Categories: ଖେଳ

ନୂଆ ନିଯୁକ୍ତି ପାଇଲେ ରେସ୍‌ଲର ବବିତା

ଚଣ୍ଡିଗଡ଼, ୩୦ା୭ (ପି.ଟି.)-ହରିୟାଣା ସରକାର ରେସ୍‌ଲର ବବିତା ଫୋଗତ୍‌ ଓ କବାଡ଼ି ଖେଳାଳି କବିତା ଦେବୀଙ୍କୁ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗର ଉପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତିରେ ରହିଥିବା ସର୍ତ୍ତାବଳୀ ଅନୁସାରେ ଉଭୟେ ଏଣିକି କୌଣସି ବ୍ୟବସାୟିକ ବିଜ୍ଞାପନ ପାଇଁ ଚୁକ୍ତି କରି ପାରିବେ ନାହିଁ। କବିତା ହେଉଛନ୍ତି ଜଣେ କବାଡ଼ି ଖେଳାଳି। ଅନ୍ତର୍ଜାତୀୟ ରେସ୍‌ଲର ବବିତା ହେଉଛନ୍ତି ବିଶିଷ୍ଟ ରେସ୍‌ଲିଂ କୋଚ୍‌ ମହାବୀର ଫୋଗତ୍‌ଙ୍କ ଝିଅ। ଫୋଗତ୍‌ ଭଉଣୀ ଦ୍ୱୟଙ୍କ ଜୀବନୀ ଉପରେ ନିର୍ମିତ ହିନ୍ଦୀ ଫିଲ୍ମ ‘ଦଙ୍ଗଲ’ର ସଫଳତା ପରେ ସେମାନେ ଦେଶର ଘରେ ଘରେ ପରିଚିତ। ଫୋଗତ ପୂର୍ବରୁ ହରିୟାଣା ପୋଲିସ୍‌ରେ ଜଣେ ପୋଲିସ୍‌ ସବ୍‌ଇନ୍ସପେକ୍ଟର ଭାବେ ନିଯୁକ୍ତି ପାଇଥିଲେ। ଇସ୍ତଫା ଦେଇ ସେ ଭାଜପା ରେ ଯୋଗ ଦେଇଥିଲେ। ୨୦୧୯ରେ ଦାଦ୍ରି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁ ପରାଜିତ ହୋଇଥିଲେ।

Share