବରେ ତାଙ୍କ ଚୁକ୍ତିର ନବୀକରଣ କରିଛନ୍ତି। ଏବେ ସେ ସେଲ୍ଫ ଆଇସୋଲେଶନରେ ରହିବେ। କୋଭିଡ୍‌-୧୯ ମହାମାରୀ କାରଣରୁ କାତାର ଷ୍ଟାର୍ସ ଲିଗ୍‌ (କ୍ୟୁଏସ୍‌ଏଲ୍‌) ମାର୍ଚ୍ଚରେ ସସ୍‌ପେଣ୍ଡ ହୋଇଥିଲା। ଦୀର୍ଘଦିନ ପରେ ତାଙ୍କ ଦଳ ଶନିବାର ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଛି। ସୁସ୍ଥ ଥିଲେ ମଧ୍ୟ ସେଲ୍ଫ ଆଇସୋଲେଶନରେ ରହିବି ଓ ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ରେ ଦାୟିତ୍ୱ ନେବିନାହିଁ ବୋଲି ସେ କହିଛନ୍ତି। ପଏଣ୍ଟ ତାଲିକାରେ ଅଲ୍‌-ସାଦ୍‌ ତୃତୀୟ ସ୍ଥାନରେ ରହିଛି। ଶନିବାର ଏହି କ୍ଲବ ଅଲ୍‌-ଖୋର୍‌କୁ ଭେଟିବ। ଲିଗ୍‌ରେ ଆହୁରି ୫ ରାଉଣ୍ଡ ମ୍ୟାଚ୍‌ ବାକି ରହିଛି। ୪୦ ବର୍ଷୀୟ ହର୍ନାଣ୍ଡିଜ ସ୍ପେନ୍‌ ତରଫରୁ ପ୍ରତିନିଧିତ୍ୱ କରି ୧୩୩ଟି ମ୍ୟାଚ୍‌ ଖେଳି ୧୩ଟି ଗୋଲ ସ୍କୋର କରିଛନ୍ତି।

Share