ଗୋଟିଏ ପାଦ ପଛକୁ ହଟିଲେ ବ୍ରିଜ ଭୂଷଣ! ଅଯୋଧ୍ୟାରେ ହେବାକୁ ଥିବା ରାଲି ରଦ୍ଦ

ନୂଆଦିଲ୍ଲୀ,୨।୬: ଗୋଟିଏ ପଟେ କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ଡକାଯାଇଥିବା ମହାପଞ୍ଚାୟତର ଶୁକ୍ରବାର ଦ୍ୱିତୀୟ ଦିନ ହୋଇଥିବା ବେଳେ, ଅନ୍ୟପଟେ ବ୍ରିଜ ଭୂଷଣ ଶରଣ ସିଂଙ୍କ ସମର୍ଥନରେ ଅଯୋଧ୍ୟାରେ ଡକାଯାଇଥିବା ଜନ ଚେତନା ମହାରାଲିକୁ ରଦ୍ଦ କରି ଦିଆଯାଇଛି। ଏମପିି ତଥା ଡବ୍ଲୁଏଫଆଇର ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂ ୫ ଜୁନରେ ହେବାକୁ ଥିବା ଏହି ରାଲିରେ ୧୧ ଲକ୍ଷ ଲୋକ ଏକାଠି ହେବା ଓ ତାଙ୍କୁ ସମର୍ଥନ ଦେବେ ବୋଲି ଦାବି କରିଥିଲେ।

ଏହି ଜନ ସଚେତନତା ରାଲି ଅଯୋଧ୍ୟା ରାମକଥା ପାର୍କରେ ଅନୁଷ୍ଠିତ ହେବାର ଥିଲା। ବ୍ରିଜଭୂଷଣ ଶରଣ ସିଂ ଏକ ଫେସବୁକ ପୋଷ୍ଟ ଜରିଆରେ ଏହି ରାଲିର ବାତିଲ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଫେସବୁକରେ ଲେଖିଛନ୍ତି, ମୋର ପ୍ରିୟ ଶୁଭେଚ୍ଛୁ! ଆପଣଙ୍କ ସହଯୋଗରେ ମୁଁ ଗତ ୨୮ବର୍ଷ ଧରି ଲୋକସଭାର ସଦସ୍ୟ ଭାବରେ କାର୍ଯ୍ୟ କରିଛି। କ୍ଷମତା ଏବଂ ବିରୋଧୀ ଥିବାବେଳେ ମୁଁ ସମସ୍ତ ଜାତି, ସମ୍ପ୍ରଦାୟ ଏବଂ ଧର୍ମର ଲୋକଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରିଛି। ଏହି କାରଣରୁ ମୋର ରାଜନୈତିକ ବିରୋଧୀ ଏବଂ ସେମାନଙ୍କ ଦଳ ମୋ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି।
ବ୍ରିଜ ଭୂଷଣ ଶରଣ ସିଂ ଆହୁରି ଲେଖିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ କେତେକ ରାଜନୈତିକ ଦଳ ବିଭିନ୍ନ ସ୍ଥାନରେ ରାଲି କରି ପ୍ରାଦେଶିକତା, ଆଞ୍ଚଳିକତା ଏବଂ ଜାତି ବିବାଦକୁ ପ୍ରୋତ୍ସାହିତ କରି ସାମାଜିକ ସୌହାର୍ଦ୍ଦ୍ୟକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି। ଉଦ୍ଦେଶ୍ୟ ହେଉଛି ସମଗ୍ର ସମାଜରେ ବ୍ୟାପିଥିବା ମନ୍ଦ ବିଷୟରେ ବିଚାର କରିବା ପାଇଁ ୧ଜୁନ ରେ ଅଯୋଧ୍ୟାରେ ଏକ ସନ୍ଥ ସମ୍ମିଳନୀର ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ବର୍ତ୍ତମାନ ପୋଲିସ ଏହି ଅଭିଯୋଗର ଅନୁସନ୍ଧାନ କରୁଛି ଏବଂ ସୁପ୍ରିମକୋର୍ଟଙ୍କ ଗୁରୁତର ନିର୍ଦ୍ଦେଶକୁ ସମ୍ମାନ କରୁଛି। ଜନ ଚେତନା ମହାରାଲୀ, ଜୁନ ୫, ଅଯୋଧ୍ୟା ଚଲୋ କାର୍ଯ୍ୟକ୍ରମ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri