Categories: ଖେଳ

ଏବେଠୁ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ କ୍ରେଜି ହେଲେଣି ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାର; ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୧୯।୧୦: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମୁକାବିଲା ଉପରେ ସମସ୍ତ କ୍ରିକେଟ ପ୍ରେମୀଙ୍କ ନଜର। ଉଭୟ ଟିମ୍‌ ଅକ୍ଟୋବର ୨୩ରେ ମୁହାଁମୁହିଁ ହେବେ। ଚିର ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ଏହି ଟିମ୍‌ ମଧ୍ୟରେ ମ୍ୟାଚ୍‌ର କ୍ରେଜ୍‌ କେବଳ କ୍ରିକେଟଜଗତ ପର୍ଯ୍ୟନ୍ତ ସୀମିତ ନୁହେଁ, ଅନ୍ୟ କ୍ଷେତ୍ର ସହ ଜଡ଼ିତ ଲୋକମାନେ ମଧ୍ୟ ଏଥିରେ ଆଗ୍ରହ ଦେଖାଉଛନ୍ତି। ଏହି କ୍ରମରେ ଓ୍ବାଲର୍‌ଡ ରେସଲିଂ ଏଣ୍ଟରଟେନମେଣ୍ଟ(ଡବ୍ଲ୍ୟୁଡବ୍ଲ୍ୟୁଇ) ସୁପରଷ୍ଟାର ତଥା ହଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଡଓ୍ବେନ ଜନ୍‌ସନ(ଦ ରକ୍‌) ଏହି ମୁକାବିଲାକୁ ଅପେକ୍ଷା କରି ରହିଛନ୍ତି। ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।

ଜନସନ ଏବେ ନିଜର ଫିଲ୍ମ ‘ବ୍ଲାକ୍‌ ଆଡାମ’ର ପ୍ରମୋଶନ କରୁଛନ୍ତି। ଏହି ଅବସରରେ ସେ ଷ୍ଟାର ସ୍ପୋଟ୍ସ ଲାଗି ଏକ ପ୍ରମୋଶନାଲ ଭିଡିଓ ଶୁଟିଂ କରିଛନ୍ତି। ଭିଡିଓରେ ସେ ଭାରତ-ପାକିସ୍ତାନ ମହାମୁକାବିଲା ବିଷୟରେ କହିଛନ୍ତି ଯେ, ‘ଯେତେବେଳେ ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ହେବେ, ସେତେବେଳେ ସମଗ୍ର ବିଶ୍ୱ ସ୍ଥିର ହୋଇଯିବ। ଏହା ଏକ ସାଧାରଣ କ୍ରିକେଟ ମ୍ୟାଚ୍‌ରୁ ଅଧିକ ରୋମାଞ୍ଚକର ହେବ। ’

ଦେଖନ୍ତୁ ଭିଡିଓ:

Share