Categories: ଖେଳ

ଏହି କ୍ରିକେଟର୍‌ଙ୍କ ଜ୍ୟାକେଟ୍‌ ପିନ୍ଧି ଫଟୋ ଶେୟାର କଲେ ଅଭିନେତ୍ରୀ

ଭାରତୀୟ କ୍ରିକେଟରମାନେ ବଲିଉଡ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି। ଏବେ ସେହି ସୂଚୀରେ ଏକ ନୂଆ ନାଁ ସାମିଲ ହୋଇଛି। କ୍ରିକେଟର କେ.ଏଲ.ରାହୁଲ ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟାଙ୍କୁ ଡେଟ କରୁଥିବା ନେଇ ଏବେ ଜୋରସୋରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆଥିଆ ଶେଟ୍ଟୀ କିଛି ଦିନ ପୂର୍ବରୁ ଏକ ଫଟୋ ଶେୟାର କରିଥିଲେ। ଏହି ଛବିରେ ଆଥିଆ ଏକ ଜ୍ୟାକେଟ ପିନ୍ଧିଛନ୍ତି। ଏହି ଜ୍ୟାକେଟ କେ.ଏଲ ରାହୁଲଙ୍କର ବୋଲି ଜଣାପଡିଛି। ରାହୁଲ ମଧ୍ୟ ତାଙ୍କର କିଛି ଫଟୋ ବହୁ ପୂର୍ବରୁ ଶେୟାର କରିଥିଲେ, ଫଟୋ ସେ ଏହି ଜ୍ୟାକେଟ ପିନ୍ଧିଥିବାର ନଜର ଆସିଥିଲେ। ଏହି ଜ୍ୟାକେଟରେ ଆଥିଆଙ୍କ ଫଟୋ ଭାଇରାଲ ହେବା ପରେ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ସେ ରାହୁଲଙ୍କ ସହ ଇଂଲଣ୍ଡ ଗସ୍ତରେ ଯାଇଛନ୍ତି। ତେବେ କେବଳ ଏହି ଜ୍ୟାକେଟ ଫଟୋ ନୁହେଁ, ଆହୁରି କିଛି ଫଟୋ ମଧ୍ୟ ସୂଚାଇ ଦେଉଛି ଯେ ଆଥିଆ ରାହୁଲଙ୍କ ସହ ଇଂଲଣ୍ଡରେ ଅଛନ୍ତି। ଉଭୟ ପରସ୍ପରକୁ ଡେଟିଂ କରୁଥିବା ଖବର ଅନେକ ଦିନରୁ ଚର୍ଚ୍ଚା ହୋଇ ଆସୁଛି। କୁହାଯାଉଛି ଯେ ଦୁହେଁ ପରସ୍ପରକୁ ବହୁତ ପସନ୍ଦ କରନ୍ତି ଏବଂ ଏହା ସେମାନଙ୍କ ପରିବାରକୁ ମଧ୍ୟ ଜଣା। ଦୁହିଁଙ୍କ ସମ୍ପର୍କକୁ ନେଇ କାହାରି ଆପତ୍ତି ନାହିଁ।

Share