Categories: ଜାତୀୟ

ଗଙ୍ଗାରେ ମେଡାଲ ବିସର୍ଜନ କରିବା ଆହ୍ବାନ ଉପରେ ବ୍ରିଜ୍‌ଭୂଷଣ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଳ୍ଲୀ,୩୧।୫: ରେସଲିଂ ଫେଡେରେଶନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ସଭାପତି ବ୍ରିଜ୍‌ଭୂଷଣ ଶରଶ ସିଂଙ୍କ ଗିରଫ ଦାବିରେ ରେସଲରଙ୍କ ଆନ୍ଦୋଳନ ଜାରି ରହିଛି। ମଙ୍ଗଳବାର କୁସ୍ତିଯୋଦ୍ଧାମାନେ ଗଙ୍ଗା ନଦୀରେ ଅଲିମ୍ପିକ ଏବଂ ବିଶ୍ୱ ପଦକ ବିସର୍ଜନ କରିବା ପାଇଁ ବାହାରିଥିଲେ। ତେବେ କୃଷକ ନେତା ନରେଶ ଟିକାଏତ୍‌ ସେଠାରେ ପହଞ୍ଚତ୍ ବୁଝାଶୁଝା କରିବା ପରେ କୁସ୍ତିଯୋଦ୍ଧାମାନେ ଫେରିଯାଇଛନ୍ତି। ବର୍ତ୍ତମାନ ଏହି ଘଟଣାକୁ ନେଇ ବ୍ରିଜ୍‌ଭୂଷଣ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ଦିଲ୍ଲୀ ପୋଲିସ ଦ୍ୱାରା ଏହି ଘଟଣାର ତଦନ୍ତ କରାଯାଉଛି। ଯଦି ଅଭିଯୋଗରେ କୌଣସି ସତ୍ୟତା ଅଛି, ତେବେ ଗିରଫ କରାଯିବ।

ଅନ୍ୟପଟେ କୁସ୍ତିଯୋଦ୍ଧାମାନେ ସେମାନଙ୍କର ଦାବି ଗ୍ରହଣ କରିବାକୁ ୫ ଦିନ ସମୟ ଦେଇଛନ୍ତି। ୫ ଦିନ ମଧ୍ୟରେ ତାଙ୍କୁ ଗିରଫ କରା ନ ଗଲେ ସେମାନେ ପୁଣି ହରିଦ୍ୱାର ଯାଇ ମେଡାଲ ବିସର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Share