Posted inଫୁରସତ

୫୦ ବର୍ଷ ପରେ ଚାକିରି କରିଥିଲି, ପ୍ରଥମ ଦରମା ଟଙ୍କା ଠାକୁରଙ୍କ ପାଦତଳେ ରଖିଥିଲି: ପ୍ରଫେସର୍‌ ଡ. ମାଙ୍ଗଳିକା ମହାପାତ୍ର

ପ୍ରଥମ ରୋଜଗାର କଥା ଭାବିଲେ ଯେତିକି ଖୁସି ଲାଗେ ସେତିକି ଦେହ ରୋମାଞ୍ଚରେ ଭରିଯାଏ। କାରଣ ପ୍ରଥମ ରୋଜଗାର ମୁଁ କରିଥିଲି ଯେବେ ଜୀବନର ଦ୍ୱିତୀୟ ସୋପାନରେ ପହଞ୍ଚତ୍ଥିଲି। ମାନେ ମତେ ୫୦ ବର୍ଷ ଅତିକ୍ରମ କଲା ପରେ ମୁଁ ଚାକିରୀ କ୍ଷେତ୍ରକୁ ଆସିଥିଲି ସେ ପୁଣି ସଂଯୋଗବଶତଃ। ମୋ ବାପା ବୋଉ ଦୁଇଜଣ ଡାକ୍ତର। ବୋଉ ସରକାରୀ ଚାକିରୀ କରୁଥିଲେ ଆଉ ବାପା ପ୍ରାଇଭେଟ୍‌ କ୍ଲିନିକ୍‌। କେବଳ ଆମ ଦୁଇ ଭାଇଭଉଣୀଙ୍କ ଯତ୍ନ ନେବାପାଇଁ ବାପା ସରକାରୀ ଚାକିରିକୁ ମନା କରିଥିଲେ। ଛୁଆବେଳୁ ବୋଉଙ୍କୁ ଦେଖିଦେଖି ନିଜେ ବି ଚାକିରୀ କରି ରୋଜଗାର କରିବା କଥା ମନେମନେ ଭାବୁଥିଲି। ହେଲେ ଏମ୍‌.ଫିଲ୍‌ ପଢା ସରିବା ପରେ ପରେ ହିଁ ମୋ ବାହାଘର ହେଇଗଲା। ଘର ସଂସାର, ପିଲାଛୁଆଙ୍କ କାମ ଭିତରେ ଚାକିରି କରିବାର ସ୍ବପ୍ନ ମୋର କୁଆଡ଼େ ଉଭେଇଗଲା। କିନ୍ତୁ ପଢାର ସଉକ ଥିବାରୁ ସବୁ କାମ ଭିତରେ ବି ସମୟ ବାହାର କରି ପରିବେଶ ବିଜ୍ଞାନରେ ପି.ଏଚ୍‌.ଡି କରିବାକୁ ପ୍ରସ୍ତୁତ ହେଉଥିଲି। ୨୦୧୨ରେ ଡକ୍ଟରେଟ୍‌ ଡିଗ୍ରୀ ପାଇଲି। ହେଲେ ପିଲାଙ୍କର ପଢା ସରି ନଥିବାରୁ ଚାକିରି କଥା ଭୁଲି ପୁଣି ସେମାନଙ୍କ କଥା ବୁଝିବାରେ ନିଜକୁ ହଜାଇ ଦେଲି। ଏମିତି କିଛି ବର୍ଷ ଯିବା ପରେ ୨୦୧୮ରେ ହଠାତ୍‌ ଦିନେ ସ୍ବାମୀ ଗୋଟେ ଫର୍ମ ଆଣି କହିଲେ, ରେଭେନ୍ସା କଲେଜରେ ଅଧ୍ୟାପକ ପୋଷ୍ଟ ପାଇଁ ଇଣ୍ଟରଭ୍ୟୁ ବାହାରିଛି, ଏହି ଫର୍ମ ଫିଲପ୍‌ କରି ପକେଇଦିଅ। ସେଦିନ ଖୁବ୍‌ ଖୁସି ହେଇଥିଲି। କାରଣ ଯେଉଁ କଲେଜର ଛାତ୍ରୀ ଥିଲି, ସେଇ କଲେଜର ଅଧ୍ୟାପିକା ହେବାର ସୌଭାଗ୍ୟ ଯେ କେବେ ପାଇବି, ସେ କଥା ଆଦୌ ଚିନ୍ତା କରି ନଥିଲି। ଭଗବାନଙ୍କ ଆଶୀର୍ବାଦ ଭାବି ଇଣ୍ଟରଭ୍ୟୁ ଦେଇ କୃତକାର୍ଯ୍ୟ ହେଇ ଚାକିରୀରେ ଯୋଗଦେଲି। ସେଇ ଭିତରେ ମୋର ଇଚ୍ଛା ହେଲା ଓଡ଼ିଆରେ ଏମ୍‌.ଏ. କରିବାକୁ। ଯେହେତୁ ଓଡ଼ିଆ ସାହିତ୍ୟ ପ୍ରତି ପିଲାବେଳୁ ଦୁର୍ବଳତା ଥିଲା, ତେଣୁ କଲେଜରେ ପଢାଇବା ସହିତ ନିଜେ ଓଡ଼ିଆ ଏମ୍‌.ଏ.ରେ କ୍ଲାସ୍‌ କରୁଥିଲି। ଏକକାଳୀନ ଅଧ୍ୟାପିକା ଓ ଛାତ୍ରୀ ଦୁଇଟିଯାକ ଭୂମିକା ତୁଲେଇବାକୁ ପଡୁଥିଲା। ମାସେ ପରେ ଯେଉଁଦିନ ପ୍ରଥମ ଦରମା ହାତରେ ଧରିଲି, ସେଦିନ ପ୍ରଥମେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରିଥିଲି। ତା’ପରେ ଘରକୁ ଯାଇ ଶାଶୁ ଶ୍ୱଶୁରଙ୍କୁ ମୁଣ୍ଡିଆ ମାରିଥିଲି। ଶାଶୁ ସ୍ନେହରେ ଆଉଁସି ଦେଇ କହିଲେ, ”ଯା, ଠାକୁରଙ୍କ ପାଦତଳେ ଆଗେ ଦରମା ଟଙ୍କା ରଖିଦେ, ପରେ ଯାହା କରିବୁ।“ ତାଙ୍କ କଥା ମାନି ଠାକୁରଙ୍କ ପାଖେ ଟଙ୍କାଟିକୁ ରଖି ମୁଣ୍ଡିଆ ମାରିଥିଲି। ତା’ସହିତ ମୋ ବାପା, ବୋଉଙ୍କ ଉଦ୍ଦେଶ୍ୟରେ ବି ସେଇଠି ମୁଣ୍ଡିଆ ମାରିଥିଲି। କାରଣ ମୋ ସଫଳତା ପଛରେ ସେମାନଙ୍କର ମଧ୍ୟ ଆଶୀର୍ବାଦ ରହିଥିଲା। ତା’ପରେ ସେହି ଦରମା ଟଙ୍କାରେ ଘରର ସମସ୍ତଙ୍କ ପାଇଁ କିଛି ନା କିଛି ଉପହାର ଆଣି ଦେଇଥିଲି। ସମସ୍ତେ ବହୁତ ଖୁସି ହେଇଥିଲେ। ଖାସ୍‌କରି ମୋ ଝିଅ ଓ ସ୍ବାମୀ। ବାସ୍‌ ସେ ଦିନରୁ ଆଉ ପଛକୁ ଫେରି ଚାହିଁନି। ଅଧ୍ୟାପନା ସହିତ କ୍ରମେ କବିତା, ପ୍ରବନ୍ଧ ଓ ଗଳ୍ପ ଆଦି ଲେଖିଲି। ୟା’ଭିତରେ ମୋର ଦୁଇଟି କବିତା ପୁସ୍ତକ ମଧ୍ୟ ଲୋକାର୍ପଣ ହୋଇସାରିଛି। ତା’ସହିତ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ତରଫରୁ ଲେଖିକା ଭାବେ ମୋତେ ଅନେକ ସମ୍ମାନ ବି ମିଳିଛି। ତେଣୁ ମୋ ମତରେ, ବୟସ କେବେ କୌଣସି କାର୍ଯ୍ୟ କରିବାରେ ବାଧକ ସାଜେନି, ଖାଲି କିଛି କରିବାର ମନୋବୃତି ଥିଲେ ହେଲା।


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri