Categories: ଜାତୀୟ

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଗାଜିପୁର ସୀମାରେ ପହଞ୍ଚିଲେ ଟିକାୟତ

ନୂଆଦିଲ୍ଲୀ,୨୮।୫: ଜାତୀୟ ରାଜଧାନୀ ଦିଲ୍ଲୀରେ କୁସ୍ତିଯୋଦ୍ଧାଙ୍କ ଲଢେଇ ଜାରି ରହିଛି। ଏହି ସମୟରେ ଚାଷୀ ନେତା ରାକେଶ ଟିକାୟତ ଗାଜିପୁର ସୀମାରେ ପହଞ୍ଚି ଏହି ପ୍ରତିବାଦରେ ସମ୍ପୃକ୍ତ କୃଷକ ଏବଂ ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ଗାଜିପୁର ସୀମାରେ ଚାଷୀଙ୍କୁ ସମ୍ବୋଧିତ କରିବାବେଳେ ରାକେଶ ଟିକାୟତ କହିଛନ୍ତ, ପୂର୍ବରୁ ଚାଷୀମାନଙ୍କୁ ଗିରଫ କରାଯାଇଥିଲା ଏବଂ ଭବିଷ୍ୟତରେ ମଧ୍ୟ ଏହା ଘଟିବ, କିନ୍ତୁ ସରକାରଙ୍କ ଲୋକଙ୍କୁ ଗିରଫ କରାଯିବନାହିଁ। ପିଲାମାନେ ପଦକ ପାଇଁ ନିଜ ଜୀବନକୁ ବାଜି ଲଗାଇଲେ ଏବଂ ଆଜି ଆମେ ସରକାରଙ୍କୁ ପଦକ ମୂଲ୍ୟ ବିଷୟରେ କହିବୁ। ସେ କହିଛନ୍ତ, ଦେଶ କୋରିଆର ଅବସ୍ଥା ସହିତ ସମାନ ଦିଗରେ ଗତି କରୁଛି। ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୋଲିସ ଏକ ବାହାନା ଖୋଜୁଛି। ନୂତନ ସଂସଦ ଗୃହର ଉଦ୍‌ଘାଟନ ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେଇ ରାକେଶ ଟିକାୟତ କହିଛନ୍ତି ଯେ, ରାଷ୍ଟ୍ରପତି ନୂଆ ସଂସଦ ଭବନକୁ ଉଦ୍‌ଘାଟନ କରିଥିଲେ ଭଲ ହୋଇଥାନ୍ତା।

 

Share