କ୍ରୀଡ଼ା ମନ୍ତ୍ରଣାଳୟ ଅଧିକାରୀଙ୍କ ସହ ରେସଲରଙ୍କ ବୈଠକ ଶେଷ

ନୂଆଦିଲ୍ଲୀ,୧୯।୧: ଭାରତୀୟ କୁସ୍ତିରେ ହଠାତ୍‌ ଝଡ ସୃଷ୍ଟି ହୋଇଛି। ବିନେଶ ଫୋଗତ, ବଜରଙ୍ଗ ପୁନିଆ ସମେତ ପ୍ରାୟ ୩୦ ରେସଲର ରେସଲିଂ ଫେଡେରେସନ ଅଫ ଇଣ୍ଡିଆ ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂଙ୍କ ବିରୋଧରେ ଦିଲ୍ଲୀର ଯନ୍ତରମନ୍ତରରେ ଧାରଣାରେ ବସିଛନ୍ତି। ବର୍ତ୍ତମାନ କ୍ରୀଡ଼ା ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ଜବାବ ମାଗିଛି।
ଏବେ ଏହି ଘଟଣା ଦିଲ୍ଲୀର ଯନ୍ତରମନ୍ତରରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟରେ ପହଞ୍ଚିଛନ୍ତି। ରେସଲର ବଜରଙ୍ଗ ପୁନିଆ କ୍ରୀଡ଼ା ମନ୍ତ୍ରଣାଳୟ ସହ ଆଲୋଚନା କରି ବ୍ରଜଭୂଷଣଙ୍କୁ ହଟାଇବାକୁ ଦାବି କରିଥିଲେ।
ସୂଚନା ଅନୁଯାୟୀ, ମନ୍ତ୍ରଣାଳୟର ଅଧିକାରୀଙ୍କ ତରଫରୁ କୁହାଯାଇଛି ଯେ, କେବଳ ଆପଣଙ୍କ କଥା ଦ୍ୱାରା ଆମେ ତୁରନ୍ତ ସେମାନଙ୍କୁ ବରଖାସ୍ତ କରିପାରିବୁ ନାହିଁ। ସେ ଜଣେ ନିର୍ବାଚିତ ପ୍ରତିନିଧୀ ଏବଂ ତାଙ୍କୁ ଉତ୍ତର ଦେବାକୁ ମଧ୍ୟ ସମୟ ଦିଆଯିବା ଉଚିତ୍‌। ଉତ୍ତର ଦେଖିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚାମ୍ପିୟନ ରେସଲର ବବିତା ଫୋଗତ ସରକାର ଏବଂ କୁସ୍ତିମାନଙ୍କ ମଧ୍ୟରେ ମଧ୍ୟସ୍ଥତା କରିବେ।

ବିଶ୍ୱ ପଦକ ବିଜେତା ବିନେଶ ଫୋଗତଙ୍କ ବ୍ରଜଭୂଷଣ ଶରଣ ସିଂଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ବ୍ରଜଭୂଷଣ ଦୀର୍ଘ ବର୍ଷ ଧରି ମହିଳା ରେସଲରମାନଙ୍କ ପ୍ରତି ଯୌନ ଶୋଷଣ କରୁଛନ୍ତି। ଏପରି କି ଲକ୍ଷ୍ନୌରେ ରହିଥିବା କ୍ୟାମ୍ପରେ ଅନ୍ୟ କୋଚ୍‌ମାନେ ମଧ୍ୟ ମହିଳାଙ୍କୁ ଶୋଷଣ କରିଛନ୍ତି। ତାଙ୍କ ସହିତ ଏଭଳି ଘୃଣ୍ୟ ଘଟଣା ଘଟି ନ ଥିଲେ ମଧ୍ୟ ଡବ୍ଲ୍ୟୁଏଫ୍‌ଆଇ ସଭାପତିଙ୍କ ପକ୍ଷରୁ ତାଙ୍କୁ ହତ୍ୟା ଧମକ ପ୍ରଦାନ କରାଯାଇଥିବା ସେ କହିଛନ୍ତି। ଏହା ସହିତ ଏହି ମାମଲାରେ ସେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

Share