Categories: ଜାତୀୟ

ପ୍ରସିଦ୍ଧ କବି ରାହତ ଇନ୍ଦୋରୀ କରୋନା ପଜିଟିଭ

ନୂଆଦିଲ୍ଲୀ,୧୧।୮: ପ୍ରସିଦ୍ଧ ଉର୍ଦ୍ଦୁ କବି ରାହତ ଇନ୍ଦୋରୀ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। କିଛି ଘଣ୍ଟା ତଳେ ସେ ନିଜ ଫେସବୁକ୍‌ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଉଭୟ ଫେସବୁକ୍‌ ଓ ଟୁଇଟରରେ ସେ ଲେଖିଛନ୍ତି କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଦେବାରୁ ସେ ଟେଷ୍ଟ କରାଇ ଥିଲେ। ଏବେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏବେ ସେ ଅରବିନ୍ଦୋ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ଲେଖିଛନ୍ତି ସମସ୍ତେ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ଯେତେଶୀଘ୍ର ମୁଁ ଏହି ରୋଗରୁ ମୁକ୍ତି ପାଇ ହସ୍ପିଟାଲରୁ ଘରକୁ ଫେରେ। ସେ ଆହୁରି ମଧ୍ୟ ଲେଖିଛନ୍ତି ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପରିବାର ଲୋକଙ୍କୁ ମେସେଜ୍‌ ଅବା ଫୋନ୍‌ କରନ୍ତୁ ନାହିଁ। ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ତ ତଥ୍ୟ ସେ ସୋସିଆଲ ମିଡିଆରେ ଅପ୍‌ଡେଟ୍‌ କରିବେ ବୋଲି କହିଛନ୍ତି।

Share