୨୦ସୁଦ୍ଧା ହୋଇପାରେ ରେସ୍‌ଲିଂ ଟ୍ରାଏଲ୍ସ

ନୂଆଦିଲ୍ଲୀ, ୭ା୭ (ପି.ଟି.):ଏସିଆନ ଗେମ୍ସ ପାଇଁ କୁସ୍ତିଯୋଦ୍ଧାମାନଙ୍କ ଶର୍ଟଲିଷ୍ଟ ତାଲିକା ପାଇଁ ଟ୍ରାଏଲ୍ସ ଯଥାସମ୍ଭବ ଜୁଲାଇ ୨୦ ପାଖାପାଖି ହୋଇପାରେ। ଅଲିମ୍ପିକ କାଉନ୍‌ସିଲ ଅଫ୍‌ ଏସିଆ(ଓସିଏ) ତରଫରୁ ଏ ନେଇ ଅଣାନୁଷ୍ଠାନିକ ପ୍ରତିଶ୍ରୁତି ମିଳିଛି। ଏସିଆନ ଗେମ୍ସ ଲାଗି ଖେଳାଳିମାନଙ୍କର ନାମ ତାଲିକା ସମୟସୀମା ଜୁଲାଇ ୧୫ ରଖାଯାଇଥିଲା। କିନ୍ତୁ ଭାରତୀୟ କୁସ୍ତିଯୋଦ୍ଧା ମହାସଂଘର ପରିଚାଳନା ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଦ୍ୱାରା ଗଠିତ ଆଡ୍‌ହକ କମିଟି ସମୟସୀମାକୁ ବୃଦ୍ଧି କରିବା ଲାଗି ଓସିଏକୁ ଅନୁରୋଧ କରିଥିଲା। ପ୍ରତିଶ୍ରୁତି ମିଳିଥିଲେ ହେଁ ଏଣ୍ଟ୍ରି ଲିଷ୍ଟ ପଠାଇବା ଲାଗି କେତେଦିନ ରିହାତି ମିଳିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ଆଡ୍‌ହକ୍‌ ପ୍ୟାନେଲର ଜଣେ ସଦସ୍ୟ ଜିଆନ ସିଂ କହିଛନ୍ତି, ଆଥ୍‌ଲେଟଙ୍କ ତାଲିକା ପଠାଇବା ସମୟସୀମା ବୃଦ୍ଧି ସମ୍ପର୍କରେ କୌଣସି ମେଲ୍‌ ଏପର୍ଯ୍ୟନ୍ତ ଓସିଏରୁ ଆସିନାହିଁ। ସେମାନେ କୋହଳ କରିବା ଲାଗି ରାଜି ହୋଇଥିଲେ ମଧ୍ୟ ତାହା ୧୦,୧୨, ୧୫ ଦିନ କିମ୍ବା ତା’ଠାରୁ ଅଧିକ ଲାଗିବ ଆମେ କହିପାରିବୁ ନାହିଁ। ଏସିଆନ ଗେମ୍ସ ଟ୍ରାଏଲ୍ସ ପାଇଁ ଦିନ ଘୋଷଣା ସୋମବାର ହେବ। ତାହା ଯଥା ସମ୍ଭବ ଜୁଲାଇ ୨୦ ପାଖାପାଖି ହେବ। ଆନ୍ଦୋଳନକାରୀ କୁସ୍ତିଯୋଦ୍ଧାଙ୍କୁ ପ୍ରସ୍ତୁତି ଲାଗି ଯଥେଷ୍ଟ ସମୟ ଦେବା ପରିପ୍ରେକ୍ଷୀରେ ଆଇଓଏ ଆଥଲେଟଙ୍କ ତାଲିକା ପଠାଇବାର ଶେଷ ତାରିଖ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦେବାଲାଗି ଓସିଏକୁ ଅନୁରୋଧ କରିଥିଲା। ସୂଚନାଯୋଗ୍ୟ, ଏସିଆନ ଗେମ୍ସ ଲାଗି ପ୍ରସ୍ତୁତି ସକାଶେ ଅତିରିକ୍ତ ସମୟ ଦେବା ଲାଗି ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଓ ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜୟୀ ଭିନେଶ ଫୋଗତଙ୍କ ସମେତ ୬ଜଣ କୁସ୍ତି ଯୋଦ୍ଧା କ୍ରୀଡ଼ା ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ। ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ବିଦାୟୀ ସଭାପତି ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୀର୍ଘ ୩୮ଦିନ ଆନ୍ଦୋଳନ କରିଥିବା ଦୃଷ୍ଟିରୁ ସେମାନେ ବର୍ତ୍ତମାନ ଶାରୀରିକ ଦୃଷ୍ଟିରୁ ଫିଟ୍‌ ନାହାନ୍ତି। ଆଡହକ୍‌ ପ୍ୟାନେଲ ସେମାନଙ୍କୁ ଏସିଆନ ଗେମ୍ସ ଓ ବିଶ୍ୱ ଚାମ୍ପିୟନଶିପ୍‌ ଟ୍ରାଏଲ୍ସରୁ ଛାଡ଼ କରି ଏକମାତ୍ର ବାଉଟ୍‌ ବ୍ୟବସ୍ଥା କରିଥିଲା। ହେଲେ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ଜିଆନ ସିଂ କହିଛନ୍ତି, ପ୍ରସ୍ତୁତି ପାଇଁ କୁସ୍ତିଯୋଦ୍ଧାମାନଙ୍କୁ ଯଥେଷ୍ଟ ସମୟ ଦିଆଯିବ। ସେମାନଙ୍କୁ ଅତିକମ୍‌୍‌ରେ ୧୦ ଦିନ ସମୟ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri