Categories: ଖେଳ

ପୁଣିଥରେ ଶାହାଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ୍‌; କ୍ୱାରାଣ୍ଟାଇନ୍‌ ଶେଷ କରିବା ସତ୍ତ୍ୱେ..

ନୂଆଦିଲ୍ଲୀ,୧୪।୫: ସନରାଇଜର୍ସ ହାଇଦ୍ରାବାଦର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଦ୍ଧିମାନ ଶାହାଙ୍କ ନମୂନା ପୁଣିଥରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦୁଇ ସପ୍ତାହ(୧୪ ଦିନ) ଧରି କ୍ୱାରାଣ୍ଟାଇନ୍‌ରେ ରହିବା ପରେ ସେ ନିଜର ଟେଷ୍ଟ କରାଇଥିଲେ।

ବାୟୋ ବବଲ୍‌ରେ କୋଭିଡ୍‌ ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ଆଇପିଏଲ୍‌ ୨୦୨୧କୁ ସ୍ଥଗିତ କରିଦିଆଯାଇଥିଲା। ଉକ୍ତ ସମୟରେ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଥିଲେ ଶାହା। ତାଙ୍କର ଶରୀର ପୀଡ଼ା, ଜ୍ୱର ଏବଂ କାଶ ଲାଗି ରହିଥିଲା। ହେଲେ ଏବେ ସେ ସୁସ୍ଥ ଅନୁଭବ କରୁଛନ୍ତି। ନିୟମାବଳୀକୁ ନେଇ ସେ ଦିଲ୍ଲୀରେ କ୍ୱାରାଣ୍ଟାଇନ୍‌ ସମୟ ଶେଷ କରିଥିଲେ। ହେଲେ ପୁନର୍ବାର ଟେଷ୍ଟ କରିବା ପରେ ତାହା ପଜିଟିଭ୍‌ ଆସିଛି। ଏବେ ଏହା ନେଗେଟିଭ୍‌ ଆସିବା ପରେ ତାଙ୍କୁ ମୁକ୍ତ କରାଯିବ ବୋଲି ଜଣାପଡ଼ିଛି।

Share