ବଢିବ ବ୍ରିଜଭୂଷଣଙ୍କ ଅଡୁଆ, ଆଜି ଦିଲ୍ଲୀ ପୋଲିସ ଦାଖଲ କରିବ ଏଫଆଇଆର

ନୂଆଦିଲ୍ଲୀ,୨୮।୪: ମହିଳା ରେସଲରଙ୍କ ଧାରଣା ପ୍ରଦର୍ଶନ ମାମଲାରେ ଏମପି ବ୍ରିଜଭୂଷଣ ଶରଣ ସିଂଙ୍କ ଅଡୁଆ ବଢିପାରେ। ଦିଲ୍ଲୀ ପୋଲିସ କହିଛି କି ସେ ଆଜି ଅର୍ଥାତ ଶୁକ୍ରବାର ଏହି ମାମଲାର ଏଫଆଇଆର ଦାଖଲ କରିବ। ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟରେ ଏହି ସୂଚନା ଦେଇଛି। ମହିଳା ରେସଲର ବ୍ରିଜଭୁଷଣଙ୍କ ବିରୋଧରେ ଏଫଆଇଆର ଦେବାକୁ ଦାବି କରୁଛନ୍ତି। ଆଉ ଏହି ଦାବିକୁ ନେଇ ଏମାନେ ସୁପ୍ରିମକୋର୍ଟ ପହଞ୍ଚିଛନ୍ତି। ସଲିସିଟର ଜେନରାଲ ତୁଷାର ମେହେଟା ବି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି କି ଦିଲ୍ଲୀ ପୋଲିସ ଶୁକ୍ରବାର ଏଫଆଇଆର ଦାଖଲ କରିବ।
ସୂଚନାଯୋଗ୍ୟ, କିଛିଦିନ ହେବ ଧାରଣାରେ ବସିଥିବା ମହିଳା ରେସଲର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ କି ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଏଫଆଇଆର ଦିଆଯାଉ। ରେସଲରମାନେ ସୋମବାର ସୁପ୍ରିମକୋର୍ଟ ପହଞ୍ଚିଥିଲେ, ଯାହା ଉପରେ କୋର୍ଟ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଥିଲେ।

Share