ମିଳିଲାନି ଲିଖିତ ପ୍ରତିଶ୍ରୁତି: ଆଜିଠୁ ବସ୍‌ ଧର୍ମଘଟ

ଭୁବନେଶ୍ୱର,୨୦ା୧୦ (ଅନିଲ ଦାସ):ରାଜ୍ୟ ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ମିଳିଲା ନାହିଁ। ଘରୋଇ ବସ୍‌ ମାଲିକ ସଂଘ ଡାକରାରେ ଶୁକ୍ରବାରଠାରୁ ସମଗ୍ର ରାଜ୍ୟରେ ବସ୍‌ ଧର୍ମଘଟ କରାଯିବ। ସରକାର ଲିଖିତ ପ୍ରତିଶ୍ରୁତି ନ ଦେବାରୁ ମାଲିକ ସଂଘ ବସ୍‌ ଧର୍ମଘଟ ନିଷ୍ପତ୍ତିରେ ଅଟଳ ରହିଛି। ସକାଳ ୬ଟାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍‌ ଧର୍ମଘଟ ଜାରିରହିବ ବୋଲି ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି। ସେ କହିଛନ୍ତି, ଅନିଚ୍ଛା ସତ୍ତ୍ୱେ ବାଧ୍ୟହୋଇ ଧର୍ମଘଟ କରୁଛୁ। ପୂଜା ସମୟରେ ଯାତ୍ରୀଙ୍କୁ ହଇରାଣ କରିବା ଉଦ୍ଦେଶ୍ୟ ନୁହେଁ। ଏଥିପାଇଁ ଯାତ୍ରୀଙ୍କଠାରେ କ୍ଷମାପ୍ରାର୍ଥନା କରୁଛୁ।
ଘରୋଇ ବସ୍‌ ମାଲିକ ସଂଘର ଏହି ନିଷ୍ପତ୍ତି ଫଳରେ ଯାତ୍ରୀ ପରିବହନ ସେବା ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଦଶହରା ପାଇଁ ଶୁକ୍ରବାରଠାରୁ ସ୍କୁଲ ଓ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଯେଉଁମାନେ ଗାଁକୁ କିମ୍ବା ବନ୍ଧୁବାନ୍ଧବ ଘରକୁ ଯିବା ପାଇଁ ବାହାରିଛନ୍ତି ସେମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ଅନେକ ଲୋକ ଆଗୁଆ ସିଟ୍‌ ବୁକ୍‌ କରିଛନ୍ତି। ବସ୍‌ ଧର୍ମଘଟ ଖବର ସମସ୍ତଙ୍କୁ ନିରାଶ କରିଛି।
ଧର୍ମଘଟ କଥା ଶୁଣି ଗୁରୁବାର ରାଜ୍ୟର ବିଭିନ୍ନ ବସ୍‌ଷ୍ଟାଣ୍ଡରେ ଯାତ୍ରୀମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଦୂରଦୂରାନ୍ତ ଯିବାକୁ ଥିବା ଯାତ୍ରୀମାନେ ବସ୍‌ଷ୍ଟାଣ୍ଡ ମୁହାଁ ହୋଇଛନ୍ତି। ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ କଟକର ନେତାଜୀ ଟର୍ମିନାଲରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଟିକେଟ ଖଣ୍ଡେ ପାଇବାକୁ ଯାତ୍ରୀମାନେ କାକୁତିମିନତି ହେଉଛନ୍ତି। ରାଜ୍ୟର ଅନ୍ୟ ଅଞ୍ଚଳ ବସ୍‌ଷ୍ଟାଣ୍ଡରେ ସମାନ ଅବସ୍ଥା ଦେଖିବାକୁ ମିଳିଛି।
ଜିଲା ମୁଖ୍ୟାଳୟକୁ ସରକାରଙ୍କ ଲକ୍ଷ୍ମୀ ବସ୍‌ ଚଳାଚଳକୁ ବିରୋଧ କରି ଘରୋଇ ବସ୍‌ ମାଲିକ ସଂଘ ଏଭଳି ଚରମ ନିଷ୍ପତ୍ତି ନେଇଛି। ଘରୋଇ ବସ୍‌ଗୁଡ଼ିକରେ ଦୈନିକ ପ୍ରାୟ ୭ରୁ ୧୦ ଲକ୍ଷ ଲୋକ ଯାତାୟାତ କରନ୍ତି। ବନ୍ଦ ଡାକରା ଯୋଗୁ ଘରୋଇ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ଏହା ରାଜ୍ୟର ପରିବହନ ସେବାକୁ ଗୁରୁତର ପ୍ରଭାବିତ କରିବା ଆଶଙ୍କା ସୃଷ୍ଟି ହୋଇଛି।
ଲକ୍ଷ୍ମୀ ଯୋଜନାରେ ବ୍ଲକରୁ ଜିଲା ମୁଖ୍ୟାଳୟକୁ ବସ୍‌ ଚଳାଚଳକୁ ବିରୋଧ କରି ଅକ୍ଟୋବର ୧୦ ତାରିଖରେ ଘରୋଇ ବସ୍‌ ମାଲିକ ସଂଘ ଧର୍ମଘଟ ଡାକରା ଦେଇଥିଲା। ତେବେ ଏହାକୁ ଏଡ଼ାଇବା ପାଇଁ ଅକ୍ଟୋବର ୯ ତାରିଖରେ ସଂଘର କର୍ମକର୍ତ୍ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଲୋଚନା କରି ଦାବି ପୂରଣ ନେଇ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ଅବିଭକ୍ତ କେରାପୁଟ ଜିଲାରେ ଲକ୍ଷ୍ମୀ ଯୋଜନାରେ ବ୍ଲକରୁ ଜିଲା ସଦର ମହକୁମାକୁ ବସ୍‌ ଚଳାଚଳ କରୁଛି। ଏହାକୁ ଘରୋଇ ବସ୍‌ ମାଲିକମାନେ ବିରୋଧ କରି ଧର୍ମଘଟ ଡାକରା ଦେଇଥିବା ସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…

ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନ କମିଶନଙ୍କ AI ଭିଡିଓ ଭାଇରାଲ, X ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୬।୩: କେରଳ ପୋଲିସର ସାଇବର ଶାଖା ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବଂ ଏହାର ଏକ ହ୍ୟାଣ୍ଡେଲ ବିରୋଧରେ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି…

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ, Video ଦେଖିଲେ…..

କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri