ଲେଖକ ଓ ଭଲ ମଣିଷ

ଲେଖକର ସଂଜ୍ଞା ଆଦୌ ଜଟିଳ ନୁହେଁ, ଅତି ସରଳ। ଯେ ଲେଖନ୍ତି ସେ ଲେଖକ ନିଶ୍ଚୟ। ଲେଖିବା କଥା ଉଠିଲେ ସାହିତ୍ୟ ଲେଖିବା କଥାକୁ ଆଗେ ବୁଝିବା। ସାହିତ୍ୟର ପୁଣି ବିଭିନ୍ନ ବିଭାଗ ଥାଏ, ରହିଛି। ରୁଚି ନେଇ ଲେଖକ ଲେଖନ୍ତି। ଲେଖକ ବଡ଼ ପାଇଁ ଲେଖିପାରନ୍ତି। ସାନମାନଙ୍କ ପାଇଁ ଲେଖିପାରନ୍ତି। ବଡ଼ମାନଙ୍କ ପାଇଁ ଯିଏ ଲେଖନ୍ତି, ସାନମାନଙ୍କ ପାଇଁ ମଧ୍ୟ ସେ ଲେଖିପାରନ୍ତି। ହେଲେ ବଡ଼ମାନଙ୍କ ପାଇଁ ଲେଖୁଥିବା ଲେଖକ କ୍ୱଚିତ କଁା ଭଁା ସାନମାନଙ୍କ ପାଇଁ ଲେଖନ୍ତି। ସାନମାନଙ୍କ ପାଇଁ ଲେଖୁଥିଲେ ବଡ଼ ଲେଖକ ମନୋଜ ଦାସ। ସାନମାନଙ୍କ ପାଇଁ ଲେଖୁଥିବା ଲେଖକ ବଡ଼ମାନଙ୍କ ପାଇଁ ଲେଖିବାରେ ଅସୁବିଧା ନ ଥାଏ। ସାନମାନେ ଶିଶୁ ଓ କିଶୋରବର୍ଗଙ୍କୁ ବୁଝାଏ। କବିତା ଲେଖି କବି, ଗପ ଲେଖି ଗାଳ୍ପିକ, କଥା କାହାଣୀ ଲେଖି କଥାକାର, ଜୀବନୀ ଲେଖି ଜୀବନୀ ଲେଖକ, ଉପନ୍ୟାସ ଲେଖି ଔପନ୍ୟାସିକ, ବ୍ୟଙ୍ଗ କାହାଣୀ ଲେଖି ବ୍ୟଙ୍ଗ ଲେଖକ, ସର୍ବୋପରି ସାହିତ୍ୟ ଲେଖି ସାହିତି୍ୟକ ହୁଅନ୍ତି। ସାନ ଶିଶୁମାନଙ୍କ ପାଇଁ ଲେଖନ୍ତି ଶିଶୁ ସାହିତି୍ୟକ। କେତେକ ଏକାଧିକ ବିଭାଗରେ ଲେଖନ୍ତି।
ତେବେ ଲେଖକ ଲେଖନ୍ତି। କେବେଠୁ ସ୍ତମ୍ଭ ଲେଖାର ଆଦର ଆଦୃତି ପୁଣି ବଢ଼ିଛି ପ୍ରିୟ ପାଠକ ମହଲରେ। ସବୁ ଖବରକାଗଜରେ ସ୍ତମ୍ଭ ଲେଖାମାନ ପ୍ରତ୍ୟେକ ଦିନ ସମ୍ପାଦକୀୟ ପୃଷ୍ଠାରେ ଆସିଥାଏ। ସ୍ତମ୍ଭ ଲେଖାର ଲେଖକ ସ୍ତମ୍ଭ ଲେଖକ ବା ସ୍ତମ୍ଭକାର। ଆଜିର ଦିନରେ ବିଶେଷ କରି ”ଖବରଭିତ୍ତିକ ସାହିତ୍ୟ“ ସ୍ତମ୍ଭ ଲେଖାରେ ସ୍ଥାନ ପାଇଥାଏ। ଲେଖକଙ୍କୁ ଜନଜୀବନର ଯେଉଁ ଯେଉଁ ଦିଗ ଜଳଜଳ ଦିଶେ, ତା’ ଉପରେ ଲେଖିଥାନ୍ତି ସ୍ତମ୍ଭ ଲେଖକ। ଏଠି କୁହାଯାଇପାରେ ସବୁ ସ୍ତମ୍ଭ ଲେଖକ ଭଲ ଲେଖନ୍ତି। ଭଲ ନ ଲେଖିଲେ ଲେଖା ସବୁ ଖବରକାଗଜରେ ଆସନ୍ତା କିପରି ? ଲେଖକଙ୍କ ଲେଖା ଯଦି ଭଲ, ତେବେ ବ୍ୟକ୍ତିଗତ ଭାବେ ଲେଖକ ଭଲ ମଣିଷ ହେବା ଉଚିତ। ହୁଏତ ଏ କଥା ବିତର୍କିତ ଲାଗିପାରେ ଅନେକଙ୍କୁ।
ଏ ଲେଖକର ମତରେ ଜଣେ ଲେଖକ ନିହାତି ଭଲ ମଣିଷ ହେବା ଦରକାର। ଖାଲି ଭଲ କଥା ଲେଖି ତା’ର ବିପରୀତ ଆଚରଣ ଯଦି ନିଜ ସ୍ଥାନୀୟ ପରିସରରେ ପରିବେଶରେ ପ୍ରଦର୍ଶନ କରୁଥାନ୍ତି, ତେବେ ଏହା ଅସଙ୍ଗତି କଥା ନିଶ୍ଚୟ। ଅନେକେ ପୁଣି ମତ ରଖନ୍ତି ‘Think globally, Act Locally’.ଯେଉଁଠି ପହଞ୍ଚି ହେବ ନାହିଁ ସେଇଠି ସୁନ୍ଦର ବାର୍ତ୍ତା ପହଞ୍ଚାଇବା ଉତ୍ତମ କଥା ହେବ ନିଶ୍ଚୟ। ଆଉରି ସୁନ୍ଦର ହେବ ସେଇ ସୁନ୍ଦର କଥା କହୁଥିବା ଲୋକ ନିଜେ ପରିସରରେ ପରିପାଳନ କରୁଥିଲେ। ନିଜେ ପାଳନ ନ କରି ଅନ୍ୟକୁ ତାହା ପାଳନ କରିବାକୁ କହିବା ବିଡ଼ମ୍ବନାର କଥା। ମିଛ କହୁଥିବା ଲୋକ ସତ କହିବା ପାଇଁ ଉପଦେଶ ଦେବା, ମଦ ପିଉଥିବା ଲୋକ ମଦ ବିରୋଧରେ କହିବା, ଦୁର୍ନୀତିଗ୍ରସ୍ତ ଦୁର୍ନୀତି ବିରୋଧରେ ବିଷୋଦଗାର କରିବା, ଏ ସବୁ ଡବଲ ଷ୍ଟାଣ୍ଡାର୍ଡ କଥା। ଏମିତି ନକାରାତ୍ମକ କାମରେ ରହିଥିବା ଲୋକ ସକାରାତ୍ମକ କଥା କହିବା ଶୋଭନୀୟ ନୁହେଁ। ଏମିତି ଛଦ୍ମବେଶୀ ଆଜିର ସମାଜରେ ସାଲୁବାଲୁ ହେଉଛନ୍ତି। ଛଦ୍ମବେଶୀ ମୁଖେ ରାମ ନାମ ଧରନ୍ତି, ଅନ୍ତରକୁ ହାରାମ କରି ରଖିଥାନ୍ତି।
ଲେଖକ ଯାହା ଲେଖନ୍ତି, ତା’ର ଉଦାହରଣ ନିଜେ ବନିବା ଦରକାର। ନୀତି ଆଦର୍ଶର କଥା କହି ଅନାଦର୍ଶର ଧ୍ବଜା ଧରିବା ଅସୁନ୍ଦର କଥା। ଅନାଦର୍ଶର ଧ୍ବଜାଧାରୀ ଆଦର୍ଶର ବାଣୀ ଶୁଣାଇବା ପାଣିରେ ଗାର ଟାଣିବା ସହ ସମାନ। ନୀତି ଆଦର୍ଶର କଥା ସଉକିରେ ଲେଖାଯାଇନପାରେ। କେବଳ ଲେଖିବା ପାଇଁ ଲେଖି ଦେଲେ ହେବ ନାହିଁ, ସେଇ ଲେଖାର ଯଥାର୍ଥତା ପ୍ରତି ଲେଖକୀୟ ଅଙ୍ଗୀକାରବଦ୍ଧତା ରହିବା ଦରକାର। ଲେଖିବା ପାଇଁ ଲେଖି ଦେବା ସହଜ, ତାକୁ ପାଳିବାରେ ଥାଏ ମହାନତା। ଯଥାର୍ଥତା। ଅନ୍ୟଥା ସେ ଲେଖା ହୋଇପାରେ ମୂଲ୍ୟହୀନ। ଏବେ ସାହିତ୍ୟରେ ମାତିଲେଣି ଖାଣ୍ଟି ନକାରାତ୍ମକ କିଛି ମିଛ ମଣିଷ। ସାହିତ୍ୟକୁ ଢାଲ କରି ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ଅପଚେଷ୍ଟା କଲେଣି କେହି କେହି। ସାହିତ୍ୟ ନାଁରେ ବଡ଼ ସହ ମିଶିପାରିବା ସୁଯୋଗ ପାଆନ୍ତି ଗୋଟେ ମଞ୍ଚରେ ବସି। ବିପଦ ବେଳେ ବଡ଼ ସାହାଯ୍ୟ ପାଇବେ, ଏଇ ଚକ୍କରରେ ସାହିତ୍ୟ କଲେଣି ଏଠି ଥୋକାଏ।
ତେବେ ଲେଖକ ଜଣେ ଭଲ ମଣିଷ ଆଗ ହେବା ଦରକାର। ମଣିଷପଣିଆର ଅଧିକାରୀ ହେବା ଜରୁରୀ। ଦେଖେଇ ଜଣେଇ ହେବା ପାଇଁ ଛଦ୍ମବେଶୀ ହେବା ଅନୁଚିତ। ବେପାରୀ ବେପାରରେ ଲୋକଙ୍କୁ ଠକି ଲୁଟି ଟିକସ ଫାଙ୍କି ଚାଲିଥିଲା ବେଳେ ଅନ୍ୟ ପାଖେ ସହଜରେ ନାଁ ଅର୍ଜିବା ପାଇଁ ସାହିତ୍ୟକୁ ସାହାରା କରିବା ଅପଚେଷ୍ଟାରେ ନିଜକୁ ନିୟୋଜିତ ବରାବର କରିଥାନ୍ତି। ସାହିତ୍ୟ ସେବା ପାଇଁ ଲୁଟେରା ବେପାରୀ ସାହିତ୍ୟ ଯେତିକି କରନ୍ତି ନାହିଁ, ସାହିତ୍ୟରୁ ସେତିକି ବ୍ୟକ୍ତିଗତ ଫାଇଦା ଉଠାଇବା ଫନ୍ଦିଫିକରରେ ସବୁବେଳେ ଥାଆନ୍ତି। ନିଜ ପ୍ରତିଷ୍ଠା ପାଇଁ ସାହିତ୍ୟ କରନ୍ତି। ଏଠୁ ସେଠୁ ପୁରସ୍କାର ଗୋଟାନ୍ତି କୁହାବୋଲା କରି। ତାଙ୍କର କୁଆଡେ ପଦ୍ମ ପୋଖରୀରୁ ସାନ ପଦ୍ମଟେ ହେଲେ ବି ତୋଳିବାର କାମନା ରହିଛି। ପଦ୍ମ ପୋଖରୀରୁ ପଦ୍ମ ତୋଳିବା ପାଇଁ ସେ ସାହିତ୍ୟକୁ ଆୟୁଧ କରି ପୂରାପୂରି ଆଣ୍ଠେଇ ପଡ଼ନ୍ତି। ସେଥିପାଇଁ ଜିଲାସ୍ତରୀୟ ଅଧିକାରୀଙ୍କୁ ଅତିଥି କରନ୍ତି। ସାହିତ୍ୟ କରୁଛି ବୋଲି ଡିଣ୍ଡିମ ପିଟନ୍ତି। ଆଗ ଭଲ ମଣିଷ ନ ହୋଇ ସାହିତ୍ୟ ପୋଖରୀକୁ ଗୋଳିଆ କରୁଥିବା ନାଁ ବିକଳିଆ ଆତ୍ମଘୋଷିତ ଲେଖକ ପୁରସ୍କାର ପଛରେ ଖାଲି ଧାଆନ୍ତି। ପାଞ୍ଚ ବର୍ଷ ସେମିତି ଲେଖାଲେଖି କରି ପାଆଁଶ ପୁରସ୍କାର ଗଣ୍ଠେଇ ସାରିଲେଣି ପଦ୍ମ ତୋଳି ହାତେଇ ନେବାର ନିଶାରେ। ନିଜ ପରିସରରେ ଲୋକ ଠିକ୍‌ ଜାଣନ୍ତି ସେ କ’ଣ ? କେତେ ଭଲ ଜଣେ ବ୍ୟକ୍ତି ହିସାବରେ ! ବୋଲକରା ତିଆରି ଭାବମୂର୍ତ୍ତି ତିଆରିବା ସବୁଦିନ ପାଇଁ କାମ କରି ନ ପାରେ। ବୋଲକରାଙ୍କୁ ଭଲ ପାଇବାରେ ବି ପାତରଅନ୍ତର ନୀତି ଆପେଣେଇଥାନ୍ତି।
ତେବେ ସମାଜକୁ ଦିଗ୍‌ଦର୍ଶନ ଦେଉଥିବା ଲେଖକ କେବେ ବି ଖରାପ ହୋଇ ନ ପାରନ୍ତି। ଲେଖକ ଅନେକ ସମୟରେ ସତ କଥା ଲେଖି କିମ୍ବା ପରୋକ୍ଷରେ କହି ଅନେକଙ୍କ ପାଇଁ ଗ୍ରହଣୀୟ ହୋଇନଥାନ୍ତି। ତଥାପି ସତ ଲେଖକ ଅଛନ୍ତି। କିଛି ଛଦ୍ମବେଶୀ ବି ଥାଆନ୍ତି। ଛଦ୍ମବେଶୀଙ୍କ ହାଉଯାଉ ଆଜିର ଦିନରେ ଅଧିକ। ସତ ଲେଖକ ବି ଏଠି ନିରନ୍ତର ଲେଖିବା ଧାରାରେ ନିଜକୁ ବରାବର ନିୟୋଜିତ ରଖିଆସିଥାନ୍ତି।
ବଉଦରାଜ, ବୌଦ୍ଧ
ମୋ: ୯୪୩୭୪୭୮୪୬୬


Enter your email to get our daily news in your inbox.

All Right Reserved By Dharitri.Com

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ: ଭକ୍ତ ଭାବବିହ୍ବଳ

ବଲାଙ୍ଗୀର,୧୯।୩ (ସୁନିଲ କୁମାର ମହାନ୍ତି): ଚୈତ୍ର ମାସରେ ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି ଦଣ୍ଡଯାତ୍ରା। ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ। ଧାର୍ମିକ ଆସ୍ଥା ଓ ମନୋରଞ୍ଜନର…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri