Categories: ଜାତୀୟ

‘ଏଫଆଇଆର ହେଲା, ସୁରକ୍ଷା ମିଳିଲା’, ରେସଲରଙ୍କ ଯୌନ ଉତ୍ପିଡନ ମାମଲାକୁ ନେଇ ସୁପ୍ରିମକୋର୍ଟ କହିଲେ- ଏବେ କିଛି ଚାହାଁନ୍ତି ତ…

ନୂଆଦିଲ୍ଲୀ,୪।୫: ମହିଳା ରେସଲରଙ୍କ ଆବେଦନ ଉପରେ ଶୁଣାଣି ପରେ ସୁପ୍ରିମକୋର୍ଟ ମାମଲାକୁ ବନ୍ଦ କରି ଦେଇଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି(ସିଜେଆଇ) ଜଷ୍ଟିଶ ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ପୀଠ କହିଛନ୍ତି ଆମେ ଏହି ମାମଲାକୁ ଏଇଠି ବନ୍ଦ କରି ଦେଉଛୁ। ଯଦି ଆଉ କିଛି ଅଭିଯୋଗ ରହିଛି ତେବେ ଏହାକୁ ମାଜିଷ୍ଟ୍ରେଟ ଅବା ହାଇକୋର୍ଟଙ୍କ ସାମ୍ନାରେ ରଖା ଯାଇ ପାରିବ।

ଶୁଣାଣି ସମୟରେ ଦେଶର ସଲିସିଟର ଜେନରାଲ ପୀଠକୁ କହିଛନ୍ତି, କୋର୍ଟ ଅଭିଯୋଗକାରୀକୁ ସୁରକ୍ଷା ନିର୍ଦ୍ଦେଶ ଦେଇଥିଲେ। ନାବାଳିକ ଅଭିଯୋଗକାରୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଦିଆଯାଇଛି। ସାଦା ପୋଷାକରେ ପୋଲିସ ସୁରକ୍ଷା ଦେଉଛି, ଫଳରେ ପରିଚୟ ସାମ୍ନାକୁ ଆସିପାରିବ ନାହିଁ। ଅନ୍ୟ ୬ ଜଣଙ୍କ ପ୍ରତି ବିପଦ ନ ଥିବା ଜଣାପଡିଛି। ହେଲେ ସେମାନଙ୍କୁ ବି ସୁରକ୍ଷା ଦିଆଯାଇଛି।
ସଲିସିଟର ଜେନରାଲ ସିଜେଆଇଙ୍କୁ କହିଛନ୍ତି, ଆମେ ନିରପେକ୍ଷ ଯାଞ୍ଚ କରୁଛୁ। ଅଭିଯୋଗକାରୀଙ୍କ ବୟାନ ନିଆଯାଉଛି। ସିଲ ବନ୍ଦ ଲଫାପାରେ କୋର୍ଟଙ୍କୁ ରିପୋର୍ଟ ଦିଆଯାଇଛି। ଜଣେ ବରିଷ୍ଠ ଆଇପିଏସ ଯାଞ୍ଚ କରୁଛନ୍ତି। ଏହାଠିକ ନୁହେଁ ଯେ ଅଭିଯୋଗକାରୀ କହିବେ କି ଏମିତି ପୂର୍ବରୁ ହୋଇଥିଲା ଅବା ଏମିତି ପୂର୍ବରୁ କରାଯାଇଥିଲା।

Share