Categories: ଜାତୀୟ

ଜୁଲାଇ ୪ରେ ହେବ ଭାରତୀୟ କୁସ୍ତି ସଂଘର ନିର୍ବାଚନ

ନୂଆଦିଲ୍ଲୀ,୧୨।୬: କୁସ୍ତିଯୋଦ୍ଧାଙ୍କ ଦ୍ୱାରା କୁସ୍ତି ମହାସଂଘ ଉପରେ କରାଯାଇଥିବା ଗୁରୁତର ଅଭିଯୋଗ ପରେ ଅଲିମ୍ପିକ ଆସୋସିଏଶନ ସୋମବାର ଡବ୍ଲୁଏଫଆଇର ଅଧ୍ୟକ୍ଷ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛି। ଆସନ୍ତା ଜୁଲାଇ ୪ ରେ ନିର୍ବାଚନ ହେବ ବୋଲି ଜଣାପଡିଛି। ସୂଚନାନୁସାରେ, ବ୍ରଜ୍‌ଭୂଷଣ ଶରଣ ସିଂଙ୍କ କାର୍ଯ୍ୟକାଳ ଜୁଲାଇ ୪ ରେ ଆନୁଷ୍ଠାନିକ ଭାବେ ଶେଷ ହେବ। ସେ ଗତ ୧୨ ବର୍ଷ ଧରି ଲଗାତର ଅଧ୍ୟକ୍ଷ ରହିଛନ୍ତି।

ୟୁନାଇଟେଡ ୱାଲର୍‌ଡ ରେସଲିଂ ୪୫ ଦିନ ମଧ୍ୟରେ ନିର୍ବାଚନ ହେବାକୁ କହିଥିଲେ, ଯଦି ନିର୍ବାଚନ ନ ହୁଏ ତେବେ ଆସୋସିଏଶନକୁ ନିଲମ୍ବିତ କରିବାକୁ ଚେତାବନୀ ଦିଆଯାଇଥିଲା। ନିକଟରେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକଙ୍କୁ ଭେଟିବା ପରେ ଜୁନ ୩୦ ସୁଦ୍ଧା ଭାରତୀୟ କୁସ୍ତି ସଂଘ ନିର୍ବାଚନ ଅନୁଷ୍ଠିତ ହେବ ବୋଲି କହିଥିଲେ।

Share