Categories: ଜାତୀୟ

ଭାଜପା ପାଇଁ ପ୍ରଚାର କଲେ ରେସ୍‌ଲର ଖଲି

କୋଲକାତା,୨୬।୪: ଚଳିତ ଲୋକ ସଭା ନିର୍ବାଚନରେ କେତେଜଣ ବଲିଉଡ୍‌ ସେଲିବ୍ରିଟି, ସ୍ପୋର୍ଟସ୍‌ ପର୍ସନ୍‌ ରାଜନୀତି ମଇଦାନକୁ ଆସିଥିବା ଦେଖାଯାଇଛି। ଏହି କ୍ରମରେ ରେସଲର ଦଲିପ ସିଂ ରାନା ବା ଗ୍ରେଟ ଖଲି ନାଁରେ ସାରା ବିଶ୍ୱରେ ପରିଚିତ ବ୍ୟକ୍ତି ଜଣଙ୍କୁ ମଧ୍ୟ ନିର୍ବାଚନ ରାଲିରେ ଦେଖିବାକୁ ମିଳିଛି। ତେବେ ସେ ନିଜେ ପ୍ରତିଦ୍ୱନ୍ଦ୍ୱିତା କରୁ ନାହାନ୍ତି। ବରଂ କୋଲକତାର ଯାଦବପୁର ଆସନରୁ ଭାଜପା ପ୍ରାର୍ଥୀ ଥିବା ଅନୁପମ ହାଜରାଙ୍କ ପାଇଁ ପ୍ରଚାର କରୁଛନ୍ତି। ଅନୁପମ ତାଙ୍କର ଜଣେ ଭଲ ବନ୍ଧୁ ହୋଇଥିବାରୁ ସେ ତାଙ୍କ ପାଇଁ ପ୍ରଚାର କରୁଥିବା ପ୍ରକାଶ କରିଛନ୍ତି।

Share