Posted inଫୁରସତ

୫୦ ବର୍ଷ ପରେ ଚାକିରି କରିଥିଲି, ପ୍ରଥମ ଦରମା ଟଙ୍କା ଠାକୁରଙ୍କ ପାଦତଳେ ରଖିଥିଲି: ପ୍ରଫେସର୍‌ ଡ. ମାଙ୍ଗଳିକା ମହାପାତ୍ର

ପ୍ରଥମ ରୋଜଗାର କଥା ଭାବିଲେ ଯେତିକି ଖୁସି ଲାଗେ ସେତିକି ଦେହ ରୋମାଞ୍ଚରେ ଭରିଯାଏ। କାରଣ ପ୍ରଥମ ରୋଜଗାର ମୁଁ କରିଥିଲି ଯେବେ ଜୀବନର ଦ୍ୱିତୀୟ ସୋପାନରେ ପହଞ୍ଚତ୍ଥିଲି। ମାନେ ମତେ ୫୦ ବର୍ଷ ଅତିକ୍ରମ କଲା ପରେ ମୁଁ ଚାକିରୀ କ୍ଷେତ୍ରକୁ ଆସିଥିଲି ସେ ପୁଣି ସଂଯୋଗବଶତଃ। ମୋ ବାପା ବୋଉ ଦୁଇଜଣ ଡାକ୍ତର। ବୋଉ ସରକାରୀ ଚାକିରୀ କରୁଥିଲେ ଆଉ ବାପା ପ୍ରାଇଭେଟ୍‌ କ୍ଲିନିକ୍‌। କେବଳ ଆମ ଦୁଇ ଭାଇଭଉଣୀଙ୍କ ଯତ୍ନ ନେବାପାଇଁ ବାପା ସରକାରୀ ଚାକିରିକୁ ମନା କରିଥିଲେ। ଛୁଆବେଳୁ ବୋଉଙ୍କୁ ଦେଖିଦେଖି ନିଜେ ବି ଚାକିରୀ କରି ରୋଜଗାର କରିବା କଥା ମନେମନେ ଭାବୁଥିଲି। ହେଲେ ଏମ୍‌.ଫିଲ୍‌ ପଢା ସରିବା ପରେ ପରେ ହିଁ ମୋ ବାହାଘର ହେଇଗଲା। ଘର ସଂସାର, ପିଲାଛୁଆଙ୍କ କାମ ଭିତରେ ଚାକିରି କରିବାର ସ୍ବପ୍ନ ମୋର କୁଆଡ଼େ ଉଭେଇଗଲା। କିନ୍ତୁ ପଢାର ସଉକ ଥିବାରୁ ସବୁ କାମ ଭିତରେ ବି ସମୟ ବାହାର କରି ପରିବେଶ ବିଜ୍ଞାନରେ ପି.ଏଚ୍‌.ଡି କରିବାକୁ ପ୍ରସ୍ତୁତ ହେଉଥିଲି। ୨୦୧୨ରେ ଡକ୍ଟରେଟ୍‌ ଡିଗ୍ରୀ ପାଇଲି। ହେଲେ ପିଲାଙ୍କର ପଢା ସରି ନଥିବାରୁ ଚାକିରି କଥା ଭୁଲି ପୁଣି ସେମାନଙ୍କ କଥା ବୁଝିବାରେ ନିଜକୁ ହଜାଇ ଦେଲି। ଏମିତି କିଛି ବର୍ଷ ଯିବା ପରେ ୨୦୧୮ରେ ହଠାତ୍‌ ଦିନେ ସ୍ବାମୀ ଗୋଟେ ଫର୍ମ ଆଣି କହିଲେ, ରେଭେନ୍ସା କଲେଜରେ ଅଧ୍ୟାପକ ପୋଷ୍ଟ ପାଇଁ ଇଣ୍ଟରଭ୍ୟୁ ବାହାରିଛି, ଏହି ଫର୍ମ ଫିଲପ୍‌ କରି ପକେଇଦିଅ। ସେଦିନ ଖୁବ୍‌ ଖୁସି ହେଇଥିଲି। କାରଣ ଯେଉଁ କଲେଜର ଛାତ୍ରୀ ଥିଲି, ସେଇ କଲେଜର ଅଧ୍ୟାପିକା ହେବାର ସୌଭାଗ୍ୟ ଯେ କେବେ ପାଇବି, ସେ କଥା ଆଦୌ ଚିନ୍ତା କରି ନଥିଲି। ଭଗବାନଙ୍କ ଆଶୀର୍ବାଦ ଭାବି ଇଣ୍ଟରଭ୍ୟୁ ଦେଇ କୃତକାର୍ଯ୍ୟ ହେଇ ଚାକିରୀରେ ଯୋଗଦେଲି। ସେଇ ଭିତରେ ମୋର ଇଚ୍ଛା ହେଲା ଓଡ଼ିଆରେ ଏମ୍‌.ଏ. କରିବାକୁ। ଯେହେତୁ ଓଡ଼ିଆ ସାହିତ୍ୟ ପ୍ରତି ପିଲାବେଳୁ ଦୁର୍ବଳତା ଥିଲା, ତେଣୁ କଲେଜରେ ପଢାଇବା ସହିତ ନିଜେ ଓଡ଼ିଆ ଏମ୍‌.ଏ.ରେ କ୍ଲାସ୍‌ କରୁଥିଲି। ଏକକାଳୀନ ଅଧ୍ୟାପିକା ଓ ଛାତ୍ରୀ ଦୁଇଟିଯାକ ଭୂମିକା ତୁଲେଇବାକୁ ପଡୁଥିଲା। ମାସେ ପରେ ଯେଉଁଦିନ ପ୍ରଥମ ଦରମା ହାତରେ ଧରିଲି, ସେଦିନ ପ୍ରଥମେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରିଥିଲି। ତା’ପରେ ଘରକୁ ଯାଇ ଶାଶୁ ଶ୍ୱଶୁରଙ୍କୁ ମୁଣ୍ଡିଆ ମାରିଥିଲି। ଶାଶୁ ସ୍ନେହରେ ଆଉଁସି ଦେଇ କହିଲେ, ”ଯା, ଠାକୁରଙ୍କ ପାଦତଳେ ଆଗେ ଦରମା ଟଙ୍କା ରଖିଦେ, ପରେ ଯାହା କରିବୁ।“ ତାଙ୍କ କଥା ମାନି ଠାକୁରଙ୍କ ପାଖେ ଟଙ୍କାଟିକୁ ରଖି ମୁଣ୍ଡିଆ ମାରିଥିଲି। ତା’ସହିତ ମୋ ବାପା, ବୋଉଙ୍କ ଉଦ୍ଦେଶ୍ୟରେ ବି ସେଇଠି ମୁଣ୍ଡିଆ ମାରିଥିଲି। କାରଣ ମୋ ସଫଳତା ପଛରେ ସେମାନଙ୍କର ମଧ୍ୟ ଆଶୀର୍ବାଦ ରହିଥିଲା। ତା’ପରେ ସେହି ଦରମା ଟଙ୍କାରେ ଘରର ସମସ୍ତଙ୍କ ପାଇଁ କିଛି ନା କିଛି ଉପହାର ଆଣି ଦେଇଥିଲି। ସମସ୍ତେ ବହୁତ ଖୁସି ହେଇଥିଲେ। ଖାସ୍‌କରି ମୋ ଝିଅ ଓ ସ୍ବାମୀ। ବାସ୍‌ ସେ ଦିନରୁ ଆଉ ପଛକୁ ଫେରି ଚାହିଁନି। ଅଧ୍ୟାପନା ସହିତ କ୍ରମେ କବିତା, ପ୍ରବନ୍ଧ ଓ ଗଳ୍ପ ଆଦି ଲେଖିଲି। ୟା’ଭିତରେ ମୋର ଦୁଇଟି କବିତା ପୁସ୍ତକ ମଧ୍ୟ ଲୋକାର୍ପଣ ହୋଇସାରିଛି। ତା’ସହିତ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ତରଫରୁ ଲେଖିକା ଭାବେ ମୋତେ ଅନେକ ସମ୍ମାନ ବି ମିଳିଛି। ତେଣୁ ମୋ ମତରେ, ବୟସ କେବେ କୌଣସି କାର୍ଯ୍ୟ କରିବାରେ ବାଧକ ସାଜେନି, ଖାଲି କିଛି କରିବାର ମନୋବୃତି ଥିଲେ ହେଲା।


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

୩-୩ ପ୍ରେମିକାଙ୍କ ଖର୍ଚ୍ଚ ଉଠାଉଛି… ଫିଜିଓଥେରାପିଷ୍ଟ ଚୋରଙ୍କ କଥା ଶୁଣି ଘୂରିଲା ପୋଲିସ ମୁଣ୍ଡ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଏସିପି ସୁମିତ ଶୁକ୍ଳା ଏବଂ ଫିଜିଓଥେରାପିଷ୍ଟ ଚୋରଙ୍କ ମଧ୍ୟରେ ହୋଇଥିବା...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri