Categories: ଖେଳ

ଡବ୍ଲୁଟିସି ଫାଇନାଲ୍‌ ବିଜେତା ଦଳର ପୁରସ୍କାର ଟଙ୍କା ବିରାଟ କୋହଲି ଆଇପିଏଲ୍‌ ରାଶି ଠାରୁ ବି କମ୍‌

ସାଉଥମ୍ପଟନ,୧୫।୬: ଆଇସିସି ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପୁରସ୍କାର ରାଶି ଘୋଷଣା କରିଛି। ବିଜେତାଙ୍କୁ ପ୍ରାୟ ୧୧.୭୨ କୋଟି ଟଙ୍କା ପୁରସ୍କାର ରାଶି ମିଳିବ। ଅନ୍ୟପକ୍ଷରେ ରନର୍‌ ଅପ ୫.୮୫ କୋଟି ଟଙ୍କା ପାଇବ। ସବୁଠୁ ରୋଚକ କଥା ହେଉଛି ଡବ୍ଲୁଟିସି ବିଜେତା ଗ୍ରହଣ କରିଥିବା ପୁରସ୍କାର ରାଶି ବିରାଟ କୋହଲିଙ୍କ ଆଇପିଏଲ ରାଶିଠାରୁ କମ ଅଟେ। ଆଇପିଏଲରେ କୋହଲି ପ୍ରତ୍ୟେକ ସିଜିନ୍‌ରେ ୧୭ କୋଟି ଟଙ୍କା ପାଉଛନ୍ତି।
ଡବ୍ଲୁଟିସି ଫାଇନାଲ୍‌ ମ୍ୟାଚ ୧୮ରୁ ୨୨ ଜୁନ ମଧ୍ୟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥମ୍ପଟନରେ ଅନୁଷ୍ଠିତ ହେବ। ଉଭୟ ବିରାଟ କୋହଲି ଏବଂ କେନ ୱିଲିୟମସନ ସେମାନଙ୍କ ଅଧିନାୟକତ୍ୱରେ ଏପର୍ଯ୍ୟନ୍ତ ଆଇସିସି ଟ୍ରଫି ଜିତି ନାହାଁନ୍ତି। ଏଭଳି ପରିସ୍ଥିତିରେ ଉଭୟ ଏଠାରେ ଟାଇଟଲ ଜିତିବାକୁ ଚାହାଁନ୍ତି। ଯଦି ମ୍ୟାଚ ଏକ ଟାଇରେ ଶେଷ ହୁଏ ତେବେ ଉଭୟ ଦଳ ମିଳିତ ଭାବେ ଜିତିବେ। ଏଭଳି ପରିସ୍ଥିତିରେ ଉଭୟ ଦଳ ଚାମ୍ପିୟନ ଏବଂ ରନର୍‌ ଅପ ର ସମାନ ପୁରସ୍କାର ରାଶି ପାଇବେ। ଅର୍ଥାତ୍‌ ଉଭୟ ଦଳ ପ୍ରାୟ ୮.୭୮ କୋଟି ଟଙ୍କା ପାଇବେ। ତିନି ନମ୍ବରରେ ଅଷ୍ଟ୍ରେଲିଆ ଦଳ ୩.୩ କୋଟି, ଚତୁର୍ଥ ନମ୍ବରରେ ଇଂଲଣ୍ଡ ଦଳ ୨.୫ ଏବଂ ପାଞ୍ଚ ନମ୍ବରରେ ପାକିସ୍ତାନ ଦଳ ୧୫ କୋଟି ପାଇବ। ଅନ୍ୟ ସମସ୍ତ ୪ଟି ଦଳ ୭୩-୭୩ ଲକ୍ଷ ଟଙ୍କା ପାଇବେ।

Share