ଲଣ୍ଡନ,୧୫।୬: ଜୁନ ୧୮ରୁ ଭାରତ ବିପକ୍ଷ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ୧୫ ଜଣିଆ ଦଳ ଘୋଷଣା କରିଛି। କିୱି ଚୟନକର୍ତ୍ତାଙ୍କ ଘୋଷଣା ଅନୁଯାୟୀ ନିୟମିତ ଅଧିନାୟକ କେନ ୱିଲିୟମସନ ଦଳକୁ ଫେରିଛନ୍ତି। ଅସୁସ୍ଥତା ହେତୁ ସେ ମାଞ୍ଚେଷ୍ଟରରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଖେଳିପାରି ନ ଥିଲେ। ତାଙ୍କ ବ୍ୟତୀତ ଟିମ ସାଉଦି ଏବଂ ଅଲରାଉଣ୍ଡର କୋଲିନ ଡି ଗ୍ରାଣ୍ଡହୋମ ମଧ୍ୟ ଫେରିଛନ୍ତି।
ନ୍ୟୁଜିଲାଣ୍ଡ ଦଳ: କେନ ୱିଲିୟମସନ (ଅଧିନାୟକ), ଟମ ବ୍ଲାଣ୍ଡେଲ, ଟ୍ରେଣ୍ଟ ବୋଲ୍ଟ, ଡେଭୋନ କନୱେ, କୋଲିନ ଡି ଗ୍ରାଣ୍ଡହୋମ, ମ୍ୟାଟ ହେନେରୀ, କାଇଲ ଜେମିସନ, ଟମ ଲାଥାମ, ହେନେରୀ ନିକୋଲାକ୍ସ, ଆୟାଜ ପଟେଲ, ଟିମ ସାଉଦି, ରସ ଟେଲର, ନିଲ ବ୍ୟାଗନର୍, ବିଜେ ୱାଟଲିଂ, ଓ୍ବିଲ୍ ୟଙ୍ଗ୍।

