କରୋନା ଆରମ୍ଭରୁ ସୂଚନା ଦେବ ହାତ ବ୍ୟାଣ୍ଡ: ମୂଲ୍ୟ ମାତ୍ର ୩, ୫୦୦ ଟଙ୍କା

ନୂଆ ଦିଲ୍ଲୀ, ୨୫।୭: କରୋନା ବିିଷୟରେ ସୂଚନା ଦେବ ହାତ ବ୍ୟାଣ୍ଡ। ଆଇଆଇଟି ମାଡ୍ରାସ କରୋନା ଜୀବାଣୁ ସଂକ୍ରମଣ ଚିହ୍ନଟ ପାଇଁ ଏପରି ଏକ ବ୍ୟାଣ୍ଡ ତିଆରି କରିଛି। ଏହା ସଂକ୍ରମଣ ଆରମ୍ଭ ହେବାମାତ୍ରେ ସୂଚନା ଦେବ। ଆଗାମୀ ମାସ ସୁଦ୍ଧା ଏହା ବଜାରକୁ ଆସିବ। ଯାହାର ମୂଲ୍ୟ ମାତ୍ର ୩ହଜାର ୫ଶହ ଟଙ୍କା ରହିଛି।
ଆଇଆଇଟି ମାଡ୍ରାସର ପୂର୍ବ ଛାତ୍ରଙ୍କ ଏକ ଟିମ୍‌ ଏନ୍‌ଆଇଟି ବାରଙ୍ଗଲର ପୂର୍ବ ଛାତ୍ରଙ୍କ ସହ ମିଶି ଏହି ବ୍ୟାଣ୍ଡ ତିଆରି କରିଛନ୍ତି। ୭୦ଟି ଦେଶରେ ଏହାକୁ ଲଞ୍ଚ କରିବାକୁ ଯୋଜନା ରହିଛି। ହ୍ୟାଣ୍ଡ ଟ୍ରାକରରେ ଶରୀରର ତାପମାତ୍ରା, ହୃଦସ୍ପନ୍ଦନ ଏବଂ ଏସ୍‌ପିଓ ୨ ମାପିବା ପାଇଁ ସେନ୍ସର ଲାଗିଛି। ଏହା ବ୍ୟବହାରକାରୀଙ୍କ ଉପରେ ନିରନ୍ତର ନଜର ରଖିବ। ଫଳରେ ସଂକ୍ରମଣର ପ୍ରଥମ ସ୍ତରରେ ଚିହ୍ନଟ କରିବାରେ ସାହାଯ୍ୟ କରିବ। ଏହି ଟ୍ରାକର୍‌ ବ୍ଲୁଟୁଥ୍‌ ମାଧ୍ୟମରେ ଚାଲିବ। ମ୍ୟୁଜ୍‌ ହେଲ୍‌ଥ ଆପ୍‌ ମାଧ୍ୟମରେ ମଧ୍ୟ ମୋବାଇଲ ସହିତ ସଂଯୋଗ ହୋଇପାରିବ। ବ୍ୟବହାରକାରୀଙ୍କ ଶରୀର ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ସମ୍ବନ୍ଧୀୟ ସୂଚନା ଫୋନ୍‌ ଏବଂ ରିମୋଟ୍‌ ସର୍ଭେରେ ସଂଗୃହୀତ ହେବ। ବ୍ୟବହାରକାରୀ ଯଦି କୌଣସି ନିଷିଦ୍ଧାଞ୍ଚନ ସ୍ଥାନକୁ ଯାଆନ୍ତି ତେବେ ଆରୋଗ୍ୟ ସେତୁ ମାଧ୍ୟମରେ ସେମାନେ ସୂଚନା ପାଇପାରିବେ। ଆଇଆଇଟି ମାଡ୍ରାସର ପୂର୍ବତନ ଛାତ୍ର କେ ଏଲ୍‌ ଏନ୍‌ ସାଇ ପ୍ରଶାନ୍ତ କୁହନ୍ତି, ଚଳିତ ବର୍ଷ ୨ ଲକ୍ଷ ଉତ୍ପାଦ ବିକ୍ରି ପାଇଁ ଲକ୍ଷ୍ୟ ରଖାଯାଇଛି। ୨୦୨୦ ସୁଦ୍ଧା ୧ ବିଲିୟନ୍‌ ଟ୍ରାକର ବିକ୍ରି କରିବାର ଯୋଜନା ରହିଛି। ଆସନ୍ତା ଅଗଷ୍ଟ ସୁଦ୍ଧା ଏହା ୭୦ଟି ଦେଶରେ ଉପଲବ୍ଧ ହେବ। ଏହି ବ୍ୟାଣ୍ଡ ତିଆରି କରିବାର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରଥମରୁ ରୋଗୀଙ୍କୁ ଚିହ୍ନଟ କରିବା। ଯାହା ଫଳରେ ଉପଯୁକ୍ତ ସମୟରେ ସେମାନଙ୍କ ଚିକିତ୍ସା କରାଯାଇପାରିବ ବୋଲି ଅନ୍ୟ ଜଣେ ଛାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri